1. କୃଷି ଖବର

ଭୟଙ୍କର ଭୁସ୍ଖଳନ; 81 ମୃତ, ଅନେକ ଜଣଙ୍କର ମିଳୁନି ପତ୍ତା

ମଣିପୁରର ନୋନି ଜିଲ୍ଲାରେ ଭୟଙ୍କର ଭୁସ୍ଖଳନ । 18 ସେନା ଯବାନଙ୍କ ମୃତଦେହ ଉଦ୍ଧାର କରାଯାଇଛି । 81 ଜଣଙ୍କର ମିଳୁନି ପତ୍ତା।

Shuvanshu Kar
Shuvanshu Kar
Manipur Landslide: Death toll rises

Manipur Landslide: Death toll rises

ମଣିପୁରର ନୋନି ଜିଲ୍ଲାରେ ଜୁନ୍ 29 ରେ ହୋଇଥିବା ଭୟଙ୍କର ଭୁସ୍ଖଳନ(Manipur Landslide)ରେ ଏପର୍ଯ୍ୟନ୍ତ 81 ଜଣ ନିଖୋଜ ଅଛନ୍ତି । 18 ସେନା ଯବାନଙ୍କ ମୃତଦେହ ଉଦ୍ଧାର କରାଯାଇଛି । ଏଠାରେ ଫସି ରହିଥିବା ଲୋକଙ୍କୁ ଉଦ୍ଧାର କରିବା ପାଇଁ ଅପରେସନ ଜୋରଦାର କରାଯାଇଛି । ଏହି ସମୟରେ ମଣିପୁର ମୁଖ୍ୟମନ୍ତ୍ରୀ ଏନ ବିରେନ ସିଂ(Chief Minister N Biren Singh) ତାଙ୍କ ମନ୍ତ୍ରୀଙ୍କ ସହ ଘଟଣାସ୍ଥଳକୁ ଯାଇ ଉଦ୍ଧାର କାର୍ଯ୍ୟର ସମୀକ୍ଷା କରିଛନ୍ତି । ମୃତଙ୍କ ସମ୍ପର୍କୀୟଙ୍କୁ 5 ଲକ୍ଷ ଟଙ୍କା ଏବଂ ଆହତମାନଙ୍କୁ 50,000 ଟଙ୍କା ଅନୁକମ୍ପା ଅର୍ଥ ଘୋଷଣା କରିଛନ୍ତି ସିଏମ ଏନ ବିରେନ ସିଂ ।

ମଣିପୁରରେ ଇତିହାସର ଏହା ସବୁଠାରୁ ବଡ ଓ ଭୟଙ୍କର ଭୁସ୍ଖଳନ(Manipur Landslide)। ଏହି ଦୁଃଖଦ ଦୁର୍ଘଟଣାରେ 81 ଜଣ ନିଖୋଜ ଅଛନ୍ତି । 18 ଜଣ ଆର୍ମି ଯବାନଙ୍କ ମୃତଦେହ ଉଦ୍ଧାର କରାଯାଇଛି । ତଥାପି 55 ଜଣ ଫସି ରହିଛନ୍ତି। ମାଟି ଅତଡା ଖାଉଥିବାରୁ ସମସ୍ତ ମୃତଦେହ ଉଦ୍ଧାର କରିବାକୁ ଆଉ 2ରୁ 3 ଦିନ ଲାଗିବ ବୋଲି ପ୍ରଶାସନ ପକ୍ଷରୁ ସୂଚନା ମିଳିଛି ।

ଭୟଙ୍କର ଭୂମିକମ୍ପରେ 920 ଜଣଙ୍କ ମୃତ୍ୟୁ

ଭୟଙ୍କର ସଡକ ଦୁର୍ଘଟଣାରେ 22 ଛାତ୍ରଛାତ୍ରୀ ଆହତ

ଜୁନ୍ 29, ବୁଧବାର ବିଳମ୍ବିତ ରାତିରେ ମଣିପୁରର ନୋନି ଜିଲ୍ଲାର ତୁପୁଲ ରେଳ ଷ୍ଟେସନରେ ଏକ ବଡ଼ ଧରଣର ଭୂସ୍ଖଳନ ଘଟିଥିଲା । ବୁଧବାର ମଧ୍ୟରାତ୍ରିରେ ଏହି ଘଟଣା ଘଟିଥିବାବେଳେ ଏହି ସମୟରେ ଜିରିବାମରୁ ରାଜଧାନୀ ଇମ୍ଫାଲ ପର୍ଯ୍ୟନ୍ତ ନିର୍ମାଣ ହେବାକୁଥିବା ରେଳ ଲାଇନକୁ ସୁରକ୍ଷା ଦେବା ପାଇଁ ସେଠାରେ ଏକ ଟେରିଟୋରିଆଲ୍ ଆର୍ମି କ୍ୟାମ୍ପ ମୁତୟନ ହୋଇଥିଲା । ଏହି ଭୂସ୍ଖଳନରେ ଅନେକ ଯବାନ ମାଟିତଳେ ଚାପି ହୋଇଯାଇଥିଲେ ।

ଫସିରହିଥିବା ଯବାନଙ୍କ ବିଷୟରେ ସୂଚନା ଦେଇ ସେନା ପକ୍ଷରୁ କୁହାଯାଇଛି ଯେ ବର୍ତ୍ତମାନ ଅପରେସନ କାର୍ଯ୍ୟ ଚାଲିଛି । ମାଟିତଳେ ଫସି ରହିଥିବା ଲୋକଙ୍କୁ ଉଦ୍ଧାର କରାଯାଉଛି । ଏଥି ସହିତ ଏହି ଭୂସ୍ଖଳନରେ ଆହତମାନଙ୍କୁ ନୋନି ଆର୍ମି ମେଡିକାଲ ୟୁନିଟରେ ଚିକିତ୍ସା କରାଯାଉଛି। ଗୁରୁତର ଆହତମାନଙ୍କ ଚିକିତ୍ସାରେ ଲାଗିଛନ୍ତି ଭାରତୀୟ ସେନା ।

Like this article?

Hey! I am Shuvanshu Kar. Did you liked this article and have suggestions to improve this article? Mail me your suggestions and feedback.

Share your comments