1. କୃଷି ଖବର

ବିଦେଶରେ ବଢୁଛି ଭାରତୀୟ ଡ୍ରାଏ ଫ୍ରୁଟ୍ସ ଚାହିଦା, ରପ୍ତାନି ହେଉଛି ଲଦାଖ Apricots

ବିଦେଶରେ ପହଞ୍ଚିଛି ଲଦାଖର ଆପ୍ରିକୋଟ୍ସ । ଏନେଇ ସୂଚନା ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ପିୟୁଷ ଗୋଏଲ ।

Shuvanshu Kar
Shuvanshu Kar
Ladakh apricots reach Middle East, Singapore, Vietnam & Mauritius

Ladakh apricots reach Middle East, Singapore, Vietnam & Mauritius

ଭାରତରେ ବୃଦ୍ଧି ପାଉଛି କୃଷିଜାତ ଉତ୍ପାଦ ଓ ପ୍ରକ୍ରିୟାକରଣ ଖାଦ୍ୟର ରପ୍ତାନି(exports) । ଫଳ ରପ୍ତାନିରେ ମଧ୍ୟ ବ୍ୟାପକ ଅଭିବୃଦ୍ଧି ପରିଲକ୍ଷିତ ହେଉଛି । ଚଳିତ ଆର୍ଥିକ ବର୍ଷର ପ୍ରଥମ ତିନି ମାସରେ ୩୧ ପ୍ରତିଶତ ବୃଦ୍ଧି ପାଇଛି କୃଷିଜାତ ଉତ୍ପାଦ ରପ୍ତାନି(agricultural exports) ।

ବିଭିନ୍ନ ଦେଶମାନଙ୍କରେ ଭାରତୀୟ ଡ୍ରାଏ ଫ୍ରୁଟ୍ସ(dry fruits)ର ଚାହିଦା ବୃଦ୍ଧି ପାଉଛି । ଦିନେ ଡ୍ରାଏ ଫ୍ରୁଟ୍ସର ଆମଦାନୀ କରୁଥିବା ଭାରତ ଆଜି ରପ୍ତାନି ରାସ୍ତାରେ ଆଗକୁ ବଢୁଛି। ଏହି କ୍ରମରେ ବିଦେଶରେ ପହଞ୍ଚିଛି ଲଦାଖର ଆପ୍ରିକୋଟ(apricots) । ଏନେଇ ସୂଚନା ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ପିୟୁଷ ଗୋଏଲ ।

ପିୟୁଷ ଗୋଏଲ ନିଜ ଫେସବୁକ ଆକାଉଣ୍ଟରେ ଏକ ପୋଷ୍ଟରେ ଲେଖିଛନ୍ତି ଯେ ଏବେ ଲଦାଖ ଚାଷୀଙ୍କ କାହାଣୀ ବଦଳୁଛି । ଏହାସହିତ ସେଠାକାର ଆପ୍ରିକୋଟ ମଧ୍ୟ ରପ୍ତାନି ହେଉଛି । ଲଦାଖର ଆପ୍ରିକୋଟ ମିଡିଲ ଇଷ୍ଟ, ଭିଏତନାମ ଓ ମୋରିସସରେ ପହଞ୍ଚିଥିବା କହିଛନ୍ତି ପିୟୁଷ ଗୋଏଲ ।

ଶୁଖିଲା ଏବଂ ତାଜା ଆପ୍ରିକୋଟ ଅମଳ ପାଇଁ ଲଦାଖ ବହୁତ ଧ୍ୟାନ ଦେଇଥାଏ । ଆପ୍ରିକୋଟର ସତେଜତା, ସ୍ବାଦ ଏବଂ ସୁଗନ୍ଧ ଏହାକୁ ଲୋକପ୍ରିୟ କରିପାରିଛି । ଏହାକୁ ବିଶ୍ବରର ବିଭିନ୍ନ ସ୍ଥାନରୁ ଆସୁଥିବା ପର୍ଯ୍ୟଟକମାନେ ଲଦାଖ ଆସିଲେ ଆପ୍ରିକୋଟ ଘରକୁ ନେଇଯାଆନ୍ତି ।

ଲଦାଖର ପ୍ରତ୍ୟେକ କୋଣ ଅନୁକୋଣରେ ଉପଲବ୍ଧ ଥିବାରୁ ଯଏ କେହି ବି ଏହାର ଆପ୍ରିକୋଟ ପ୍ୟାକେଟ କିଣି ପାରିବେ । ଏହା ସହିତ କେତେକ ଦୋକାନରେ ତାଜା ଆପ୍ରିକୋଟ ଜାମ ଏବଂ ତେଲ ମଧ୍ୟ ମିଳିଥାଏ ।

Agricultural Exports: କୃଷି ଉଦ୍ୟୋଗ ରପ୍ତାନିରେ 31 % ବୃଦ୍ଧି

ପାର୍ବଣ ପୂର୍ବରୁ ବଢିପାରେ DryFruits ଦାମ

Like this article?

Hey! I am Shuvanshu Kar. Did you liked this article and have suggestions to improve this article? Mail me your suggestions and feedback.

Share your comments