1. କୃଷି ଖବର

'MFOI, VVIF Kisan Bharat Yatra: ସତନା ଚାଷୀଙ୍କୁ କୃଷି ଜାଗରଣ କଲା ସମ୍ମାନିତ

କୃଷି ଜାଗରଣ ଦ୍ୱାରା ଚାଷୀଙ୍କୁ କରାଗଲା ସମ୍ମାନିତ

Tanushree Mahapatra
Tanushree Mahapatra
mfoi vvif kisan bharat yatra farmers of madhya Pradesh

mfoi vvif kisan bharat yatra farmers of madhya Pradesh

STIHL ସହଭାଗିତାରେ ଏବଂ ମହିନ୍ଦ୍ରା ଟ୍ରାକ୍ଟର ପ୍ରୟୋଜକରେ କୃଷି ଜାଗରଣ  'MFOI, VVIF କିସାନ୍ ଭାରତ ଯାତ୍ରା' ଭାରତର ମଧ୍ୟ ଏବଂ ପଶ୍ଚିମ ଅଞ୍ଚଳ ଦେଇ ଏକ ପ୍ରେରଣାଦାୟକ କୃଷି ଯାତ୍ରା କରୁଛି l ବର୍ତ୍ତମାନ ଏହି ଯାତ୍ରା ମଧ୍ୟପ୍ରଦେଶର ସତନା ପହଞ୍ଚିଛି, ଯେଉଁଠାରେ ନାଗୋଡ ଗ୍ରାମ ଏବଂ AKS ବିଶ୍ୱବିଦ୍ୟାଳୟରେ ଏକ ଚମତ୍କାର ସଫଳତା ଦୃଶ୍ୟ ସୃଷ୍ଟି କରିଥିଲା ଟିମ ।

ଝାନ୍ସୀର ଆରଏଲବି କେନ୍ଦ୍ରୀୟ କୃଷି ବିଶ୍ୱବିଦ୍ୟାଳୟରୁ ଆରମ୍ଭ ହୋଇଥିବା କୃଷି ଜାଗରଣର ଏହି ଯାତ୍ରା ବର୍ତ୍ତମାନ ସମଗ୍ର ଅଞ୍ଚଳରେ ଚାଷୀଙ୍କ ସମୃଦ୍ଧତା ବୃଦ୍ଧି ପାଇଁ ଏକ ମିଶନରେ ଅଛି ।

ଆମେ ଆପଣଙ୍କୁ କହିରଖୁଛୁ ଯେ 'MFOI, VVIF କିସାନ ଭାରତ ଯାତ୍ରା' ସମୟରେକୃଷି ଜାଗରଣ ଦଳ ମଧ୍ୟପ୍ରଦେଶର ସତନାର କୃଷକମାନଙ୍କୁ ସେମାନଙ୍କ ଦ୍ୱାରା କରାଯାଇଥିବା କାର୍ଯ୍ୟ ପାଇଁ ସମ୍ମାନିତ କରିଥିଲେ। ଏଥି ସହିତ, STIHL ମଧ୍ୟ ଏହାର ଉତ୍ପାଦ ବିଷୟରେ ସୂଚନା କୃଷକମାନଙ୍କ ମଧ୍ୟରେ ବଣ୍ଟନ କରିଥିଲା l

MFOI କିସାନ ଭାରତ ଯାତ୍ରା କ’ଣ ?

