News

ଆଜି ସୃଷ୍ଟି ହେବ ଲଘୁଚାପ....

ଆଜି ସୋମବାର ଲଘୁଚାପ ସୃଷ୍ଟି ପରେ ବାତ୍ୟାର ଗତିପଥ ଆଉ ତାର ତୀବ୍ରତାକୁ ନେଇ ହିଁ ଭାରତୀୟ ପାଣିପାଗ ବିଭାଗ (IMD) ସ୍ପଷ୍ଟ କରି କହିବେ । ଆଜି ବହୁ ଜିଲ୍ଲାରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି ।

08 May, 2023 12:11 PM IST By: Sudesna Nayak

ଆଜି ସୋମବାର (MONDAY)ଲଘୁଚାପ (low pressure)ସୃଷ୍ଟି ପରେ ବାତ୍ୟା (cyclone)ର ଗତିପଥ ଆଉ ତାର ତୀବ୍ରତାକୁ ନେଇ ହିଁ ଭାରତୀୟ ପାଣିପାଗ ବିଭାଗ (IMD) ସ୍ପଷ୍ଟ କରି କହିବେ । ଆଜି (MONDAY) ବହୁ ଜିଲ୍ଲାରେ ପ୍ରବଳ ବର୍ଷା (RAIN) ର ସମ୍ଭାବନା ରହିଛି ।

ସୂଚନା ଅନୁଯାୟୀ, ଭାରତୀୟ ପାଣିପାଗ ବିଭାଗ (IMD) ମତ ଅନୁୟାୟୀ, ଆଜି ସୋମବାର (MONDAY) ଦିନ ରାଜ୍ୟର କୋରାପୁଟ ଜିଲ୍ଲା, ମାଲକାନଗିରି ଜିଲ୍ଲା,ନବରଙ୍ଗପୁର ଜିଲ୍ଲା,କଳାହାଣ୍ଡି ଜିଲ୍ଲା,ମୟୂରଭଞ୍ଜ ଜିଲ୍ଲା,କନ୍ଧମାଳ ଜିଲ୍ଲାର କିଛି ଅଞ୍ଚଳରେ ବିଜୁଳି, ଘଡ଼ଘଡ଼ି ସହ ପ୍ରବଳ ବର୍ଷା (RAIN) ହୋ‌ଇପାରେ ।

ଏଥିସହିତ ଜାଣି ରଖନ୍ତୁ ଯେ, ରାଜ୍ୟରେ କାଳବୈଶାଖୀ (thunderstorm)ପ୍ରଭାବ କମିଥିବାରୁ ହିଁ ପ୍ରବଳ ଗରମ (HOT)ଅନୁଭୁତ ହେଉଛି ।

ପ୍ରକାଶ ଥାଉ ଯେ, ବାତ୍ୟା (cyclone) ‘ମୋଚା’(Mocha)କୁ ନେଇ ପାଣିପାଗ ବିଭାଗ (IMD)ର ଆକଳନ ରାଜ୍ୟବାସୀମାନଙ୍କ ସହ ଚାଷୀ (FARMERS)ମାନଙ୍କ ଚିନ୍ତାକୁ ବଢ଼ାଇ ଦେଇଛି । ଯାହାକୁ ନେଇ ରାଜ୍ଯ ସରକାର ମଧ୍ଯ ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି ।

ଆସୁଛି ୯ରେ ବାତ୍ୟା ‘ମୋଚା’

ଆଗାମୀ ୩ ତାରିଖ ଯାଏଁ ରାଜ୍ୟରେ କାଳବୈଶାଖୀ ସମ୍ଭାବନା

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)