1. କୃଷି ଖବର

ଗୁଡ ନ୍ୟୁଜ୍ : ୬୩୪ ଟଙ୍କାରେ କିଣନ୍ତୁ LPG ସିଲିଣ୍ଡର ; ଜାଣନ୍ତୁ କେମିତି ଉଠାଇବେ ଲାଭ

ଯଦି ଆପଣମାନେ ଏଲପିଜି ସିଲିଣ୍ଡର (LPG cylinder)ର କ୍ରମାଗତ ମୂଲ୍ୟ ବୃଦ୍ଧିରେ ଅସୁବିଧାରେ ପଡୁଛନ୍ତି, ତେବେ ଆପଣମାନଙ୍କ ପାଇଁ ଏକ ଖୁସି ଖବର ଅଛି । ବର୍ତ୍ତମାନ ଆପଣ ମାତ୍ର ୬୩୩.୫ ଟଙ୍କାରେ ଏଲପିଜି ସିଲିଣ୍ଡର କିଣି ପାରିବେ । ଆମେ ନୂଆ କମ୍ପୋଜିଟ୍ ଗ୍ୟାସ୍ ସିଲିଣ୍ଡ (Composite Cylinder)ର ବିଷୟରେ ହିଁ କହୁଛୁ ।

Sudesna Nayak
Sudesna Nayak
LPG cylinder for rs 634

LPG cylinder for rs 634

ଯଦି ଆପଣମାନେ ଏଲପିଜି ସିଲିଣ୍ଡର (LPG cylinder)ର କ୍ରମାଗତ ମୂଲ୍ୟ ବୃଦ୍ଧିରେ ଅସୁବିଧାରେ ପଡୁଛନ୍ତି, ତେବେ ଆପଣମାନଙ୍କ ପାଇଁ ଏକ ଖୁସି ଖବର ଅଛି । ବର୍ତ୍ତମାନ ଆପଣ ମାତ୍ର ୬୩୩.୫ ଟଙ୍କାରେ ଏଲପିଜି ସିଲିଣ୍ଡର କିଣି ପାରିବେ । ଆମେ ନୂଆ କମ୍ପୋଜିଟ୍ ଗ୍ୟାସ୍ ସିଲିଣ୍ଡର (Composite Cylinder)ର ବିଷୟରେ ହିଁ କହୁଛୁ ।

ଚାଲନ୍ତୁ ଏହି ନୂଆ କମ୍ପୋଜିଟ୍ ଏଲପିଜି ସିଲିଣ୍ଡର (LPG cylinder)ର ସୁବିଧା ବିଷୟରେ ଜାଣିବା...

ଯଦି ଆପଣମାନେ ଦିଲ୍ଲୀ, ବନାରସ, ପ୍ରୟାଗରାଜ, ଫରିଦାବାଦ, ଗୁରୁଗ୍ରାମ, ଜୟପୁର, ହାଇଦ୍ରାବାଦ, ଜଲନ୍ଦର, ଜାମସେଦପୁର, ପାଟନା, ମୈସୁର, ଲୁଧିଆନା, ରାୟପୁର, ରାଞ୍ଚି, ଅହମ୍ମଦାବାଦ ଭଳି ବଡ ବଡ ସହରରେ ରୁହନ୍ତି ତେବେ ଆପଣମାନେ ଏହାକୁ ୬୩୩.୫୦ ରୁ ୬୯୭ ଟଙ୍କା ପର୍ଯ୍ୟନ୍ତ ରିଫିଲ୍ କରିପାରିବେ । ଏହି ସିଲିଣ୍ଡରରେ କେବଳ ୧୦ କିଲୋଗ୍ରାମ ଗ୍ୟାସ୍ ରହିବ ।

କମ୍ପୋଜିଟ୍ ସିଲିଣ୍ଡରର ବିଶେଷତା ବିଷୟରେ ଜାଣନ୍ତୁ...

କମ୍ପୋଜିଟ୍ ସିଲିଣ୍ଡର (Composite Cylinder) ୧୪.୨ କିଲୋଗ୍ରାମ ଗ୍ୟାସ୍ ସହିତ ବହୁଳ ସିଲିଣ୍ଡର ଅପେକ୍ଷା ସ୍ୱଚ୍ଛ ଓ ହାଲୁକା ହୋଇଥାଏ । ଏହାର କମ୍ ଓଜନ ହେତୁ ଏହାକୁ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ନେବା ବହୁତ ସହଜ ମଧ୍ଯ ହୋଇଥାଏ ।

୧୦ କିଲୋଗ୍ରାମ କମ୍ପୋଜିଟ୍ ସିଲିଣ୍ଡରର ହାର ଜାଣନ୍ତୁ...

ଦିଲ୍ଲୀ (Delhi)ରେ ୬୩୪ ଟଙ୍କା ଥିବା ବେଳେ ମୁମ୍ବାଇ (Mumbai)ରେ ମଧ୍ୟ ସମାନ ମୂଲ୍ୟରେ ମୁଳୁଛି । ସେହିପରି କୋଲକାତା (Kolkata)ରେ ୬୫୨ ଟଙ୍କାରେ ମିଳୁଥିବା ବେଳେ ଚେନ୍ନାଇ (Chennai)ରେ ୬୪୫ ଟଙ୍କାରେ ଉପଲବ୍ଧ ଅଛି ।

କମ୍ପୋଜିଟ୍ ସିଲିଣ୍ଡର ଦୁଇଟି ପ୍ରକାରରେ ଆସେ,ଜାଣନ୍ତୁ...

କହିବାକୁ ଗଲେ, କମ୍ପୋଜିଟ୍ ଗ୍ୟାସ୍ ସିଲିଣ୍ଡର ଦୁଇଟି ପ୍ରକାରରେ ଆସେ । ଏଥିରୁ ୧୦ କିଲୋଗ୍ରାମ ଓ ୫ କିଲୋଗ୍ରାମ ଗ୍ୟାସ ସିଲିଣ୍ଡର ଅଛି । ୧୦ କିଲୋଗ୍ରାମ ସିଲିଣ୍ଡର ପାଇଁ ଗ୍ରାହକମାନଙ୍କୁ ୬୩୩.୫୦ ଟଙ୍କା ଦେବାକୁ ପଡ଼ିବ ଓ ୫ କିଲୋଗ୍ରାମ ଗ୍ୟାସ କମ୍ପୋଜିଟ ଏଲପିଜି ସିଲିଣ୍ଡର ୫୦୨ ଟଙ୍କା ରିଫିଲ ହେବ । ୧୦ କିଲୋଗ୍ରାମ ସିଲିଣ୍ଡର ପାଇଁ ଗ୍ରାହକମାନଙ୍କୁ ୩,୩୫୦ ଟଙ୍କା ସିକ୍ୟୁରିଟି ଦେବାକୁ ପଡ଼ିବ । ସେହିପରି ୫ କିଲୋଗ୍ରାମ ସିଲିଣ୍ଡର ପାଇଁ ୨,୧୫୦ ଟଙ୍କା ସିକ୍ୟୁରିଟି ଦେବାକୁ ପଡ଼ିବ ।

ନୂଆବର୍ଷରେ ଶସ୍ତା ହେଲା ଗ୍ୟାସ ସିଲିଣ୍ଡର

ନୂଆବର୍ଷରୁ ବଢିବ LPG ସିଲିଣ୍ଡର ଦର

Like this article?

Hey! I am Sudesna Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments