ମହଙ୍ଗା ମାଡ ସହ ଜୁଝୁଥିବା ଖାଉଟିଙ୍କୁ ଆଉ ଏକ ଝଟ୍କା । ମହଙ୍ଗା ମାଡ଼ ଏବେ ଆପଣଙ୍କ ମ୍ୟାଗି ଉପରେ ମଧ୍ୟ ପଡ଼ିଲାଣି । ଏହାକୁ ତିଆରି କରୁଥିବା କମ୍ପାନୀ ନେସଲେ ଇଣ୍ଡିଆ ମ୍ୟାଗିର ଛୋଟ ପ୍ୟାକର ମୂଲ୍ୟ ୧୨ ଟଙ୍କାରୁ ୧୪ ଟଙ୍କା କରିଛନ୍ତି ।
ସୂଚନା ଅନୁସାରେ, ହିନ୍ଦୁସ୍ତାନ ୟୁନିଲିଭର (HUL) ଏବଂ ନେସଲେ ପକ୍ଷରୁ ମାର୍ଚ୍ଚ ୧୪ ରୁ ଚା', କଫି ଏବଂ କ୍ଷୀର ମୂଲ୍ୟ ବୃଦ୍ଧି କରିଦେଇଛନ୍ତି । ଦରବୃଦ୍ଧି ଯୋଗୁ ଏହି ଜିନିଷ ଗୁଡ଼ିକର ଦର ବୃଦ୍ଧି କରାଯାଇଛି ବୋଲି ହିନ୍ଦୁସ୍ତାନ ୟୁନିଲିଭର କହିଛି ।
ନେସଲେ ଇଣ୍ଡିଆ ଘୋଷଣା କରିଛି ଯେ, କମ୍ପାନୀ ମ୍ୟାଗି (Maggi)ମୂଲ୍ୟ ୯ରୁ ୧୬ ପ୍ରତିଶତ ଯାଏ ବୃଦ୍ଧି କରିଛି । ନେସଲେ ଇଣ୍ଡିଆ କମ୍ପନୀର କ୍ଷୀର ଏବଂ କଫି ପାଉଡର ମୂଲ୍ୟ ମଧ୍ୟ ବୃଦ୍ଧି କରିଦେଇଛି ।
ମୂଲ୍ୟ ବଢ଼ିବା ପରେ ଏବେ ୭୦ ଗ୍ରାମ ମ୍ୟାଗି (Maggi)ର ଗୋଟିଏ ପ୍ୟାକେଟ୍ ପାଇଁ ୧୨ ଟଙ୍କା ବଦଳରେ ୧୪ ଟଙ୍କା ଦେବାକୁ ପଡ଼ିବ । ସେପଟେ ୧୪୦ ଗ୍ରାମ ମ୍ୟାଗି ମସାଲା ନୁଡୁଲ୍ସ ମୂଲ୍ୟ ୩ ଟଙ୍କା ଅର୍ଥାତ ୧୨.୫ ପ୍ରତିଶତ ବଢ଼ାଇ ଦିଆଯାଇଛି । ଏବେ ମ୍ୟାଗି (Maggi)ର ୫୬୦ ଗ୍ରାମ ପ୍ୟାକ୍ ପାଇଁ ୯୬ ଟଙ୍କା ବଦଳରେ ୧୦୫ ଟଙ୍କା ଦେବାକୁ ପଡ଼ିବ । ଏହି ହିସାବରେ ଏହାର ମୂଲ୍ୟ ୯.୪ ପ୍ରତିଶତ ବୃଦ୍ଧି ପାଇଛି ।
କେତେ ମହଙ୍ଗା ହେଲା ଚା'-କଫି?,ଜାଣନ୍ତୁ...
-ହିନ୍ଦୁସ୍ତାନ ୟୁନିଲିଭର Bruକଫିର ମୂଲ୍ୟ ୩-୭ % ଯାଏ ବଢ଼ାଇ ଦେଇଛି ।
-Bru ଗୋଲ୍ଡ କଫି ଜାର୍ ମୂଲ୍ୟ ମଧ୍ୟ ୩-୪ ପ୍ରତିଶତ ଯାଏ ବଢ଼ିଯାଇଛି ।
-ଇନଷ୍ଟାଣ୍ଟ୍ କଫି ପାଉଚ୍ ମୂଲ୍ୟ ୩%ରୁ ନେଇ ୬.୬୬ ଯାଏ ବଢ଼ାଇ ଦିଆଯାଇଛି ।
-ନେସ୍କେଫେ (Nestle)କ୍ଲାସିକ୍ କଫି ପାଉଡର ମୂଲ୍ୟ ୩-୭ ପ୍ରତିଶତ ଯାଏ ବଢ଼ିଯାଇଛି ।
-ତାଜମହଲ ଚା' ମୂଲ୍ୟ ୩.୭ %ରୁ ନେଇ ୫.୮% ଯାଏ ବଢ଼ିଯାଇଛି ।
-ବ୍ରୁକ୍ ବଣ୍ଡ୍ ଭେରିଆଣ୍ଟର ଭିନ୍ନ-ଭିନ୍ନ ଚା'ର ମୂଲ୍ୟ ୧.୫ %ରୁ ନେଇ ୧୪ % ଯାଏ ବଢ଼ିଯାଇଛି ।
-୨୫ ଗ୍ରାମ ନେସ୍କେଫେ ପ୍ୟାକ୍ ଏବେ ୨.୫ % ମହଙ୍ଗା ହୋଇଯାଇଛି । ଏଥିପାଇଁ ୭୮ ଟଙ୍କା ବଦଳରେ ଏବେ ୮୦ ଟଙ୍କା ଦେବାକୁ ପଡ଼ିବ ।
-ଏହା ସହ ୫୦ ଗ୍ରାମ ନେସ୍କେଫେ କ୍ଲାସିକ ପାଇଁ ୧୪୫ ଟଙ୍କା ବଦଳରେ ୧୫୦ ଟଙ୍କା ହିଁ ଦେବାକୁ ପଡ଼ିବ ।
-ମିଲ୍କ ପାଉଡର ମଧ୍ୟ ମହଙ୍ଗା ହେଲା । ନେସଲେ ଗୋଟିଏ ଲିଟର A+ କ୍ଷୀର ମୂଲ୍ୟ ମଧ୍ୟ ବୃଦ୍ଧି କରିଦେଇଛି । ପ୍ରଥମେ ଏଥିପାଇଁ ୭୫ ଟଙ୍କା ବଦଳରେ ଏବେ ୭୮ ଟଙ୍କା ଦେବାକୁ ପଡ଼ିବ ।
Share your comments