1. କୃଷି ଖବର

RAIN UPDATE: ୧୦ ଯାଏଁ ରାଜ୍ୟକୁ ବର୍ଷା ଆଲର୍ଟ

ରାଜ୍ୟକୁ ବର୍ଷା ଆଲର୍ଟ l ଆଗାମୀ ୧୦ ତାରିଖ ପର୍ଯ୍ୟନ୍ତ ହାଲୁକା ବର୍ଷା.......

Tanushree Mahapatra
Tanushree Mahapatra
light rain till 10th march, image source - pixeles

light rain till 10th march, image source - pixeles

ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଧୀରେ ଧୀରେ ଦେଖିବାକୁ ମିଳୁଛି l ଏହାରି ମଧ୍ୟରେ ବଦଳିଛି ପାଣିପାଗ l ଆଞ୍ଚଳିକ ପାଣିପାଗ ବିଭାଗର ସୂଚନା ଅନୁଯାୟୀ ଆଗାମୀ ୧୦ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ବର୍ଷା ସମ୍ଭାବନା l ରାଜ୍ୟରେ ଏକ ଗୁରୁଚାପ ବଳୟ ସକ୍ରିୟ ରହିଛି। ଯାହା ପ୍ରଭାବରେ ଜଳୀୟ ବାଷ୍ପପୂର୍ଣ୍ଣ ବାୟୁ ରାଜ୍ୟ ମଧ୍ୟକୁ  ପ୍ରବେଶ କରୁଛି। ଏହା ବାୟୁ ଉତ୍ତପ୍ତ ସୂର୍ଯ୍ୟକିରଣ ସଂସ୍ପର୍ଶରେ ଆସି କିଛି ସ୍ଥାନରେ ମେଘୁଆ ପାଗ ସହ ହାଲୁକା ବର୍ଷା ମଧ୍ୟ ହେଉଥିବା ଦେଖିବାକୁ ମିଳୁଛି ।

ବିଭାଗ ସୂଚନା ଅନୁଯାୟୀ ଆସନ୍ତା ୪ରୁ ୫ ଦିନ ପର୍ଯ୍ୟନ୍ତ ଦିନ ଓ ରାତିର ତାପମାତ୍ରାରେ ବିଶେଷ ପରିବ‌ର୍ତ୍ତନ ହେବାର ନାହିଁ । ସେହିପରି ୧୦ ତାରିଖ ପର୍ଯ୍ୟନ୍ତ ଉପକୂଳ ଓ ଦକ୍ଷିଣ ଓଡ଼ିଶାର ଗୋଟିଏ ରୁ ଦୁଇଟି ସ୍ଥାନରେ ହାଲୁକା ବର୍ଷା ହୋଇପାରେ । ୧୧ ତାରିଖ ବେଳକୁ ଦିନର ତାପମାତ୍ରା ୨ ରୁ ୩ ଡିଗ୍ରି ପର୍ଯ୍ୟନ୍ତ ବଢ଼ିବା ସମ୍ଭାବନା ରହିଛି।

ରାତି ସର୍ବନିମ୍ନ ତାପମାତ୍ରା ସ୍ବାଭାବିକଠାରୁ ଅଧିକ ରହିଥିବା ବେଳେ ଦିନର ସର୍ବୋଚ୍ଚ ତାପମାତ୍ରା ସ୍ବାଭାବିକ ନ ଥିବା ସମୟରେ ସାମାନ୍ୟ ଅଧିକ ରହୁଛି । ଏହିପରି ୫ ଦିନ ପର୍ଯ୍ୟନ୍ତ ପାଗରେ କୌଣସି ପରିବର୍ତ୍ତନ ହେବନାହିଁ l ଆଞ୍ଚଳିକ ପାଣିପାଗ ‌ବିଜ୍ଞାନ କେନ୍ଦ୍ର ବୈଜ୍ଞାନିକ ଉମାଶଙ୍କର ଦାଶ ଏ ନେଇ ସୂଚନା ଦେଇଛନ୍ତି । ଆଜି ଦିନ ସମୟରେ ରାଜ୍ୟର ପ୍ରାୟତଃ ୧୧ଟି ସହରର ତାପମାତ୍ରା ୩୬ ଡିଗ୍ରି କିମ୍ବା ତା’ଠାରୁ ଅଧିକ ରେକର୍ଡ ହୋଇଛି ।

ରେକର୍ଡ ହୋଇଥିବା ଜିଲ୍ଲା ମଧ୍ୟରେ ରହିଛି ପାରଳାଖେମୁଣ୍ଡି ଯେଉଁଠି ରାଜ୍ୟର ସର୍ବୋଚ୍ଚ ତାପମାତ୍ରା ୩୮ ଡିଗ୍ରି ଥିବା ବେଳେ ବଲାଙ୍ଗୀରରେ ୩୬.୯ ଏବଂ ଝାରସୁଗୁଡ଼ାରେ ୩୬.୮ ରହିଛି l ଅନ୍ୟପଟେ ମାଲକାନଗିରି ୩୬.୭ ଡିଗ୍ରୀ , ଟିଟିଲାଗଡ଼ରେ ୩୬.୫ ଡିଗ୍ରୀ , ସୋନପୁର, ରାୟଗଡ଼ା ଏବଂ ଭବାନୀପାଟଣାରେ ୩୬.୨ ଡିଗ୍ରୀ , ନୟାଗଡ଼, ବୌଦ୍ଧ ଏବଂ ତାଳଚେରରେ ୩୬ ଡିଗ୍ରି ରେକର୍ଡ କରାଯାଇଛି ତାପମାତ୍ରା ।

KALIA YOJANA: ମାନିବାକୁ ପଡ଼ିବ ଏହି ସର୍ତ୍ତ , ନଚେତ ହେବେ ବଞ୍ଚିତ

Mission Shakti Loan: ଏମିତି କରନ୍ତୁ ଆବେଦନ

Like this article?

Hey! I am Tanushree Mahapatra. Did you liked this article and have suggestions to improve this article? Mail me your suggestions and feedback.

Share your comments