News

୫୦ ଟଙ୍କା ଶସ୍ତା ହେଲା LPG ଗ୍ୟାସ ସିଲିଣ୍ଡର, ଏହି ଉପାୟରେ କରନ୍ତୁ ବୁକିଂ

ବର୍ତ୍ତମାନ ରୋଷେଇ ଗ୍ୟାସ ସିଲିଣ୍ଡର ଦରକୁ ନେଇ ସାମ୍ନାକୁ ଆସିଛି ନୂଆ ଖବର । ଗ୍ରାହକମାନଙ୍କ ପାଇଁ ନୂଆ ଅଫର ଆସିଛି । ଏବେ ସିଲିଣ୍ଡର ଦରରେ ୫୦ ଟଙ୍କା କମ ହୋଇଛି ।

21 January, 2022 2:38 PM IST By: Sudesna Nayak

ବର୍ତ୍ତମାନ କରୋନା (Corona) ମହାମାରୀରେ ମହଙ୍ଗା ମାଡରେ ଲୋକ ଘାଇଲା ହେଉଛନ୍ତି । ଏହାରି ମଧ୍ୟରେ ସବୁ ଜିନିଷର ଦରଦାମ ମଧ୍ୟ ବଢ଼ିବାରେ ଲାଗିଛି । ପରିବା ଠୁ ଆରମ୍ଭ କରି ରୋଷେଇ ଗ୍ୟାସ ସିଲିଣ୍ଡର ଦର ଆକାଶ ଛୁଆଁ ହେଲାଣି । ଯାହାକୁ ନେଇ ମଧ୍ୟବିତ୍ତ ତଥା ଗରିବ ଶ୍ରେଣୀର ଲୋକମାନେ ଏଥିପାଇଁ ବିଶେଷ ଭାବେ ପ୍ରଭାବିତ ହେଉଛନ୍ତି ।

କିନ୍ତୁ ବର୍ତ୍ତମାନ ରୋଷେଇ ଗ୍ୟାସ ସିଲିଣ୍ଡର ଦରକୁ ନେଇ ସାମ୍ନାକୁ ଆସିଛି ନୂଆ ଖବର । ଗ୍ରାହକମାନଙ୍କ ପାଇଁ ନୂଆ ଅଫର ଆସିଛି । ଏବେ ସିଲିଣ୍ଡର ଦରରେ ୫୦ ଟଙ୍କା କମ ହୋଇଛି । ଏହି ସୁବିଧା ସରକାରଙ୍କ ତରଫରୁ ନୁହେଁ ବରଂ ଡିଜିଟାଲ ପେମେଣ୍ଟର ସୁବିଧା ଦେଉଥିବା ପକେଟସ୍‌ ଆପ ତରଫରୁ ମିଳୁଛି । ଏହି ଆପ୍‌ ଜରିଆରେ ଗ୍ୟାସ ସିଲିଣ୍ଡର (LPG gas cylinder)ବୁକିଂ କଲେ ଆପଣଙ୍କୁ କ୍ୟାସବ୍ୟାକ (Cashback) ମିଳିବ ।

ଏବେ ଆପଣ ପକେଟସ୍‌ ଆପ୍‌ (Pockets App)ଜରିଆରେ ଗ୍ୟାସ ବୁକିଂ କଲେ ୧୦% ଛାଡ ମିଳିବ । ଯାହାଦ୍ବାରା ୫୦ଟଙ୍କା କମିଯିବ । ଏହା ବ୍ୟତିତ ଆପଣ ଅନ୍ୟ ଉପାୟରେ ୨୦୦ କିମ୍ବା ଏହା ଠୁ ଅଧିକ ଟଙ୍କା ପେମେଣ୍ଟୁ କଲେ ତେବେ ବି ଆପଣଙ୍କୁ କ୍ୟାସବ୍ୟାକ ଦିଆଯିବ । ଏଥିପାଇଁ ଗ୍ରାହକମାନଙ୍କୁ କୌଣସି ପ୍ରକାର ପ୍ରୋମୋକୋର୍ଡ ବ୍ୟବହାର କରିବାକୁ ପଡ଼ିବନି ।

ଏବେ ଆପଣଙ୍କୁ ଏଥିରୁ କିପରି କ୍ୟାସବ୍ୟାକ ମିଳିବ,ଜାଣନ୍ତୁ...

.ପ୍ରଥମେ ମୋବାଇଲରେ pockets app ଡାଉନଲୋଡ କରନ୍ତୁ ।

.ଏବେ ରିଚାର୍ଜ ଆଣ୍ଡ ପେ ବିଲ୍ସ ସେକ୍ସନକୁ ଯାଇ ପେ ବିଲ୍ସରେ କ୍ଲିକ କରନ୍ତୁ ।

.ଏବେ ଆପଣଙ୍କୁ ଚୁଜ ବିଲର୍ସ ରେ more ଅପସନ୍‌ ଦେଖାଯିବ । ଏହା ଉପରେ କ୍ଲିକ କରନ୍ତୁ ।

.ପରେ ଆପଣଙ୍କୁ ଏଲପିଜିର ଅପସନ୍‌ ଦେଖାଯିବ । ଏଠାରେ ସର୍ଭିସ ପ୍ରୋଭାଇଡର ଉପରେ କ୍ଳିକ କରନ୍ତୁ ।

.ଏହାପରେ ନିଜର ମୋବାଇଲ ନମ୍ବର ଏଣ୍ଟର କରନ୍ତୁ । ବୁକିଂ ଆମାଉଣ୍ଟରେ ପେମେଣ୍ଟ କରନ୍ତୁ।

.ଟ୍ରାଞ୍ଜେକସନ୍‌ ପରେ ୧୦% ମାନେ ୫୦ଟଙ୍କା କ୍ୟାସବ୍ୟାକ (Cashback) ମିଳିଯିବ। ଏଥିପାଇଁ ଏକ ରିଭାଇଡର୍ସ ଆସିବ।

.ଏହାକୁ ଓପନ କରିବା ପରେ କ୍ୟାସବ୍ୟାକ (Cashback) ଆପଣଙ୍କ ଆକାଉଣ୍ଟକୁ କ୍ରେଡିଟ ହୋଇଯିବ ।

ଖୁସି ଖବର : LPG ଗ୍ୟାସ ସିଲିଣ୍ଡରକୁ ନେଇ ବଡ଼ ପରିବର୍ତ୍ତନ, ଦେଶର କୋଟି କୋଟି ଲୋକଙ୍କୁ ମିଳିବ ଲାଭ

ଗୁଡ ନ୍ୟୁଜ୍ : ୬୩୪ ଟଙ୍କାରେ କିଣନ୍ତୁ LPG ସିଲିଣ୍ଡର ; ଜାଣନ୍ତୁ କେମିତି ଉଠାଇବେ ଲାଭ

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)