ଆଜିଠାରୁ LPG ସିଲିଣ୍ଡର ମହଙ୍ଗା ହୋଇଛି ଅର୍ଥାତ୍ ସେପ୍ଟେମ୍ବର ମାସର ପ୍ରଥମ ଦିନ | ତୈଳ ମାର୍କେଟିଂ କମ୍ପାନୀଗୁଡିକ ସେପ୍ଟେମ୍ବର 1 ରୁ କର୍ମସିଆଲ ଏସପିଜି ସିଲିଣ୍ଡର (commercial gas cylinder) ର ମୂଲ୍ୟ ବୃଦ୍ଧି କରିଛନ୍ତି | ଘରୋଇ ଏଲପିଜି ସିଲିଣ୍ଡରର ମୂଲ୍ୟରେ କୌଣସି ପରିବର୍ତ୍ତନ ହୋଇନାହିଁ।
ସୂଚନା ଥାଉ ଯେ, ଏହି ନୂତନ ଦର ସେପ୍ଟେମ୍ବର 1, 2024 ରେ ସକାଳ 6 ଟାରୁ ଲାଗୁ ହୋଇଛି | ଆଜି ଠାରୁ ଦିଲ୍ଲୀରେ କର୍ମସିଆଲ ଏସପିଜି ସିଲିଣ୍ଡର (commercial gas cylinder) 39 ଟଙ୍କା ମହଙ୍ଗା ହୋଇଛି। ଆସନ୍ତୁ ଜାଣିବା ଦେଶର ଅନ୍ୟ ରାଜ୍ୟରେ କର୍ମସିଆଲ ଏସପିଜି ସିଲିଣ୍ଡର (commercial gas cylinder) ର ମୂଲ୍ୟ କ’ଣ?
କେଉଁ ରାଜ୍ୟରେ ଏଲପିଜି ସିଲିଣ୍ଡରର ମୂଲ୍ୟ କେତେ ବୃଦ୍ଧି ପାଇଲା,ଜାଣନ୍ତୁ...
ଦିଲ୍ଲୀରେ 19 କିଲୋଗ୍ରାମ ଏଲପିଜି ସିଲିଣ୍ଡର (Delhi LPG Cylinder Price) 1652.50 ରୁ 1691.50 ଟଙ୍କାକୁ ବୃଦ୍ଧି ପାଇଥିବାବେଳେ କୋଲକାତାରେ କର୍ମସିଆଲ ଏସପିଜି ସିଲିଣ୍ଡର (LPG Cylinder Price In Kolkata)ର ମୂଲ୍ୟ 1764.50 ରୁ ବୃଦ୍ଧି ପାଇ ବର୍ତ୍ତମାନ ଏହାକୁ 1802.50 ଟଙ୍କାକୁ ବୃଦ୍ଧି କରାଯାଇଛି | ଅର୍ଥାତ୍ ରାଜଧାନୀ ଦିଲ୍ଲୀରେ ସିଲିଣ୍ଡର ପିଛା 39 ଟଙ୍କା ଏବଂ କୋଲକାତାରେ 38 ଟଙ୍କା ବୃଦ୍ଧି ହୋଇଛି ।
ପ୍ରକାଶ ଥାଉ ଯେ, ଚଳିତ ବର୍ଷ ତୈଳ ମାର୍କେଟିଂ କମ୍ପାନୀଗୁଡିକ କର୍ମସିଆଲ ଏଲପିଜି ସିଲିଣ୍ଡର (commercial gas cylinder)ର ମୂଲ୍ୟକୁ ଅନେକ ଥର ବୃଦ୍ଧି କରିଛନ୍ତି । ଦୀର୍ଘ ଦିନ ଧରି ଘରୋଇ ଗ୍ୟାସ ସିଲିଣ୍ଡରର ମୂଲ୍ୟରେ କୌଣସି ପରିବର୍ତ୍ତନ ହୋଇନାହିଁ |
ଜାତୀୟ ସ୍ତରରେ କୃଷି ବିଶ୍ୱବିଦ୍ୟାଳୟ ମାନଙ୍କ ମଧ୍ୟରେ ୯ମ ସ୍ଥାନରେ ଓୟୁଏଟି
କୃତ୍ରିମ ବୁଦ୍ଧିମତାର ବ୍ୟବହାର ତଥା ପ୍ରଯୁକ୍ତିବିଦ୍ୟା ସମ୍ୱନ୍ଧରେ ସଚେତନତା କର୍ମଶାଳା
Share your comments