1. କୃଷି ଖବର

ମହାରାଷ୍ଟ୍ରରେ ଚାଷୀଙ୍କୁ ମିଳିଲା ଦୁଇଗୁଣ ଇନପୁଟ ସବସିଡି, ଓଡିଶାରେ କେବେ ?

Shuvanshu Kar
Shuvanshu Kar
Maharashtra doubles input subsidy for farmers

Maharashtra doubles input subsidy for farmers

ମହାରାଷ୍ଟ୍ର ସରକାର ଆସନ୍ତା ଋତୁ ପାଇଁ ଇନପୁଟ୍ ସବସିଡି(input subsidy) ଖର୍ଚ୍ଚ ବୃଦ୍ଧି କରିବାକୁ ଘୋଷଣା କରିଛନ୍ତି । ପ୍ରବଳ ବର୍ଷା, ବନ୍ୟା, ଘୂର୍ଣ୍ଣିବଳୟ ଏବଂ ଅନ୍ୟାନ୍ୟ ପ୍ରାକୃତିକ ବିପର୍ଯ୍ୟୟ ପରି ପ୍ରତିକୂଳ ପାଣିପାଗରେ ପ୍ରଭାବିତ ଚାଷୀଙ୍କୁ ଆଶ୍ବସ୍ତି ପ୍ରଦାନ କରିବାକୁ ଏହି ନିଷ୍ପତ୍ତି ନିଆଯାଇଛି । ଏନେଇ ଏକ ବିଜ୍ଞପ୍ତ ଜାରି କରି ଦିଆଯାଇଛି ସୂଚନା ।

ବର୍ଷା ଦିନିଆ ଚାଷ ପାଇଁ ଇନପୁଟ୍ ସବସିଡି ହେକ୍ଟର ପିଛା 6,800 ଟଙ୍କାରୁ 13,600 ଟଙ୍କାକୁ ବୃଦ୍ଧି କରାଯାଇଛି। ଜଳସେଚିତ ଜମି ପାଇଁ ଆର୍ଥିକ ସହାୟତା 13,500 ରୁ 27,000 ଟଙ୍କାକୁ ବୃଦ୍ଧି କରାଯାଇଛି।

କେନାଲ କିମ୍ବା ଅନ୍ୟାନ୍ୟ ବାର୍ଷିକ ଜଳସେଚନ ପ୍ରଣାଳୀ ମାଧ୍ୟମରେ ବର୍ଷସାରା ଫସଲ ଅମଳ କରୁଥିବା ଚାଷୀଙ୍କୁ ଦିଆଯାଉଥିବା ସହାୟତା 18,000 ରୁ 36,000 ଟଙ୍କାକୁ ବୃଦ୍ଧି କରାଯାଇଛି। ଏହି ଯୋଜନା ପାଇଁ ସମସ୍ତ ଆର୍ଥିକ ସହାୟତା ଦୁଇ ହେକ୍ଟରରେ ସୀମିତ ରଖାଯାଇଛି ।

ବିଜ୍ଞପ୍ତିରେ ଉଲ୍ଲେଖ କରାଯାଇଛି ଯେ ଜୁଲାଇରେ ପ୍ରବଳ ବର୍ଷା ଚାଷୀଙ୍କୁ ପ୍ରଭାବିତ କରିଥିଲା। ମରାଠୱାଡା ଅଞ୍ଚଳର ଲାତୁର, ଓସମାନାବାଦ ପରି ଜିଲ୍ଲାଗୁଡିକ ଜାରି ଖରିଫ ଋତୁରେ ଫସଲ ସଂକ୍ରମଣର ଶିକାର ହୋଇଥିଲେ ।

ଜୁଲାଇ 11 ଏବଂ 12ରେ ଲଗାଣ ବର୍ଷା ମହାରାଷ୍ଟ୍ରକୁ ପ୍ରବାହିତ କରିଥିଲା । ମରାଠୱାଡା ଅଞ୍ଚଳର 24ଟି ଜିଲ୍ଲାରେ 800,000 ହେକ୍ଟର ଜମି ଉପରେ ପ୍ରଭାବ ପକାଇଥିଲା। ଭାରତୀୟ ପାଣିପାଗ ବିଭାଗର ତଥ୍ୟ ଅନୁଯାୟୀ 326 ମିଲିମିଟର ପରିମିତ ଏହି ବର୍ଷା, କଦଳୀ, ମକା, କପା, ସୋୟାବିନ୍, ଧାନ ଏବଂ ଅନ୍ୟାନ୍ୟ ପନିପରିବା ଭଳି ଫସଲକୁ କ୍ଷତି ପହଞ୍ଚାଇଛି ।

ସରକାରୀ ବିଜ୍ଞପ୍ତିରେ ଦର୍ଶାଯାଇଛି ଯେ ଇନପୁଟ୍ ସବସିଡି ପାଇଁ ଆବେଦନ କରୁଥିବା କୃଷକମାନଙ୍କୁ ସେହି ଅନୁଯାୟୀ ଆବଶ୍ୟକ ସହାୟତା ଯୋଗାଇ ଦିଆଯିବ। ଏଥିପାଇଁ ରାଜ୍ୟ ସରକାର 98.58 କୋଟି ଟଙ୍କା ପାଣ୍ଠି ଆବଣ୍ଟନ କରିଛନ୍ତି।

ଏପଟେ ଓଡିଶାରେ ସମ୍ପ୍ରତି ବନ୍ୟାରେ କ୍ଷତିଗ୍ରସ୍ତ(Flood Damage) ହୋଇଥିବା ଧନ ସମ୍ପତ୍ତିର ପୁନରୁଦ୍ଧାର ପାଇଁ ରାଜ୍ୟ ସରକାର 128.58 କୋଟି ଟଙ୍କା ମଞ୍ଜୁର କରିଛନ୍ତି । ରାଜ୍ୟରେ କ୍ଷମତାସୀନ ସରକାର କୃଷକମାନଙ୍କୁ ସ୍ୱଳ୍ପ ସମୟର ଧାନ କିମ୍ବା ଶୀଘ୍ର ରବି ଫସଲ ଚାଷ କରିବାକୁ ପରାମର୍ଶ ଦେଉଛନ୍ତି କିନ୍ତୁ ପ୍ରଭାବିତ କୃଷକମାନଙ୍କୁ କୃଷି ଇନପୁଟ ସବସିଡି(input subsidy) କିମ୍ବା ଅନ୍ୟାନ୍ୟ ଆର୍ଥିକ ସହାୟତା ଯୋଗାଇ ଦେଇନଥିବା ଅଭିଯୋଗ ହେଉଛି । ଏନେଇ ଚାଷୀମାନେ ମଧ୍ୟ ଅସନ୍ତୋଷ ପ୍ରକାଶ କରୁଛନ୍ତି ।

ଇନପୁଟ୍ ସବସିଡି ଘୋଷଣାରେ ବିଳମ୍ବ କରୁଛନ୍ତି ସରକାର, ଅସନ୍ତୋଷ ପ୍ରକାଶ କଲେ ଚାଷୀ

ରାଜ୍ୟରେ ବନ୍ୟା କ୍ଷୟକ୍ଷତି ରିପୋର୍ଟ ଉପରେ ବର୍ଷିଲେ ବିରୋଧୀ

Like this article?

Hey! I am Shuvanshu Kar. Did you liked this article and have suggestions to improve this article? Mail me your suggestions and feedback.

Share your comments

Latest feeds

More News