1. କୃଷି ଖବର

pradhanmantri awas yojna: ହିତାଧିକାରୀଙ୍କୁ ଶୀଘ୍ର ମିଳିବ ଘର

ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବିଳମ୍ବ ହେବନି ଘର ମିଳିବା ପ୍ରକ୍ରିୟା । ପ୍ରକୃତ ହିତାଧିକାରଙ୍କୁ ପକ୍କା ଘର ଯୋଗାଇ ଦିଆଯିବା ପ୍ରକ୍ରିୟାକୁ ତ୍ୱରାନିତ୍ୱ କରିବା ପାଇଁ ରାଜ୍ୟ ସରକାର ପଦକ୍ଷେପ ଗ୍ରହଣ କରିଛନ୍ତି ।

Sudesna Nayak
Sudesna Nayak
pradhanmantri awas yojna 950 lakhs beneficiary get awas within 6 months

pradhanmantri awas yojna 950 lakhs beneficiary get awas within 6 months

ପ୍ରଧାନମନ୍ତ୍ରୀ ଆବାସ ଯୋଜନା (pradhanmantri awas yojna) ରେ ବିଳମ୍ବ ହେବନି ଘର ମିଳିବା ପ୍ରକ୍ରିୟା । ପ୍ରକୃତ ହିତାଧିକାରଙ୍କୁ ପକ୍କା ଘର ଯୋଗାଇ ଦିଆଯିବା ପ୍ରକ୍ରିୟାକୁ ତ୍ୱରାନିତ୍ୱ କରିବା ପାଇଁ ରାଜ୍ୟ ସରକାର ପଦକ୍ଷେପ ଗ୍ରହଣ କରିଛନ୍ତି । ଆସନ୍ତା ଜାନୁଆରୀ ସୁଦ୍ଧା ଯୋଗ୍ୟ ହିତାଧିକାରୀଙ୍କୁ କାର୍ଯ୍ୟାଦେଶ ପ୍ରଦାନ କରାଯିବ । ଜୁନ ମାସ ସୁଦ୍ଧା ପ୍ରଧାନମନ୍ତ୍ରୀ ଆବାସ ଯୋଜନା (pradhanmantri awas yojna)ରେ ସାଢ଼େ ୯ ଲକ୍ଷ ପକ୍କାଘର ନିର୍ମାଣ କରାଯିବ ।

ସୂଚନା ଅନୁଯାୟୀ, ଗ୍ରାମାଞ୍ଚଳରେ କଚ୍ଚା ଘରେ ରହୁଥିବା ପରିବାରଙ୍କୁ ପକ୍କା ଘର ଯୋଗାଇ ଦେବା ପ୍ରକ୍ରିୟାକୁ ତ୍ୱରାନିତ୍ୱ କରିବା ପାଇଁ ସରକାର ପଦକ୍ଷେପ ଗ୍ରହଣ କରିଛନ୍ତି । ଆସନ୍ତା ଜାନୁଆରୀ ସୁଦ୍ଧା ଯୋଗ୍ୟ ହିତାଧିକାରୀଙ୍କୁ କାର୍ଯ୍ୟାଦେଶ ପ୍ରଦାନ କରାଯାଇ ଜୁନ ମାସ ସୁଦ୍ଧା ପ୍ରଧାନମନ୍ତ୍ରୀ ଆବାସ ଯୋଜନା (pradhanmantri awas yojna)ରେ ସାଢ଼େ ୯ ଲକ୍ଷ ପକ୍କାଘର ନିର୍ମାଣ କରାଯିବ । ଏଥି ନିମନ୍ତେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଜିଲ୍ଲାପାଳ ମାନଙ୍କ ସହ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ କରିଛନ୍ତି । ପ୍ରକ୍ରିୟା ତ୍ୱରାନିତ୍ୱ କରିବା ପାଇଁ ମୁଖ୍ୟ ଶାସନ ସଚିବ ଜିଲ୍ଲାପାଳମାନଙ୍କୁ ପରାମର୍ଶ ଦେଇଛନ୍ତି ।

ନିକଟରେ, ପୂର୍ବରୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା (pradhanmantri awas yojna)ରେ ଧାର୍ଯ୍ୟ ସମୟରେ ଘର ସମ୍ପୂର୍ଣ ନହେଲେ ରାଜ୍ୟମାନଙ୍କୁ ଦେବାକୁ ପଡ଼ିବ ଜରିମାନା । ପ୍ରଧାନମନ୍ତ୍ରୀ ଆବାସ ଯୋଜନା କାର୍ଯ୍ୟକାରୀ ନେଇ କଠୋର ହୋଇଛନ୍ତି କେନ୍ଦ୍ର ସରକାର । କେନ୍ଦ୍ର ଗ୍ରାମୀଣ ବିକାଶ ମନ୍ତ୍ରାଳୟ ଏ ନେଇ ସବୁ ରାଜ୍ୟ ମାନଙ୍କୁ ଚିଠି ଲେଖିଥିଲେ ।

ପ୍ରକାସ ଥାଉ ଯେ, କେନ୍ଦ୍ର ସରକାର ଚିଠିରେ ଦର୍ଶାଇଥିଲେ ଯେ, ଯଦି ମଞ୍ଜୁରୀ ପରଠାରୁ ଆବଣ୍ଟନ ଯଦି ଗୋଟେ ମାସ ବିଳମ୍ବ ହୁଏ ୧୦ ଟଙ୍କା ଫାଇନ ଦେବାକୁ ପଡ଼ିବ । ସେହିପରି ଅନ୍ୟ କାରଣ ପାଇଁ ବି ଭିନ୍ନ ଭିନ୍ନ ବ୍ୟବସ୍ଥା କରାଯାଇଛି । ଯେଉଁ ରାଜ୍ୟ ଗୁଡ଼ିକ ଆବାସ ଯୋଜନା (awas yojna)କାର୍ଯ୍ୟକାରୀ କରିବାରେ ବିଳମ୍ବ ହେଉଥିବ ସେମାନେ ଅଧିକ ସମସ୍ୟା ଭୋଗିବେ ବୋଲି କୁହାଯାଉଛି ।

PM Awas Yojana:୩ କୋଟିରୁ ଅଧିକ ପକ୍କା ଘର ନିର୍ମାଣ ଶେଷ, ମିଳିବ ବହୁ ସୁବିଧା...

PM Awas Yojanaକୁ ନେଇ ସରକାରଙ୍କ ବଡ଼ ଘୋଷଣା,ଉପକୃତ ହେବେ ଲକ୍ଷ ଲକ୍ଷ ଗ୍ରାମବାସୀ

Like this article?

Hey! I am Sudesna Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments