1. କୃଷି ଖବର

ଲାଇଟ୍ ହାଉସ୍ ପର୍ଯ୍ୟଟନ ପ୍ରକଳ୍ପରେ ଓଡିଶାରୁ ପାଞ୍ଚ ସାମିଲ୍‌

ସରକାରୀ ଘରୋଇ ଭାଗୀଦାରୀ (ପିପିପି)ରେ ପର୍ଯ୍ୟଟନ କ୍ଷେତ୍ରର ବିକାଶ ନିମନ୍ତେ ନିର୍ଦ୍ଧାରିତ ହୋଇଥିବା ୬୫ଟି ଲାଇଟ୍ ହାଉସ୍ ମଧ୍ୟରୁ ଓଡିଶାର ପାଂଚଟି ଲାଇଟ୍ ହାଉସ୍‌କୁ ଚିହ୍ନଟ କରାଯାଇଛି ।

Tanushree Mahapatra
Tanushree Mahapatra
LIGHT HOUSE TOURISM PROJECTS

LIGHT HOUSE TOURISM PROJECTS

ସରକାରୀ  ଘରୋଇ ଭାଗୀଦାରୀ (ପିପିପି)ରେ ପର୍ଯ୍ୟଟନ କ୍ଷେତ୍ରର ବିକାଶ ନିମନ୍ତେ ନିର୍ଦ୍ଧାରିତ ହୋଇଥିବା ୬୫ଟି ଲାଇଟ୍ ହାଉସ୍ ମଧ୍ୟରୁ ଓଡିଶାର ପାଂଚଟି ଲାଇଟ୍  ( Odisha's 5 light House ) ହାଉସ୍‌କୁ ଚିହ୍ନଟ କରାଯାଇଛି । ସେଗୁଡିକ ହେଉଛି , ଗୋପାଳପୁର ଲାଇଟ୍ ହାଉସ୍‌, ପୁରୀ ଲାଇଟ୍ ହାଉସ୍‌, ଚନ୍ଦ୍ରଭାଗା ଲାଇଟ୍ ହାଉସ୍‌, ପାରାଦୀପ ଲାଇଟ୍ ହାଉସ୍ ଏବଂ ଫଲ୍ସ ପଏଂଟ ଲାଇଟ୍ ହାଉସ୍ ।

ଅନ୍ୟ ପକ୍ଷରେ ଏହି ପ୍ରକଳ୍ପରେ ଗୁଜରାଟର ୧୩ଟି, ତାମିଲନାଡୁର ୧୧ଟି, କେରଳର ୧୦ଟି, ଆନ୍ଧ୍ର ପ୍ରଦେଶର ୯ଟି, ମହାରାଷ୍ଟ୍ରର  ୫ଟି, କର୍ଣ୍ଣାଟକର ୫ଟି,  ପଶ୍ଚିମବଙ୍ଗ ୩ଟି , ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜର ୨ଟି ଲାଇଟ୍ ହାଉସ୍ ନିର୍ଦ୍ଧାରିତ ହୋଇଥିବା ବେଳେ ଲାକ୍ଷାଦ୍ୱୀପ ଏବଂ ଗୋଆରେ ଗୋଟିଏ ଲେଖାଏଁ ଲାଇଟ୍ ହାଉସ୍‌କୁ ଚିହ୍ନଟ କରା ଯାଇଛି । ଡଲଫିନ୍ ନୋଜ୍ ଲାଇଟ୍ ହାଉସ୍‌କୁ ସୁରକ୍ଷା ଦୃଷ୍ଟିକୋଣରୁ ଏଥିରୁ ବାଦ୍ ଦିଆଯାଇଛି ।

