1. କୃଷି ଖବର

ଖୁସି ଖବର : LPG ଗ୍ୟାସ ସିଲିଣ୍ଡରକୁ ନେଇ ବଡ଼ ପରିବର୍ତ୍ତନ, ଦେଶର କୋଟି କୋଟି ଲୋକଙ୍କୁ ମିଳିବ ଲାଭ

ଗ୍ୟାସ ସିଲିଣ୍ଡର (Gas cylinder)ର ମୂଲ୍ୟକୁ ନେଇ କେନ୍ଦ୍ର ସରକାର (Central Government) ବଡ଼ ଘୋଷଣା କରିଛନ୍ତି ।

Sudesna Nayak
Sudesna Nayak
central government made a big change regarding the gas cylinder

central government made a big change regarding the gas cylinder

ଗ୍ୟାସ ସିଲିଣ୍ଡର (Gas cylinder)ର ମୂଲ୍ୟକୁ ନେଇ କେନ୍ଦ୍ର ସରକାର (Central Government) ବଡ଼ ଘୋଷଣା କରିଛନ୍ତି ।

ଗ୍ୟାସ ସିଲିଣ୍ଡରର ଓଜନ ହ୍ରାସ (LPG Gas Cylinder Weight) କରିବାକୁ କେନ୍ଦ୍ର ସରକାର ଯୋଜନା କରୁଛନ୍ତି । ମହିଳାମାନଙ୍କ (women)ସୁବିଧାକୁ ଧ୍ୟାନରେ ରଖି ସରକାର ସିଲିଣ୍ଡରର ଓଜନ ହ୍ରାସ କରିବାକୁ ଯୋଜନା କରୁଛନ୍ତି ।

ଆପଣମାନଙ୍କୁ କହି ରଖୁଛୁ ଯେ, ବର୍ତ୍ତମାନ ଘରୋଇ LPG ସିଲିଣ୍ଡରର ଓଜନ ୧୪.୨ କିଲୋଗ୍ରାମ ରହିଛି, ଯେଉଁଥିପାଇଁ ଏହାର ପରିବହନରେ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଥାଏ । ଏହାକୁ ଧ୍ୟାନରେ ରଖି ସରକାର ଓଜନ ହ୍ରାସ କରିବାକୁ ଯୋଜନା କରୁଛନ୍ତି ।

ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ହରଦୀପ ସିଂ ପୁରୀ (Petroleum and Natural Gas Minister Hardeep Singh Puri) ରାଜ୍ୟସଭାରେ ଏହି ସୂଚନା ଦେଇଛନ୍ତି । ଏହାପୂର୍ବରୁ ଜଣେ ସାଂସଦ ସିଲିଣ୍ଡର ଭାରୀ ଥିବାରୁ ମହିଳାମାନେ ସମ୍ମୁଖୀନ ହେଉଥିବା ସମସ୍ୟା ବିଷୟରେ ଉଲ୍ଲେଖ କରିଥିଲେ । ଏହାର ଜବାବରେ ପୁରୀ କହିଛନ୍ତି ଯେ, ଆମେ ଚାହୁଁ ନାହୁଁ ଯେ ମହିଳା ଓ ଝିଅମାନେ ସିଲିଣ୍ଡର (Cylinder) ର ଭାରୀ ଭାର ନିଜେ ବହନ କରନ୍ତୁ ଏବଂ ଏହାର ଓଜନ ହ୍ରାସ କରିବା ପାଇଁ ବିଚାର କରାଯାଉଛି ।

ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ହରଦୀପ ସିଂ ପୁରୀ କହିଛନ୍ତି ଯେ, ଆମେ ୧୪.୨ କିଲୋଗ୍ରାମର ଓଜନକୁ ହ୍ରାସ କରି ୫ କିଲୋଗ୍ରାମ କରିବା କିମ୍ବା ଅନ୍ୟ କୌଣସି ଉପାୟ ଜାଣିବା ପାଇଁ ପ୍ରୟାସ କରିବୁ । ଆମେ ତାହା କରିବାକୁ ପ୍ରତିଶ୍ରୁତିବଦ୍ଧ ବୋଲି କହିଛନ୍ତି ।

ଏହା ବ୍ୟତୀତ ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ହରଦୀପ ସିଂ ପୁରୀ (Petroleum and Natural Gas Minister Hardeep Singh Puri) କହିଛନ୍ତି ଯେ, ତୈଳ ମାର୍କେଟିଂ କମ୍ପାନୀଗୁଡିକ ଉଜ୍ଜ୍ୱଳା 2.0 ଓ ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନା (PMUY) ଅଧୀନରେ ୮.୮ କୋଟି ଏଲପିଜି ସଂଯୋଗ ଜାରି କରିଛନ୍ତି ।

ଏଥିସହିତ ସେ କହିଛନ୍ତି ଯେ, ସମଗ୍ର ଦେଶରେ ଗରିବ ପରିବାରର ବୟସ୍କ ମହିଳା ସଦସ୍ୟମାନଙ୍କ ନାମରେ କୌଣସି ବନ୍ଧକ ବିନା ଆଠ କୋଟି ଏଲପିଜି ସଂଯୋଗ ଜାରି କରିବାକୁ PMUY ଯୋଜନା ୧ ମଇ ୨୦୧୬ ରେ ଆରମ୍ଭ କରାଯାଇଥିଲା ଏବଂ ସେପ୍ଟେମ୍ବର, ୨୦୧୯ ରେ ଏହି ଯୋଜନାର ଲକ୍ଷ୍ୟ ହାସଲ କରାଯାଇଥିଲା ।

ନୂଆବର୍ଷରେ ଶସ୍ତା ହେଲା ଗ୍ୟାସ ସିଲିଣ୍ଡର

ଗୁଡ ନ୍ୟୁଜ୍ : ୬୩୪ ଟଙ୍କାରେ କିଣନ୍ତୁ LPG ସିଲିଣ୍ଡର ; ଜାଣନ୍ତୁ କେମିତି ଉଠାଇବେ ଲାଭ

Like this article?

Hey! I am Sudesna Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments