1. କୃଷି ଖବର

ନୂଆବର୍ଷରେ ଶସ୍ତା ହେଲା ଗ୍ୟାସ ସିଲିଣ୍ଡର

ନୂଆବର୍ଷରେ ଖାଉଟିଙ୍କୁ ମିଳିଲା ଆଶ୍ୱସ୍ତି । ଯେତିକି ବଢିଥିଲା ସେତିକି କମିଲା ଗ୍ୟାସ ସିଲିଣ୍ଡର ଦର । ଆଜି (ଶନିବାର ଦିନ) କମର୍ସିଆଲ ଗ୍ୟାସ ସିଲିଣ୍ଡର (Gas cylinder)୧୦୨ ଟଙ୍କା ଶସ୍ତା ହୋଇଛି ।

Sudesna Nayak
Sudesna Nayak
oil marketing companies have slashed commercial LPG cylinder prices rs 102-50

oil marketing companies have slashed commercial LPG cylinder prices rs 102-50

ନୂଆବର୍ଷରେ ଖାଉଟିଙ୍କୁ ମିଳିଲା ଆଶ୍ୱସ୍ତି । ଯେତିକି ବଢିଥିଲା ସେତିକି କମିଲା ଗ୍ୟାସ ସିଲିଣ୍ଡର ଦର । ଆଜି (ଶନିବାର ଦିନ) କମର୍ସିଆଲ ଗ୍ୟାସ ସିଲିଣ୍ଡର (Gas cylinder)୧୦୨ ଟଙ୍କା ଶସ୍ତା ହୋଇଛି । କିନ୍ତୁ ଘରୋଇ ଗ୍ୟାସରେ କୌଣସି ପରିବର୍ତ୍ତନ ହୋଇନାହିଁ ।

ଆଜି (ଶନିବାର ଦିନ) କମର୍ସିଆଲ ଗ୍ୟାସ ସିଲିଣ୍ଡର ମୂଲ୍ୟ ୧୦୨ ଟଙ୍କା ୫୦ ପଇସା ଶସ୍ତା ହୋଇଛି । ନୂଆ ଦର ଲାଗୁ ହେଲେ ୧୯୯୮ ଟଙ୍କା ୫୦ ପଇସାରେ ୧୯ କିଲୋଗ୍ରାମ ଗ୍ୟାସ ସିଲିଣ୍ଡର ମିଳିବ । କମର୍ସିଆଲ ଗ୍ୟାସ ସିଲିଣ୍ଡର (commercial lpg cylinder) ମୂଲ୍ୟ ହ୍ରାସ, ବିଶେଷ କରି ହୋଟେଲ, ରେସ୍ତରାଁ, ଚାହା ଦୋକାନୀମାନଙ୍କୁ ଅଧିକ ଆଶ୍ୱସ୍ତ କରିଦେଇଛି ।

କହିବାକୁ ଗଲେ, ଡିସେମ୍ବରରେ ୧୯ କିଲୋଗ୍ରାମ ଗ୍ୟାସ ସିଲିଣ୍ଡରରେ ୧୦୦ ଟଙ୍କା ବୃଦ୍ଧି କରାଯାଇଥିଲା । ଫଳରେ ଗତ ୨୦୧୨-୧୩ ପର ଠାରୁ ଦ୍ୱିତୀୟ ଥର ପାଇଁ କମର୍ସିଆଲ ଗ୍ୟାସ ଦର ୨୧୦୧ ଟଙ୍କା ସହ ରେକର୍ଡ ସ୍ତରରେ ପହଞ୍ଚିଥିଲା ।

ପ୍ରକାଶ ଥାଉ ଯେ, ଅନ୍ୟପଟେ ହାଣ୍ଡିଶାଳରେ ପୂର୍ବ ପରି ନିଆଁ ଲାଗିଛି । ପୂର୍ବ ପରି ୧୪ କିଲୋଗ୍ରାମ, ୧୦ କିଲୋଗ୍ରାମ ଓ ୫ କିଲୋଗ୍ରାମ ଘରୋଇ ଗ୍ୟାସ ସିଲିଣ୍ଡର ମୂଲ୍ୟରେ କୌଣସି ପରିବର୍ତ୍ତନ ହୋଇନାହିଁ ।

ସୂଚନା ଥାଉ କି ଯେ, ଜାତୀୟ ରାଜଧାନୀ ଦିଲ୍ଲୀ (Delhi) ଓ ମୁମ୍ବାଇ (Mumbai) ରେ ୧୪ କିଲୋଗ୍ରାମ ଗ୍ୟାସ ସିଲିଣ୍ଡର ମୂଲ୍ୟ ୮୯୯ ଟଙ୍କା ୫୦ ପଇସା ଅଛି । ଭୁବନେଶ୍ୱର (Bhubaneswar)ରେ ଏହି ରେଟ୍ ୯୨୬ ଟଙ୍କା ଅଛି ।

ନୂଆବର୍ଷରୁ ବଢିବ LPG ସିଲିଣ୍ଡର ଦର

ନୂଆବର୍ଷ ଅବସରରେ ଭବନେଶ୍ବରେ ହ୍ରାସ ପାଇଛି ପେଟ୍ରୋଲ ଓ ଡିଜେଲ ଦର; ଜାଣନ୍ତୁ ଆଜିର ମୂଲ୍ୟ

Like this article?

Hey! I am Sudesna Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments