1. କୃଷି ଖବର

ଅନ୍ତରାଷ୍ଟ୍ରୀୟ ସ୍ତରରେ ପହଞ୍ଚାଇବ କୋରାପୁଟ ସୁପର ଫୁଡ ! କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟକୁ କେନ୍ଦ୍ରମନ୍ତ୍ରୀଙ୍କ ଆହ୍ବାନ

କୋରାପୁଟର ମାଣ୍ଡିଆରୁ ପ୍ରସ୍ତୁତ ବିସ୍କୁଟକୁ ବିଶ୍ୱ ବଜାରରେ ପହଞ୍ଚାଇବା ଉପରେ କେନ୍ଦ୍ରମନ୍ତ୍ରୀ ଜୋର ଦେଇଛନ୍ତି ।

Shuvanshu Kar
Shuvanshu Kar
Let Central University partner in taking Koraput's super food to international level, says dharmendra pradhan

Let Central University partner in taking Koraput's super food to international level, says dharmendra pradhan

କୋରାପୁଟରେ ଜୈବିକ ଚାଷ ପ୍ରଣାଳୀ(natural farming)ରେ ଉତ୍ପାଦିତ ହେଉଥିବା ଧାନ, ଆମ୍ବ, ମାଣ୍ଡିଆ, ପନିପରିବା ଓ କୋରାପୁଟ କଫି ସ୍ୱତନ୍ତ୍ର । ପ୍ରଧାନମନ୍ତ୍ରୀ ମନ୍ କି ବାତରେ ମିଲେଟ୍ ବା ମାଣ୍ଡିଆକୁ ପ୍ରୋତ୍ସାହନ ଦେବା ଉପରେ କହିଛନ୍ତି । ତେଣୁ ଏ ଦିଗରେ ଆମକୁ ପ୍ରାଥମିକତା ଦେବାକୁ ହେବ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ(dharmendra pradhan) । କୋରାପୁଟର ମାଣ୍ଡିଆ(koraput millet biscuit)ରୁ ପ୍ରସ୍ତୁତ ବିସ୍କୁଟକୁ ବିଶ୍ୱ ବଜାରରେ ପହଞ୍ଚାଇବା ଉପରେ କେନ୍ଦ୍ରମନ୍ତ୍ରୀ ଜୋର ଦେଇଛନ୍ତି ।

କୋରାପୁଟ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ୧୪ତମ ପ୍ରତିଷ୍ଠା ଦିବସ ଅବସରରେ ଆୟୋଜିତ ସ୍ୱତନ୍ତ୍ର ସମାରୋହରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧା କହିଥିଲେ, କୋରାପୁଟରେ ଜୈବିକ ପ୍ରଣାଳୀରେ ଉତ୍ପାଦନ ହେଉଥିବା ସୁପର ଫୁଡକୁ ଅନ୍ତରାଷ୍ଟ୍ରୀୟ ସ୍ତରକୁ ନେବାକୁ ହେବ । ଏଥିପାଇଁ କୋରାପୁଟ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ଖାଦ୍ୟ ପ୍ରକ୍ରିୟାକରଣ କେନ୍ଦ୍ରର ସାହାଯ୍ୟ ନେଉ ଏବଂ ଗବେଷଣା ଦ୍ୱାରା ଜିଲ୍ଲାର ସୁପର ଫୁଡକୁ ଅନ୍ତରାଷ୍ଟ୍ରୀୟ ସ୍ତରରେ ପହଞ୍ଚାଇବା ଦିଗରେ ସହଯୋଗୀ ।

ପ୍ରଧାନ କହିଥିଲେ, ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ କ୍ରମେ ଅପାର ସମ୍ଭାବନାର ଅଞ୍ଚଳର କୋରାପୁଟକୁ ବିନିର୍ମାଣ କ୍ଷେତ୍ରର ପେଣ୍ଠସ୍ଥଳୀ କରିବା । ବକ୍ସସାଇଟର ରପ୍ତାନୀ କଲେ ହେବ ନାହିଁ ବରଂ କୋରାପୁଟରେ ଉଚ୍ଚମାନର ଆଲୁମିନିୟମ ବିନିର୍ମାଣ କେନ୍ଦ୍ର ସ୍ଥାପନା କରିବାକୁ ହେବ । ଓଡ଼ିଶାକୁ ନୂଆ ଉଚ୍ଚତାକୁ ନେବା ପାଇଁ ସହଯୋଗୀ ହେବା ଓ ଦେଶର ଅର୍ଥନୀତିକୁ ମଜବୁତ୍ କରିବା ପାଇଁ ସାମୂହିକ ଉଦ୍ୟମ କରିବା ।

ଦାରିଦ୍ର୍ୟତାକୁ ଦୂର କରିବାର ଏକମାତ୍ର ଚାବିକାଠି ହେଉଛି ଶିକ୍ଷା । ଏହି ଶିକ୍ଷାର ସଦୁପଯୋଗ କରିବା ପାଇଁ ଦେଶର ଯଶସ୍ୱୀ ପ୍ରଧାନମନ୍ତ୍ରୀ ମୋଦି ଜାତୀୟ ଶିକ୍ଷା ନୀତିର କଳ୍ପନା କରିଛନ୍ତି । ଏହି ଶିକ୍ଷା ନୀତି ମାଧ୍ୟମରେ କୋରାପୁଟ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟକୁ ଆଗକୁ ନେବା ପାଇଁ ଆମେ ସମସ୍ତେ ମିଶି ସଂକଳ୍ପ ନେବା ଦରକାର । ସେହିପରି ନୂଆ ଶିକ୍ଷା ନୀତିରେ ମାତୃଭାଷାକୁ ପ୍ରାଧାନ୍ୟ ଦିଆଯାଉଛି । ଜନଜାତିଙ୍କ ସଶକ୍ତୀକରଣ ମଧ୍ୟ ସେମାନଙ୍କ ଭାଷାରେ ହିଁ ଅନ୍ତର୍ନିହିତ । ଜନଜାତିଙ୍କୁ ସେମାନଙ୍କ ସ୍ଥାନୀୟ ଭାଷାରେ ଶିକ୍ଷା ପ୍ରଦାନ କରାଗଲେ ଜନଜାତିଙ୍କ ପ୍ରାଥମିକ ଶିକ୍ଷାର ବିକାଶରେ ଅଭିବୃଦ୍ଧି ହେବ ଏବଂ କ୍ରିଟିକାଲ ଥିଙ୍କିଂର ପରିପ୍ରକାଶ ହେବ ବୋଲି କେନ୍ଦ୍ରମନ୍ତ୍ର ନିଜ ଅଭିଭାଷଣରେ କହିଥିଲେ ।

ଓଡିଆ ହିତାଧିକାରଙ୍କ ପାଇଁ କେନ୍ଦ୍ରମନ୍ତ୍ରୀଙ୍କୁ ଏହି ଦାବି କଲେ ଧର୍ମେନ୍ଦ୍ର ପ୍ରଧାନ

ଭାରତ-ଆମେରିକା ଦ୍ୱିପାକ୍ଷିକ ସମ୍ପର୍କକୁ ପୁରିଲା 75 ବର୍ଷ, କଣ କହିଲେ କେନ୍ଦ୍ରମନ୍ତ୍ରୀ ?

Like this article?

Hey! I am Shuvanshu Kar. Did you liked this article and have suggestions to improve this article? Mail me your suggestions and feedback.

Share your comments