1. କୃଷି ଖବର

ଚାଷୀଙ୍କ ପାଇଁ ପରମ୍ପରାଗତ କୃଷି ବିକାଶ ଯୋଜନାର ଶୁଭାରମ୍ଭ

କୃଷିରେ ଗୋଟିଏ ବଡ ଧରଣର ଅଭିବୃଦ୍ଧି ପାଇଁ ଅନେକ ପଦକ୍ଷେପ ନିଆଯାଇଛି । କୃଷକମାନେ ଆମ ଦେଶର ମେରୁଦଣ୍ଡ ସଦୃଶ । ତେଣୁ ଦେଶର ଏହି ମେରୁଦଣ୍ଡକୁ ସଶକ୍ତ କରିବା ଉଦ୍ଦେଶ୍ୟରେ ଏନଡିଏ ସରକାର ନୂତନ ଗଠନମୂଳକ ପଦକ୍ଷେପମାନ ଗ୍ରହଣ କରୁଛନ୍ତି ।

Tanushree Mahapatra
Tanushree Mahapatra
Launch of traditional agriculture development scheme for farmers

Launch of traditional agriculture development scheme for farmers

କୃଷିରେ ଗୋଟିଏ ବଡ ଧରଣର ଅଭିବୃଦ୍ଧି ପାଇଁ ଅନେକ ପଦକ୍ଷେପ ନିଆଯାଇଛି । କୃଷକମାନେ ଆମ ଦେଶର ମେରୁଦଣ୍ଡ ସଦୃଶ । ତେଣୁ ଦେଶର ଏହି ମେରୁଦଣ୍ଡକୁ ସଶକ୍ତ କରିବା ଉଦ୍ଦେଶ୍ୟରେ ଏନଡିଏ ସରକାର ନୂତନ ଗଠନମୂଳକ ପଦକ୍ଷେପମାନ ଗ୍ରହଣ କରୁଛନ୍ତି । କ୍ଷଣସ୍ଥାୟୀ କୃଷି-ଉଦ୍ୟାନଜାତ ( agricultural development ) ଦ୍ରବ୍ୟର ଦରଦାମ ନିୟନ୍ତ୍ରଣରେ ବଜାରର ହସ୍ତେକ୍ଷପକୁ ପ୍ରତିହତ କରିବା ପାଇଁ ୫୦୦ କୋଟି ଟଙ୍କାର ଦରଦାମ୍ ସ୍ଥିରତା ପାଣ୍ଠି ପ୍ରସ୍ତୁତ କରାଯାଇଛି ।

ଏହି ପଦକ୍ଷେପ ଦରଦାମ ଅସ୍ଥିରତାକୁ ନିୟନ୍ତ୍ରଣ କରିବ । ଫିଡର୍ ସେପାରେଶନ୍ ଦ୍ୱାରା ଗ୍ରାମ ଜ୍ୟୋତି ଯୋଜନା ଅଧୀନରେ ନିରବଚ୍ଛିନ୍ନ ବିଦ୍ୟୁତ ଯୋଗାଣ ହୋଇପାରିବ । ଏହା କେବଳ ଉତ୍ପାଦନ ବୃଦ୍ଧି କରିବ ତାହା ନୁହେଁ ବରଂ ଚାଷୀ, ଗୃହ ଉଦ୍ୟୋଗ, ଶିକ୍ଷା ଆଦି ଉପରେ ବଡ ଧରଣର ପ୍ରଭାବ ପକାଇବ ।

ପ୍ରଧାନମନ୍ତ୍ରୀ କୃଷି ସିଁଚାଇ ଯୋଜନା ଜଳସେଚନ ସୁବିଧାକୁ ସୁନିଶ୍ଚିତ କରିବା ସହ ଉତ୍ପାଦକତା ବୃଦ୍ଧି କରିବ । ସମସ୍ତ କୃଷିକ୍ଷେତ୍ରକୁ ସୁରକ୍ଷାତ୍ମକ ଜଳସେଚନ ସୁବିଧା ଯୋଗାଇବାକୁ ଏଥିରେ ଲକ୍ଷ୍ୟ ରଖାଯାଇଛି । ପ୍ରତି ବୁନ୍ଦା ଜଳ, ଅଧିକ ଅମଳ ଏହି ସୁତ୍ରକୁ ଆଖି ଆଗରେ ରଖି ଚାଷୀମାନଙ୍କୁ ଆଧୁନିକ ଜଳସେଚନ ପ୍ରଣାଳୀ ସମ୍ପର୍କରେ ଶିକ୍ଷିତ କରାଯାଉଛି । ଚାଷୀମାନଙ୍କୁ ଜୈବିକ କୃଷି ପ୍ରତି ଉତ୍ସାହିତ କରିବା ପାଇଁ ପରମ୍ପରାଗତ କୃଷି ବିକାଶ ଯୋଜନାର ଶୁଭାରମ୍ଭ କରାଯାଇଛି । ଜୈବିକ କୃଷିକୁ ପ୍ରୋତ୍ସାହିତ କରିବା ଏବଂ ଜୈବିକ ଉତ୍ପାଦନକୁ ରପ୍ତାନୀ କରିବା ପାଇଁ ଉତ୍ତର ପୂର୍ବାଞ୍ଚଳରେ ମଧ୍ୟ ବିଶେଷ ଯୋଜନାର ଶୁଭାରମ୍ଭ କରାଯାଇଛି ।

ନିର୍ଦ୍ଦିଷ୍ଟ ଫସଲର ଉତ୍ପାଦନରେ ଅନବରତ ବୃଦ୍ଧି ପାଇଁ ମୃତ୍ତିକା ସ୍ୱାସ୍ଥ୍ୟ କାର୍ଡ ପ୍ରଚଳନ କରାଯାଇଛି । ଏହା ଦେଶର ସମସ୍ତ ୧୪ କୋଟି ଭୂମିଧାରକଙ୍କୁ ଯୋଗାଇ ଦିଆଯିବ । ତିନି ବର୍ଷ ଅନ୍ତରରେ ପ୍ରାୟ ୨୪୮ ଲକ୍ଷ ନମୂନା ପରୀକ୍ଷା କରାଯିବ । ଏକ୍ତି କ୍ଷେତ୍ରରେ ଦକ୍ଷତା ଏବଂ ଘରୋଇ ଉତ୍ପାଦନ ବୃଦ୍ଧି ପାଇଁ ନୂତନ ୟୂରିଆ ନୀତି ଘୋଷଣା କରାଯାଇଛି । ଆତ୍ମନିର୍ଭରତା ବୃଦ୍ଧି ପାଇଁ ଗୋରଖପୁର, ବରୌନି ଏବଂ ତାଳଚେର ସାର କାରଖାନାଗୁଡିକର ପୁନରୁଦ୍ଧାର କରାଯାଇଛି ।

ଅଦିନିଆ ବର୍ଷାକୁ ଦୃଷ୍ଟିରେ ରଖି ଏନଡିଏ ସରକାର ସକ୍ରିୟତା ସହ ଘୋଷଣା କରିଛନ୍ତି ଯେ, ୩୩%ରୁ ଅଧିକ ଫସଲ ନଷ୍ଟ ହେଲେ ଚାଷୀ ଇନପୁଟ୍ ସବ୍ସିଡି ପାଇବାକୁ ଯୋଗ୍ୟ ବିବେଚିତ ହେବେ । ପୂର୍ବରୁ ୫୦ % କିମ୍ବା ଏହାଠାରୁ ଅଧିକ ଫସଲ ନଷ୍ଟ ହେଲେ ଚାଷୀ ଇନପୁଟ୍ ସବ୍ସିଡି ପାଇବାକୁ ଯୋଗ୍ୟ ବିବେଚିତ ହେଉଥିଲେ । ଫସଲ ନଷ୍ଟ ହେଉଥିବା ସ୍ଥଳେ ଦିଆଯାଉଥିବା ଆର୍ଥିକ ସାହାଯ୍ୟକୁ ମଧ୍ୟ ୫୦% ବୃଦ୍ଧି କରାଯାଇଛି ।

ବିଶ୍ଵ ବାଣିଜ୍ୟ ସଂଗଠନ ବୁଝାମଣାରେ ଏନଡିଏ ସରକାରଙ୍କ ଦୃଢ ଏବଂ ନୀତିନିଷ୍ଠ ଉପସ୍ଥାପନା ଖାଦ୍ୟ ସୁରକ୍ଷା ସହ ଚାଷୀମାନଙ୍କ ଦୀର୍ଘକାଳୀନ ହିତର ସୁରକ୍ଷା କରିପାରିଛି । ରିହାତି ସୁଧହାରରେ ଋଣ ଯୋଗାଇଦେବା ସହ କୃଷି ଋଣ ଲକ୍ଷ୍ୟ ୮ ଲକ୍ଷ କୋଟି ଟଙ୍କାକୁ ବୃଦ୍ଧି କରାଯାଇଛି । କିସାନ ପୋର୍ଟାଲ୍ ରେ ପାଣିପାଗ ସୂଚନା, ସାର ସମ୍ପର୍କରେ ସୂଚନା, ଉତ୍ତମ ପ୍ରଣାଳୀ ଆଦି ସମ୍ପର୍କରେ ଜ୍ଞାନକୌଶଳ ଚାଷୀମାନଙ୍କୁ ବହୁତ ମାତ୍ରାରେ ସଶକ୍ତ କରୁଛି । ମୋବାଇଲ ଗଭର୍ଣ୍ଣାଂସ କୃଷିକୁ ଗୋଟିଏ ନୂଆ ଗତି ପ୍ରଦାନ କରିଛି । ଏକ କୋଟୀ ଚାଷୀମାନଙ୍କୁ ପ୍ରାୟ ୫୫୦ କୋଟୀ ପରାମର୍ଶ ଏବଂ ସୂଚନାମୂଳକ ଏସ.ଏମ.ଏସ. ପଠାଯାଇଛି । କ୍ଷଣସ୍ଥାୟୀ କୃଷି-ଉଦ୍ୟାନଜାତ ଦ୍ରବ୍ୟର ଦରଦାମ ନିୟନ୍ତ୍ରଣରେ ବଜାରର ହସ୍ତେକ୍ଷପକୁ ପ୍ରତିହତ କରିବା ପାଇଁ ୫୦୦ କୋଟି ଟଙ୍କାର ଦରଦାମ୍ ସ୍ଥିରତା ପାଣ୍ଠି ପ୍ରସ୍ତୁତ କରାଯାଇଛି । ଏହି ପଦକ୍ଷେପ ଦରଦାମ ଅସ୍ଥିରତାକୁ ନିୟନ୍ତ୍ରଣ କରିବ ।

ମୁଣ୍ଡରେ ହାତ ଦେଲାଣି ଚାଷୀ, ହନ୍ତସନ୍ତ କରୁଛି ମଣ୍ଡି !

pradhanmantri awas yojna: ହିତାଧିକାରୀଙ୍କୁ ଶୀଘ୍ର ମିଳିବ ଘର

Like this article?

Hey! I am Tanushree Mahapatra. Did you liked this article and have suggestions to improve this article? Mail me your suggestions and feedback.

Share your comments