କେରଳ ରାଜ୍ୟରେ ସରକାରୀ  ଘରୋଇ ଭାଗୀଦାରୀ (ପିପିପି)ରେ ପର୍ଯ୍ୟଟନ କ୍ଷେତ୍ରର ବିକାଶ ନିମନ୍ତେ ନିର୍ଦ୍ଧାରିତ ୧୦ଟି ଲାଇଟ୍ ହାଉସ୍‌ର କୋଷ୍ଟାଲ୍ ରେଗୁଲେସନ୍ ଜୋନ୍ (ସିଆର୍‌ଜେଡ୍‌)ର ମ୍ୟାପିଂ କାର୍ଯ୍ୟ ସମାପ୍ତ ହୋଇଛି । ଏହି ୧୦ ଟି ଲାଇଟ୍ ହାଉସ୍ ( Light house ) ମଧ୍ୟରୁ କୁନ୍ନୁର ଲାଇଟ୍ ହାଉସ୍ ସମେତ ଛଅଟି ଲାଇଟ୍ ହାଉସ୍ ପାଇଁ ସିଆର୍‌ଜେଡ୍‌ର ମଞ୍ଜୁରୀ ଆରମ୍ଭ କରା ଯାଇଛି । ଅବଶିଷ୍ଟ ଚାରିଟି ଲାଇଟ ହାଉସ୍ "ନୋ ଡେଭଲପମେଂଟ ଜୋନ୍‌" (ଏନ୍‌ଡିଜେଡ୍‌) ଅଧୀନରେ ଆସିଥାଏ, ଯାହା ସ୍ଥାୟୀ ସଂରଚନା ନିର୍ମାଣକୁ ଅନୁମତି ଦିଏ ନାହିଁ ।

ସିଆର୍‌ଜେଡ୍ ମଞ୍ଜୁରୀ ପ୍ରାପ୍ତ କରିବା ପାଇଁ ଏବଂ ସହାରାଂଚଳ ଏବଂ ଗ୍ରାମାଂଚଳ ଯୋଜନା ବିଭାଗର ଅନୁମୋଦନ ପାଇବା ଦିନ ଠାରୁ ଏହି ପ୍ରକଳ୍ପ ଗୁଡିକୁ ଦୁଇ ବର୍ଷ ମଧ୍ୟରେ ଶେଷ କରିବା ପାଇଁ ନିର୍ଦ୍ଧାରିତ ରହିଛି । ୧୧ ଜଣ ଘରୋଇ ହିତାଧିକାରୀ କେରଳ ଠାରେ ଲାଇଟ୍ ହାଉସ୍ ପର୍ଯ୍ୟଟନ ପ୍ରକଳ୍ପ ଗୁଡିକୁ ଆରମ୍ଭ କରିବା ନିମନ୍ତେ ନିଜର ବ୍ୟକ୍ତିଗତ ଆଗ୍ରହ ପ୍ରକାଶ କରିଛନ୍ତି । ସରକାରୀ  ଘରୋଇ ଭାଗୀଦାରୀରେ ପର୍ଯ୍ୟଟନର ବିକାଶ ନିମନ୍ତେ ଚିହ୍ନିତ ୬୫ଟି ଲାଇଟ୍ ହାଉସ୍‌ର ରାଜ୍ୟ ସ୍ତରୀୟ ସୂଚୀ l

ଓଡିଶା - ଗୋପାଳପୁର ଲାଇଟହାଉସ

         ପୁରୀ  ଲାଇଟହାଉସ

         ଚନ୍ଦ୍ରଭାଗା  ଲାଇଟହାଉସ

         ପାରାଦୀପ ଲାଇଟହାଉସ

         ଫଲ୍ସ ପଏଣ୍ଟ ଲାଇଟହାଉସ

 

ଏ ସମ୍ପର୍କରେ କେନ୍ଦ୍ର ବନ୍ଦର ଏବଂ ଜଳପଥ ମନ୍ତ୍ରୀ ଶ୍ରୀ ସର୍ବାନନ୍ଦ ସୋନୋୱାଲ ଲୋକସଭାରେ ଏକ ଲିଖିତ ଉତ୍ତରରେ ସୂଚିତ କରିଛନ୍ତି ।

କୃଷି କ୍ଷେତ୍ରରେ ମଞ୍ଜି ବୁଣା ଯନ୍ତ୍ର, ମିଳିବ କେବଳ ଲାଭ

ନ୍ୟୁ ହଲାଣ୍ଡ କୃଷି ଫାର୍ମ କୁ ପାୱାର ଆୱାର୍ଡ ୨୦୨୨ ପୁରସ୍କାର

Like this article?

Hey! I am Tanushree Mahapatra. Did you liked this article and have suggestions to improve this article? Mail me your suggestions and feedback.

Share your comments