1. କୃଷି ଖବର

MFOI, VVIF କିସାନ ଭାରତ ଯାତ୍ରା, ପଦକ୍ଷେପକୁ କୋଟା ଚାଷୀଙ୍କ ସମର୍ଥନ

ପଦକ୍ଷେପକୁ ବହୁତ ପ୍ରଶଂସା କରାଯାଉଛି ଚାଷୀଙ୍କ ଦ୍ୱାରା.....

Tanushree Mahapatra
Tanushree Mahapatra
mfoi vvif kisan bharat yatra reached kota

mfoi vvif kisan bharat yatra reached kota

MFOI VVIF Kisan Bharat Yatra: ଦେଶର ଅଗ୍ରଣୀ କୃଷି ମିଡିଆ ହାଉସ୍ କୃଷି ଜାଗରଣ ଆଜିକାଲି ଏକ ବଡ ଅଭିଯାନଆରମ୍ଭ କରିଛନ୍ତି । ଏହି ଅଭିଯାନ ହେଉଛି ଦେଶର କୃଷକମାନଙ୍କୁ ସମ୍ମାନ ଦେବା l ଏହି ଅଭିଯାନ ଅଧୀନରେ ଦେଶରେ 'MFOI, VVIF କିସାନ ଭାରତ ଯାତ୍ରା' ଚାଲିଛି କୃଷି ଜାଗରଣ ଦ୍ୱାରା ।

ଯାହା କୃଷକମାନଙ୍କୁ କୃଷି ସଚେତନତା ପଦକ୍ଷେପ MFOI (ଭାରତର ମିଲିଅନେୟାର କୃଷକ) ବିଷୟରେ ଅବଗତ କରାଇବା ପାଇଁ କାର୍ଯ୍ୟ କରୁଛି l ବର୍ତ୍ତମାନ ଏହି ଯାତ୍ରା ରାଜସ୍ଥାନ ଦେଇ ଯାଉଛି । ଯେଉଁଠାରେ, ଏହି ପଦକ୍ଷେପକୁ ବହୁତ ପ୍ରଶଂସା କରାଯାଉଛି ଚାଷୀଙ୍କ ଦ୍ୱାରା l

ଏହି କ୍ରମରେ 'MFOI, VVIF କିସାନ ଭାରତ ଯାତ୍ରା'ର ରୋଡ଼ ସୋ ଯାତ୍ରା ବୁଧବାର ରାଜସ୍ଥାନର କୋଟାରେ ପହଞ୍ଚିଥିଲା l ଯେଉଁଠାରେ, ଏହି ଯାତ୍ରା ଅନେକ ଗାଁ ଦେଇ ଗତି କରିଥିଲା l ସ୍ଥାନୀୟ  କୃଷକମାନଙ୍କୁ ସମ୍ମାନିତ କରିବାର ପଦକ୍ଷେପ ବିଷୟରେ ଜାଣି ବହୁତ ଖୁସି ହେଲେ ଚାଷୀ  ଏବଂ ସେମାନେ ଏହି ପଦକ୍ଷେପକୁ ସମର୍ଥନ ମଧ୍ୟ କରିଥିଲେ l ଏହି ଅବଧି ମଧ୍ୟରେ କେତେକ କୃଷକ କୃଷି କ୍ଷେତ୍ରରେ ଉତ୍ତମ କାର୍ଯ୍ୟ ପାଇଁ ସମ୍ମାନିତ ହୋଇଥିଲେ l ଏହା ବ୍ୟତୀତ କୋଟାର କୃଷି ବିଜ୍ଞାନ କେନ୍ଦ୍ରରେ ଏକ କାର୍ଯ୍ୟକ୍ରମ ମଧ୍ୟ ଆୟୋଜିତ ହୋଇଥିଲା । ଯେଉଁଠାରେ, କୃଷକମାନେ ଏଥିରେ ଉତ୍ସାହର ସହିତ ଅଂଶଗ୍ରହଣ କରିଥିଲେ l

MFOI କିସାନ ଭାରତ ଯାତ୍ରା କ’ଣ ?

