1. କୃଷି ଖବର

'MBA Sabziwala':ଏମବିଏ ପଢା ସଂପୂର୍ଣ୍ଣ କରି ପରିବା ବିକ୍ରି କରୁଛନ୍ତି କୌଶଳେନ୍ଦ୍ର, ପଢନ୍ତୁ ପୁରା ଖବର...

କୌଶଳେନ୍ଦ୍ର କୁହନ୍ତି, ଆମେ ଜୀବନରେ ଯାହା କିଛି କରିଥାଉ ତାହା ସମସ୍ତଙ୍କ ପାଇଁ ଏକ ଶିକ୍ଷା ଅଟେ ।

Sudesna Nayak
Sudesna Nayak
mba sabziwala

mba sabziwala

ଏବେ ଚର୍ଚ୍ଚାରେ କୌଶଳେନ୍ଦ୍ର । କୌଶଳେନ୍ଦ୍ରଙ୍କ କାହାଣୀ ଦେଶର ଅନ୍ୟ ଯୋଗ୍ୟ ଯୁବକ, ଯୁବତୀମାନଙ୍କ ପାଇଁ ପ୍ରେରଣା । କୌଶଳେନ୍ଦ୍ରଙ୍କ ପିତାମାତା 5 ଲକ୍ଷ ଟଙ୍କାର ଏଜ୍ୟୁକେସନ ଲୋନ ନେଇ ପୁଅକୁ ଆଇଆଇଏମ୍ ଅହମ୍ମଦାବାଦରେ ଏମବିଏ ପଢାଉଥିଲେ । କିନ୍ତୁ ସେହି ସମୟରେ ତାଙ୍କୁ କୌଣସି ଧାରଣା ନଥିଲା ଯେ ତାଙ୍କ ପୁଅ କିଛି ଅଲଗା କରିବାକୁ ଚିନ୍ତା କରୁଛନ୍ତି । 2007 ରେ ଆଇଆଇଏମରୁ ଫେରିବା ପରେ କୌଶଳେନ୍ଦ୍ର ପରିବାରକୁ କହିଥିଲେ ଯେ ସେ ନିଜେ ବିହାରରେ ପନିପରିବା ବିକ୍ରି କରିବାକୁ ଚାହୁଁଛନ୍ତି । ତାଙ୍କର ଅନେକ ସହପାଠୀ ବନ୍ଧୁଗଣ ବିଭିନ୍ନ ବହୁରାଷ୍ଟ୍ରୀୟ କମ୍ପାନୀରେ ଚାକିରି ପାଇସାରିଥିଲେ ।

କୌଶଳେନ୍ଦ୍ର କୁହନ୍ତି, “ମୁଁ ବହୁତ ସମୟ ଭାବି ନିଜ ଇଚ୍ଛାରେ ଏହି ନିଷ୍ପତ୍ତି ନେଇଛି । ମୁଁ ଜାଣିଥିଲି ଯେ ବିହାର ଦେଶରେ 'ପନିପରିବାର ରାଜଧାନୀ' ହେବାର ସାମର୍ଥ୍ୟ ରହିଛି । ଆଦର୍ଶ ଜଳବାୟୁ ଏବଂ ମାଟି ଥାଇ ମଧ୍ୟ ସ୍ଥାନୀୟ କୃଷକମାନେ ପନିପରିବା ଚାଷ ବନ୍ଦ କରି ଅନ୍ୟ ଫସଲ ଆଡକୁ ମୁହାଁଇଛନ୍ତି । ଏହାର କାରଣ ହେଲା, ସେମାନେ ବଡ଼ ବଜାରମାନଙ୍କ ପାଖରେ ପହଞ୍ଚିପାରିନଥିଲେ । ତା’ପରେ କୌଶଳେନ୍ଦ୍ର ସମୃଦ୍ଧି ନାମକ ଏକ କିସାନ କୋପୋରେଟିଭ ଖୋଲିବାକୁ ସ୍ଥିର କଲେ, ଯେଉଁଥିରେ କୃଷକମାନଙ୍କଠାରୁ ତାଜା ପନିପରିବା କିଣାଯାଇପାରିବ । କୃଷକମାନେ କେବଳ ମାର୍କେଟିଂ କରିବାର ପନ୍ଥା ଖୋଜୁଥିଲେ ଯାହା ଆମେ ଯୋଗାଇ ଦେଇଥିଲୁ।

ମାତ୍ର ପାଞ୍ଚ କିଲୋଗ୍ରାମ ପନିପରିବାରୁ ଆରମ୍ଭ ହୋଇଥିବା ଏହି କୋପୋରେଟିଭର କାରବାର ତିନି ବର୍ଷ ମଧ୍ୟରେ 2.5 କୋଟିରେ ପହଞ୍ଚିଛି । ଏହା ପରେ ଶହ ଶହ କୃଷକ ଏଥିରେ ଯୋଗ ଦେଇଥିଲେ । ଏହାପରେ ଲୋକମାନେ କୌଶଳେନ୍ଦ୍ରଙ୍କୁ 'MBA Sabziwala' ବୋଲି କହିବା ଆରମ୍ଭ କଲେ ।

କୌଶଳେନ୍ଦ୍ର ଆହୁରି କହିଛନ୍ତି ଯେ, ସେ କୃଷକମାନଙ୍କୁ ଗୋଟିଏ ଫସଲ ଉପରେ ନିର୍ଭର କରିବା ପରିବର୍ତ୍ତେ ଏକାଧିକ ଫସଲ ଚାଷ କରିବାକୁ ପରାମର୍ଶ ଦେଇଥିଲେ । ପୂର୍ବରୁ ସେମାନେ କେବଳ ଧାନ ଓ ଗହମ ଚାଷ କରୁଥିଲେ । ସେ ତାଙ୍କୁ ବୁଝାଇଥିଲେ ଯେ ଆର୍ଥିକ ଲାଭ ବ୍ୟତୀତ ପ୍ରୋଟିନ୍ ଯୁକ୍ତ ଡାଲି ମଧ୍ୟ ଚାଷ କରିବା ଦରକାର ।

ଗତ ପାଞ୍ଚ ବର୍ଷ ଧରି କୌଶଳେନ୍ଦ୍ରଙ୍କ ଧ୍ୟାନ ହେଉଛି କୃଷକମାନଙ୍କୁ ଆର୍ଥିକ ଦୃଷ୍ଟିରୁ ଶକ୍ତିଶାଳୀ କରିବା ଏବଂ ସେମାନଙ୍କୁ ପରିବେଶ ଅନୁକୂଳ ଚାଷ ପାଇଁ ମଧ୍ୟ ପ୍ରସ୍ତୁତ କରିବା ।

କୌଶଳେନ୍ଦ୍ର କୁହନ୍ତି, ଆମେ ଜୀବନରେ ଯାହା କିଛି କରିଥାଉ ତାହା ସମସ୍ତଙ୍କ ପାଇଁ ଏକ ଶିକ୍ଷା ଅଟେ ।

ଇଂରାଜୀରେ ଏମ.ଏ ପରେ ବି ମିଳିଲାନି ଚାକିରି ,ଚା’ଦୋକାନ କରି ଚର୍ଚ୍ଚାରେ ଟୁକଟୁକି

Like this article?

Hey! I am Sudesna Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments