
low pressure update rain to lash several parts of odisha on maha navami
ଲଘୁଚାପ (Low Pressure) ପ୍ରଭାବରେ ଜାରି ରହିଛି ଲଗାଣ ବର୍ଷା (Rain)। ଉପକୂଳ ସମେତ ପାର୍ଶ୍ୱବର୍ତ୍ତୀ ଜିଲ୍ଲା ଗୁଡ଼ିକରେ ଲଘୁଚାପ (Low Pressure)ର ଲଗାଣ ପ୍ରଭାବ ଦେଖିବାକୁ ମିଳିଛି ।
ସୂଚନା ଅନୁଯାୟୀ, ସକ୍ରିୟ ଲଘୁଚାପ ପ୍ରଭାବରେ ଭିଜୁଛି ପୂରା ଉପକୂଳ ଓଡ଼ିଶା (odisha) । ଟ୍ୱିନସିଟି ଭୁବନେଶ୍ୱର (Bhubaneswar) ଓ କଟକ (Cuttack)ରେ ମଧ୍ୟ ବର୍ଷା (Rain) ଲାଗି ରହିଛି । ଆଜି ମଙ୍ଗଳବାର (TUESDAY) ଗଞ୍ଜାମ ଜିଲ୍ଲା, ଗଜପତି ଜିଲ୍ଲା, ମାଲକାନଗିରି ଜିଲ୍ଲା ଓ କୋରାପୁଟ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା (Rain) ସମ୍ଭାବନା ରହିଛି ।
ସେହିପରି 11 ଟି ଜିଲ୍ଲାକୁ ପ୍ରବଳ ବର୍ଷା (Rain)ନେଇ ୟେଲୋ ୱାର୍ଣ୍ଣିଂ (yellow warning) ଜାରି ହୋଇଛି । ନବରଙ୍ଗପୁର ଜିଲ୍ଲା, ରାୟଗଡା ଜିଲ୍ଲା, କଳାହାଣ୍ଡି ଜିଲ୍ଲା, କନ୍ଧମାଳ ଜିଲ୍ଲା, ପୁରୀ ଜିଲ୍ଲା, ଖୋର୍ଦ୍ଧା ଜିଲ୍ଲା,ଜଗତସିଂହପୁର ଜିଲ୍ଲା, କେନ୍ଦ୍ରାପଡା ଜିଲ୍ଲା, ବାଲେଶ୍ୱର ଜିଲ୍ଲା, ଭଦ୍ରକ ଜିଲ୍ଲା ଏବଂ ନୟାଗଡ ଜିଲ୍ଲା ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି ।
ପ୍ରକାଶ ଥାଉ ଯେ, ଅକ୍ଟୋବର 6 ତାରିଖ ଦିନ ମଧ୍ୟ କିଛି ସ୍ଥାନରେ ବର୍ଷା (Rain) ହୋଇପାରେ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି । ଅକ୍ଟୋବର 7 ତାରିଖ ଦିନ ଦକ୍ଷିଣ ବଙ୍ଗୋପସାଗରରେ ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇ ଲଘୁଚାପ (Low Pressure) ରେ ପରିଣତ ହେବାର ସମ୍ଭାବନା ରହିଛି ।
Share your comments