ଆସନ୍ତୁ ଆପଣଙ୍କୁ କହିବା ଯେ 'MFOI କିସାନ୍ ଭରତ ଯାତ୍ରା ୨୦୨୩ -୨୪ ବର୍ଷର ସ୍ମାର୍ଟ ଗ୍ରାମାଞ୍ଚଳର ଦୃଶ୍ୟ ପରିବର୍ତ୍ତନ କରିବାର କଳ୍ପନା କରିଥାଏ l MFOI କିସାନ ଭାରତ ଯାତ୍ରା ଡିସେମ୍ବର ୨୦୨୩ ରୁ ନଭେମ୍ବର ୨୦୨୪ ପର୍ଯ୍ୟନ୍ତ ଦେଶ ଭ୍ରମଣ କରିବାକୁ ଲକ୍ଷ୍ୟ ରଖିଛି l ଯେଉଁଥିରେ ୧ ଲକ୍ଷରୁ ଅଧିକ ଚାଷୀଙ୍କ ନିକଟରେ ପହଞ୍ଚିବ ଏହି କିସାନ ଯାତ୍ରା । ଯେଉଁଥିରେ ୪ ହଜାରରୁ ଅଧିକ ସ୍ଥାନର ଏକ ବିଶାଳ ନେଟୱାର୍କ ଅନ୍ତର୍ଭୂକ୍ତ ହେବ ଏବଂ ୨୬ ହଜାର କିଲୋମିଟରରୁ ଅଧିକ ଦୂରତା ବିଶିଷ୍ଟ ହେବ l ଏହି ମିଶନର ମୂଳ ଉଦ୍ଦେଶ୍ୟ ହେଉଛି କୃଷି ସମ୍ପ୍ରଦାୟରେ ସକରାତ୍ମକ ପରିବର୍ତ୍ତନ ଆଣିବା, ଯାହାଦ୍ୱାରା ସେମାନଙ୍କର ସାମାଜିକ-ଅର୍ଥନୈତିକ ପୃଷ୍ଠଭୂମି ବୃଦ୍ଧି କରି କୃଷକମାନଙ୍କୁ ସଶକ୍ତ କରିବା l ଏହି ରୋଡ଼ ସୋ ରେ STIHL ଇଣ୍ଡିଆ ମଧ୍ୟ ନିଜର ସହଯୋଗ ପ୍ରଦାନ କରିଛି l ଏହି ରୋଡ଼ ସୋ ର ମୁଖ୍ୟ ପ୍ରାୟୋଜକ ରହିଛି ମହିନ୍ଦ୍ରା ଟ୍ରାକ୍ଟର କମ୍ପାନୀ l

ଏକ ଲକ୍ଷରୁ ଅଧିକ ଚାଷୀଙ୍କୁ ସଂଯୋଗ କରିବାକୁ ଲକ୍ଷ୍ୟ

MFOI ଇଣ୍ଡିଆ ଟୁର୍ ର ଶୁଭାରମ୍ଭ ଭାରତରେ କୋଟିପତି ଚାଷୀଙ୍କ ସଫଳତା ଏବଂ ସେମାନଙ୍କ ଦ୍ୱାରା କରାଯାଇଥିବା କାର୍ଯ୍ୟକୁ ଏକ ନୂଆ ପରିଚୟ ଦେବା ଦିଗରେ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଅଟେ l ଏହି ଦେଶବ୍ୟାପୀ ଯାତ୍ରା ଏକ ଲକ୍ଷରୁ ଅଧିକ ଚାଷୀଙ୍କ ସହ ସଂଯୋଗ ହେବ, ୪୫୨୦ ସ୍ଥାନ ଅତିକ୍ରମ କରିବ ଏବଂ ୨୬ ,୦୦୦  କିଲୋମିଟରରୁ ଅଧିକ ଦୂରତା ଅତିକ୍ରମ କରିବ । ଅଧିକ ରୁ ଅଧିକ ପରିମାଣରେ କୃଷକମାନଙ୍କ ସହିତ ସଂଯୋଗ କରି ସେମାନଙ୍କର କୃଷି ସଫଳତାର କାହାଣୀକୁ ବିଶ୍ୱକୁ ଆଣିବ l ସାରା ବିଶ୍ୱ ଜାଣିବ ଚାଷୀଙ୍କ ସଫଳତା କାହାଣୀ l

MFOI VVIF Kisan Bharat Yatra: ଜାଣନ୍ତୁ କ’ଣ ବିଶେଷ ଥିଲା!

MFOI VVIF Kisan Bharat Yatra: ଚାଷୀ ହେଲେ ସମ୍ମାନିତ

Like this article?

Hey! I am Tanushree Mahapatra. Did you liked this article and have suggestions to improve this article? Mail me your suggestions and feedback.

Share your comments