News

ଖରାଦିନେ ବି ବର୍ଷିବ, ଆସୁଛି କାଳବୈଶାଖୀ

ଶୀତ ଦିନ ଭଳି ଖରାଦିନେ ବି ବର୍ଷିବ । ପଶ୍ଚିମାଝଡ ଭଳି ଆସୁଛି କାଳବୈଶାଖୀ ବର୍ଷା । ରାଜ୍ୟକୁ ଗ୍ରୀଷ୍ମ ତାଣ୍ଡବ ଭିତରେ ବି ମିଳିବ ଆଶ୍ବସ୍ତି ।

04 April, 2022 10:20 AM IST By: Sudesna Nayak

ଶୀତ ଦିନ ଭଳି ଖରାଦିନେ ବି ବର୍ଷିବ । ପଶ୍ଚିମାଝଡ ଭଳି ଆସୁଛି କାଳବୈଶାଖୀ ବର୍ଷା (Rain)। ରାଜ୍ୟକୁ ଗ୍ରୀଷ୍ମ ତାଣ୍ଡବ ଭିତରେ ବି ମିଳିବ ଆଶ୍ବସ୍ତି । ଲଗାତାର ତାତିରେ ବ୍ରେକ୍ ଦେଇ କାଳବୈଶାଖୀ ତାଣ୍ଡବ ରଚିବ ।

ସୂଚନା ଅନୁଯାୟୀ, ଏହି କ୍ରମରେ ଗତ କିଛିଦିନ ଧରି ହିଟ୍ ୱେଭ୍ ଜନିତ ସତର୍କ ସୂଚନା ପରେ ଆସନ୍ତା ୩ ଦିନ ପର୍ଯ୍ୟନ୍ତ ରାଜ୍ୟରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା (Rain)ସମ୍ଭାବନା ନେଇ ଆକଳନ କରିଛି ପାଣିପାଗ ବିଜ୍ଞାନ କେନ୍ଦ୍ର । ସେପଟେ ବିଶେଷଜ୍ଞଙ୍କ ମତରେ ୬ ତାରିଖରେ ଆଣ୍ଡାମାନ ସାଗର ଓ ତାର ପାଶ୍ୱବର୍ତ୍ତୀ ଅଞ୍ଚଳରେ ହିଁ ସୃଷ୍ଟି ହେବ ଘୂର୍ଣ୍ଣିବଳୟ, ତେବେ ସମ୍ଭାବ୍ୟ ଲଘୁଚାପର ସିଧାସଳଖ ପ୍ରଭାବ ଓଡି଼ଶା ଉପରେ ନାହିଁ ।

ପ୍ରବଳ ନ ହେଲେ ବି ହାଲୁକାରୁ ମଧ୍ୟମ ଧରଣ ବର୍ଷା (Rain) ନେଇ ପୂର୍ବାନୁମାନ କରିଛି ପାଣିପାଗ କେନ୍ଦ୍ର। ରାଜ୍ୟକୁ ଗତକିଛି ଦିନର ଲଗାତାର ଗ୍ରୀଷ୍ମ ପ୍ରକୋପରୁ ତ୍ରାହି ମିଳିବାକୁ ଯାଉଛି । ମଧ୍ୟ ପ୍ରଦେଶ ଓ ଏହାର ଆଖପାଖ ଅଂଚଳରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ଆସନ୍ତା ୩ ଦିନ ପର୍ଯ୍ୟନ୍ତ ବିକ୍ଷିପ୍ତ ଭାବେ ବିଭିନ୍ନ ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା (Rain) ସମ୍ଭାବନା ନେଇ ଆକଳନ କରିଛି ପାଣିପାଗ ବିଜ୍ଞାନ କେନ୍ଦ୍ର ।

ସୋମବାର ସକାଳ ୮ଟା ୩୦ ମଧ୍ୟରେ ଉତ୍ତର ଉପକୂଳ ଓଡିଶା ସମେତ କେଉଁଝର, ମୟୂରଭଞ୍ଜ ଜିଲ୍ଲା, କୋରାପୁଟ ଜିଲ୍ଲା, ରାୟଗଡା ଜିଲ୍ଲା, ଗଜପତି ଜିଲ୍ଲାରେ ବର୍ଷା (Rain)ସମ୍ଭାବନା ରହିଛି । ତେବେ ଆସନ୍ତା ୬ ତାରିଖ ସୁଦ୍ଧା ଦକ୍ଷିଣ ଆଣ୍ଡାମାନ ସାଗର ଓ ଏହାର ଆଖପାଖ ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବ । ଏହାର ୨୪ ଘଣ୍ଟା ମଧ୍ୟରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ନେଇ ଟୁଇଟ୍ ଯୋଗେ ସୂଚନା ଦେଇଛି ପାଣିପାଗ ବିଜ୍ଞାନ କେନ୍ଦ୍ର । ହେଲେ ଏହାର ପ୍ରଭାବ ଓଡି଼ଶା ଉପରେ କିଭଳି ରହିବ ସେନେଇ ହିଁ କିଛି ସ୍ପଷ୍ଟ ହୋଇନାହିଁ ।

ସେପଟେ ପାଣିପାଗ ବିଶେଷଜ୍ଞଙ୍କ କହିବା ମୁତାବକ ହିଁ ବର୍ତ୍ତମାନ ରାଜ୍ୟରେ ଖରା, ଗୁଳୁଗୁଳି ଲାଗି ରହିବ । ବଙ୍ଗୋପସାଗରରେ ସୃଷ୍ଟି ହେବାକୁ ଥିବା ଲଘୁଚାପର ଓଡି଼ଶା ପ୍ରତି ହିଁ କୌଣସି ସିଧାସଳଖ ପ୍ରଭାବ ନାହିଁ । ଏହି ସମୟରେ ସାମୁଦ୍ରିକ ପବନ ରାଜ୍ୟକୁ ପ୍ରବେଶ କରିବା ହେତୁ ଉପକୂଳରେ ତାପମାତ୍ରା ୩୬ ଡିଗ୍ରୀ ପର୍ଯ୍ୟନ୍ତ ରହିବ କିନ୍ତୁ ବାୟୁମଣ୍ଡଳରେ ଆଦ୍ରତା ପ୍ରାୟ ୯୦% ରହିବ । ଫଳରେ ଉପକୂଳରେ ଗୁଳୁଗୁଳି ଅଧିକ ହେବ । ସେଭଳି ଆଭ୍ୟନ୍ତରୀଣ ଓଡି଼ଶା ତଥା ପଶ୍ଚିମ ଓଡ଼ିଶାରେ ତାପମାତ୍ରା ଅଧିକ ରହିବ ।

୧୨ ତାରିଖ ବେଳକୁ ପଶ୍ଚିମ ଓଡ଼ିଶାରେ ତାପମାତ୍ରା ୪୪ ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇବାର ମଧ୍ୟ ସମ୍ଭାବନା ଥିବା ସେ କହିଛନ୍ତି । ଯଦିଓ କାଳବୈଶାଖୀ ବର୍ଷା (Rain)ସମୟେ ସମୟେ ହେବ କିନ୍ତୁ ଲଘୁଚାପ ବର୍ଷା (Rain)ରାଜ୍ୟରେ ହେବନାହିଁ କି ଖରା ଗରମ ରୁ ନିସ୍ତାର ମିଳିବ ନାହିଁ ବୋଲି କହିଛନ୍ତି ।

ପ୍ରକାଶ ଥାଉ ଯେ, ଆସନ୍ତା ୪ ରୁ ୫ ଦିନ ପର୍ଯ୍ୟନ୍ତ ରାଜ୍ୟରେ ଦିନର ତାପମାତ୍ରା ଅପରିବର୍ତ୍ତିତ ରହିବା ସହ ଆଭ୍ୟନ୍ତରୀଣ ଓଡି଼ଶାରେ ସ୍ବାଭାବିକ୍ ଠାରୁ ୨ରୁ ୩ ଡିଗ୍ରୀ ଉଚ୍ଚା ରହିବ । ଏହାସହ ଆସନ୍ତା ୬ ତାରିଖ ସକାଳ ପର୍ଯ୍ୟନ୍ତ ହାଲୁକା ବର୍ଷା ସମ୍ଭାବନା ନେଇ ଆକଳନ କରିଛି ।

ଆଉ ଦୁଇ ଦିନ ଖରାରେ ସିଝିବ ଓଡିଶା,ଏପ୍ରିଲ ୩ ରୁ ବର୍ଷା

ଆଜିଠୁ ରାଜ୍ୟରେ ଅଗ୍ନି ବର୍ଷା; ୟେଲୋ ୱାର୍ଣ୍ଣିଂ ଜାରି କଲା ପାଣିପାଗ ବିଭାଗ

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)