ଆସନ୍ତୁ ଆପଣଙ୍କୁ କହିବା ଯେ 'MFOI କିସାନ୍ ଭରତ ଯାତ୍ରା ୨୦୨୩ -୨୪ ବର୍ଷର ସ୍ମାର୍ଟ ଗ୍ରାମାଞ୍ଚଳର ଦୃଶ୍ୟ ପରିବର୍ତ୍ତନ କରିବାର କଳ୍ପନା କରିଥାଏ l MFOI କିସାନ ଭାରତ ଯାତ୍ରା ଡିସେମ୍ବର ୨୦୨୩ ରୁ ନଭେମ୍ବର ୨୦୨୪ ପର୍ଯ୍ୟନ୍ତ ଦେଶ ଭ୍ରମଣ କରିବାକୁ ଲକ୍ଷ୍ୟ ରଖିଛି l ଯେଉଁଥିରେ ୧ ଲକ୍ଷରୁ ଅଧିକ ଚାଷୀଙ୍କ ନିକଟରେ ପହଞ୍ଚିବ ଏହି କିସାନ ଯାତ୍ରା । ଯେଉଁଥିରେ ୪ ହଜାରରୁ ଅଧିକ ସ୍ଥାନର ଏକ ବିଶାଳ ନେଟୱାର୍କ ଅନ୍ତର୍ଭୂକ୍ତ ହେବ ଏବଂ ୨୬ ହଜାର କିଲୋମିଟରରୁ ଅଧିକ ଦୂରତା ବିଶିଷ୍ଟ ହେବ l ଏହି ମିଶନର ମୂଳ ଉଦ୍ଦେଶ୍ୟ ହେଉଛି କୃଷି ସମ୍ପ୍ରଦାୟରେ ସକରାତ୍ମକ ପରିବର୍ତ୍ତନ ଆଣିବା, ଯାହାଦ୍ୱାରା ସେମାନଙ୍କର ସାମାଜିକ-ଅର୍ଥନୈତିକ ପୃଷ୍ଠଭୂମି ବୃଦ୍ଧି କରି କୃଷକମାନଙ୍କୁ ସଶକ୍ତ କରିବା l ଏହି ରୋଡ଼ ସୋ ରେ STIHL ଇଣ୍ଡିଆ ମଧ୍ୟ ନିଜର ସହଯୋଗ ପ୍ରଦାନ କରିଛି l ଏହି ରୋଡ଼ ସୋ ର ମୁଖ୍ୟ ପ୍ରାୟୋଜକ ରହିଛି ମହିନ୍ଦ୍ରା ଟ୍ରାକ୍ଟର କମ୍ପାନୀ l

ଏକ ଲକ୍ଷରୁ ଅଧିକ ଚାଷୀଙ୍କୁ ସଂଯୋଗ କରିବାକୁ ଲକ୍ଷ୍ୟ

MFOI ଇଣ୍ଡିଆ ଟୁର୍ ର ଶୁଭାରମ୍ଭ ଭାରତରେ କୋଟିପତି ଚାଷୀଙ୍କ ସଫଳତା ଏବଂ ସେମାନଙ୍କ ଦ୍ୱାରା କରାଯାଇଥିବା କାର୍ଯ୍ୟକୁ ଏକ ନୂଆ ପରିଚୟ ଦେବା ଦିଗରେ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଅଟେ l ଏହି ଦେଶବ୍ୟାପୀ ଯାତ୍ରା ଏକ ଲକ୍ଷରୁ ଅଧିକ ଚାଷୀଙ୍କ ସହ ସଂଯୋଗ ହେବ, ୪୫୨୦ ସ୍ଥାନ ଅତିକ୍ରମ କରିବ ଏବଂ ୨୬ ,୦୦୦  କିଲୋମିଟରରୁ ଅଧିକ ଦୂରତା ଅତିକ୍ରମ କରିବ । ଅଧିକ ରୁ ଅଧିକ ପରିମାଣରେ କୃଷକମାନଙ୍କ ସହିତ ସଂଯୋଗ କରି ସେମାନଙ୍କର କୃଷି ସଫଳତାର କାହାଣୀକୁ ବିଶ୍ୱକୁ ଆଣିବ l ସାରା ବିଶ୍ୱ ଜାଣିବ ଚାଷୀଙ୍କ ସଫଳତା କାହାଣୀ l

ଅଧିକ ପଢ଼ନ୍ତୁ

MFOI VVIF Kisan Bharat Yatra: ଜାଣନ୍ତୁ କ’ଣ ବିଶେଷ ଥିଲା!

MFOI VVIF Kisan Bharat Yatra: ଚାଷୀ ହେଲେ ସମ୍ମାନିତ

Like this article?

Hey! I am Tanushree Mahapatra. Did you liked this article and have suggestions to improve this article? Mail me your suggestions and feedback.

Share your comments