1. କୃଷି ଖବର

LPG କନେକଶନ ନେବା ହେଲା ମହଙ୍ଗା, ଜାଣନ୍ତୁ...

ସାଧାରଣ ଜନତାଙ୍କୁ ଲଗାତର ଗୋଟିଏ ପରେ ଗୋଟିଏ ମୁଦ୍ରାସ୍ଫୀତିର ଝଟକା ଲାଗୁଛି । ଯାହା ଫଳରେ ଜନତାଙ୍କ ପକେଟ ଉପରେ ବୋଝ ବଢ଼ି ବଢ଼ି ଚାଲିଛି । ଆଜି (ଜୁନ ୨୮) LPG କନେକଶନକୁ ନେଇ ଏକ ଚିନ୍ତାଜନକ ଖବର ଆସିଛି । ବର୍ତ୍ତମାନ ନୂତନ LPG ସଂଯୋଗ ନେବା ପାଇଁ ଲୋକଙ୍କୁ ପୂର୍ବ ଅପେକ୍ଷା ଅଧିକ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ ।

Sudesna Nayak
Sudesna Nayak
LPG connection rate hike security deposit on commercial lpg connection increase by rs 1050 for 19 kg cylinder

LPG connection rate hike security deposit on commercial lpg connection increase by rs 1050 for 19 kg cylinder

ସାଧାରଣ ଜନତାଙ୍କୁ ଲଗାତର ଗୋଟିଏ ପରେ ଗୋଟିଏ ମୁଦ୍ରାସ୍ଫୀତିର ଝଟକା ଲାଗୁଛି । ଯାହା ଫଳରେ ଜନତାଙ୍କ ପକେଟ ଉପରେ ବୋଝ ବଢ଼ି ବଢ଼ି ଚାଲିଛି । ଆଜି (ଜୁନ ୨୮) LPG କନେକଶନକୁ ନେଇ ଏକ ଚିନ୍ତାଜନକ ଖବର ଆସିଛି । ବର୍ତ୍ତମାନ ନୂତନ LPG ସଂଯୋଗ ନେବା ପାଇଁ ଲୋକଙ୍କୁ ପୂର୍ବ ଅପେକ୍ଷା ଅଧିକ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ ।

ସୂଚନା ଅନୁଯାୟୀ, ତୈଳ ମାର୍କେଟିଂ କମ୍ପାନୀଗୁଡିକ ବ୍ୟବସାୟିକ LPG ସିଲିଣ୍ଡର (୧୯ କିଲୋଗ୍ରାମ) ର କନେକଶନ୍ (Commercial LPG Connection) ନେବା ପାଇଁ ସିକ୍ୟୁରିଟି ଜମା ଶୁଳ୍କ ବୃଦ୍ଧି କରିଛନ୍ତି । ନୂତନ ଦର ମଧ୍ୟ ଆଜି ଠାରୁ ଅର୍ଥାତ୍ ଜୁନ ୨୮ରୁ ଲାଗୁ ହୋଇଛି ।

୧୯ କିଲୋଗ୍ରାମ SC Valve ସହିତ ସିଲିଣ୍ଡରର ସିକ୍ୟୁରିଟି ଜମା ରେଟ୍ ୧୭୦୦ରୁ ୨୪୦୦ ଟଙ୍କା, ଶୁଳ୍କ ରେଟ୍ ୧୭୦୦ ଟଙ୍କାରୁ ୨୪୦୦ ଟଙ୍କା ଏବଂ ପ୍ୟାନେଲ ରେଟ୍ ୨୫୫୦ ଟଙ୍କାରୁ ୩୬୦୦ ଟଙ୍କାକୁ ବୃଦ୍ଧି ପାଇଛି । ୪୭.୫ କିଲୋଗ୍ରାମ SC Valve ସହିତ ସିଲିଣ୍ଡରର ସିକ୍ୟୁରିଟି ଜମା ରେଟ୍ ୪୩୦୦ ଟଙ୍କାରୁ ୪୯୦୦ ଟଙ୍କା, ଶୁଳ୍କ ରେଟ୍ ୪୩୦୦ରୁ ୪୯୦୦ ଟଙ୍କା ଏବଂ ପ୍ୟାନେଲ ରେଟ୍ ୬୪୫୦ ଟଙ୍କାରୁ ୭୩୫୦ ଟଙ୍କାକୁ ବୃଦ୍ଧି ପାଇଛି । LOT Volve ସିକ୍ୟୁରିଟି ଜମା ଓଶୁଳ୍କ ରେଟ୍ ୧୫୦୦ ଟଙ୍କା ଅପରିବର୍ତ୍ତିତ ରହିଛି । ଏଥି ସହିତ ଏହାର ପ୍ୟାନେଲ ରେଟ୍ ୨୨୫୦ ଟଙ୍କା ଅପରିବର୍ତ୍ତିତ ରହିଛି ।

୧୯ କିଲୋଗ୍ରାମ LOT Volve ସହିତ ସିଲିଣ୍ଡରର ସିକ୍ୟୁରିଟି ଜମା ରେଟ୍ ୩୨୦୦ ଟଙ୍କାରୁ ୩୯୦୦ ଟଙ୍କାକୁ ବୃଦ୍ଧି କରାଯାଇଛି । ଶୁଳ୍କ ରେଟ୍ ମଧ୍ୟ ୩୨୦୦ ଟଙ୍କାରୁ ୩୯୦୦ ଟଙ୍କା ଏବଂ ପ୍ୟାନେଲ ଦର ୪୮୦୦ ଟଙ୍କାରୁ ୫୮୫୦ ଟଙ୍କାକୁ ବୃଦ୍ଧି ପାଇଛି । ୪୭.୫ କିଲୋଗ୍ରାମ LOT Volve ସହିତ ସିଲିଣ୍ଡରର ସିକ୍ୟୁରିଟି ଜମା ଦର ୫୮୦୦ ଟଙ୍କାରୁ ୬୪୦୦ ଟଙ୍କାକୁ ବୃଦ୍ଧି ପାଇଛି । ଶୁଳ୍କ ରେଟ୍ ୫୮୦୦ ଟଙ୍କାରୁ ୬୪୦୦ ଟଙ୍କା ଏବଂ ପ୍ୟାନେଲ ରେଟ୍ ୮୭୦୦ରୁ ୯୬୦୦ ଟଙ୍କାକୁ ବୃଦ୍ଧି ପାଇଛି ।

ପ୍ରକାଶ ଥାଉ ଯେ,ଏକ ନୂତନ LPG ସଂଯୋଗ ପାଇବା ମଧ୍ୟ ମହଙ୍ଗା ହୋଇଛି ଓ ଏହାର ପ୍ରଭାବ ଯେଉଁମାନେ ନୂତନ ଗ୍ୟାସ୍ ସଂଯୋଗ ନେବେ ସେମାନଙ୍କ ଉପରେ ପଡ଼ିବ । ସମ୍ପ୍ରତି ତୈଳ ମାର୍କେଟିଂ କମ୍ପାନୀଗୁଡିକ ଘରୋଇ LPG ସିଲିଣ୍ଡରର ସିକ୍ୟୁରିଟି ଜମା ଦାମ ମଧ୍ୟ ବୃଦ୍ଧି କରିଛନ୍ତି । ଏହା ଅଧୀନରେ ଘରୋଇ ଗ୍ରାହକମାନଙ୍କୁ ପ୍ରତ୍ୟେକ ନୂତନ ଗ୍ୟାସ ସଂଯୋଗ ପାଇଁ ୧୪୫୦ ଟଙ୍କା ପରିବର୍ତ୍ତେ ୨୨୦୦ ଟଙ୍କା ଜମା କରିବାକୁ ପଡ଼ିବ । ଅର୍ଥାତ ପ୍ରତ୍ୟେକ ନୂତନ ଗ୍ୟାସ ସଂଯୋଗ ପାଇଁ ସିଧାସଳଖ ଜମା ହାର ୭୫୦ ଟଙ୍କା ବୃଦ୍ଧି କରାଯାଇଛି ।

LPG Cylinder: ଆଶ୍ବସ୍ତି! କମିଲା ଗ୍ୟାସ ଦର; ୧୩୫ ଟଙ୍କା ହ୍ରାସ

ଗ୍ରାହକଙ୍କୁ ପୁଣି ମହଙ୍ଗା ମାଡ଼,ଆଜିଠୁ ବଢିଲା ନୂଆ LPG ଗ୍ୟାସ୍ ଦର

Like this article?

Hey! I am Sudesna Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments