1. କୃଷି ଖବର

ଏବେ ଗୁରୁଦ୍ୱାରାରେ ମାଣ୍ଡିଆ ପ୍ରସାଦ...

ରାଜ୍ୟ ତଥା ଦେଶର ପ୍ରତିଟି କୋଣ ଅନୁକୋଣରେ ଏବେ ମିଲେଟ ର ଚର୍ଚ୍ଚା l ଶସ୍ୟ ଜାତୀୟ ମିଲେଟ ତଥା ମାଣ୍ଡିଆ ଏବେ ଘରେ ଘରେ ପରିଚିତ l ଏହାକୁ ଏବେ ପ୍ରାଧାନ୍ୟ ଦେଇଛନ୍ତି ରାଜ୍ୟ ତଥା କେନ୍ଦ୍ର ସରକାର l ଛୋଟ ଛୁଆଙ୍କ ଖାଦ୍ୟ ରୁ ନେଇ ବୃଦ୍ଧ ବୃଦ୍ଧାଙ୍କ ଖାଦ୍ୟରେ ସାମିଲ ହୋଇଛି ମାଣ୍ଡିଆ ବା ମିଲେଟ l

Tanushree Mahapatra
Tanushree Mahapatra
Millet Dishes Will Soon Be Part of Golden Temple's Langar

Millet Dishes Will Soon Be Part of Golden Temple's Langar

ରାଜ୍ୟ ରେ ମାଣ୍ଡିଆ ତଥା ମିଲେଟ ଚାଷ ପାଇଁ ରାଜ୍ୟ ସରକାର ମାଗଣା ବିହନ ମଧ୍ୟ ଯୋଗାଇ ଦେଉଛନ୍ତି l ରାଜ୍ୟ ର ମା ମାନଙ୍କୁ ମିଲେଟ ରେ ପ୍ରସ୍ତତା ଖାଦ୍ୟ ପାଇଁ ସାହାଯ୍ୟ କରାଯାଉଛି ଯାହା ପାଇଁ ସେମାନେ ଆତ୍ମନିର୍ଭରଶୀଳ ହୋପିପାରିଛନ୍ତି l ଦେଶ ତଥା ଦେଶ ବାହାରେ ମିଲେଟ କୁ ମିଳିଛି ପ୍ରାଧାନ୍ୟ l ମିଲେଟ ଜାତୀୟ ଚାଷ ତଥା ଶସ୍ୟ କୁ ଆହୁରି ଉତ୍ସାହିତ କରିବା ପାଇଁ ସରକାର ୨୦୨୩ ବର୍ଷ କୁ ମିଲେଟ ବର୍ଷ ଭାବେ ଘୋଷଣା କରାଯାଇଛି l ସ୍କୁଲ ରୁ ଆରମ୍ଭ କରି ବଡ ବଡ ଅଫିସ ମାନଙ୍କରେ ମିଲେଟ ରେ ପ୍ରସ୍ତୁତ ଖାଦ୍ୟ ପରସା ଯାଉଛି l ଏହି ପୁଷ୍ଟି ଯୁକ୍ତ ଖାଦ୍ୟ କୁ ଏବେ ହୋଟେଲ ମାନଙ୍କରେ ମଧ୍ୟ ସାମିଲ କରାଯାଇଛି l ମିଲେଟ ଜାତୀୟ ଶସ୍ୟ କୁ ଆହୁରି ପ୍ରୋତ୍ସାହିତ କରିବା ପାଇଁ ଅନେକ କାର୍ଯ୍ୟକ୍ରମ କରାଯାଉଛି ଦେଶ ତଥା ରାଜ୍ୟ ରେ l ସରକାରଙ୍କ ସହିତ ବଡ ବଡ କମ୍ପାନୀ ମଧ୍ୟ ଏଥିର ସାମିଲ ହେଉଛନ୍ତି l   

ନିକଟରେ ଆଉ ଏକ ଖବର ସାମ୍ମନାକୁ ଆସିଛି ଯେ , ମିଲେଟ କୁ ପ୍ରୋତ୍ସାହିତ କରିବା ପାଇଁ ପଞ୍ଜାଵ ରେ ଥିବା ସ୍ବର୍ଣ୍ଣ ମନ୍ଦିରରେ (golden tample ) ଏହାକୁ ଭୋଗ ମାଧ୍ୟମରେ ଶ୍ରଦ୍ଧାଳୁଙ୍କୁ ଦିଆଯିବ l  କାରଣ ପ୍ରତିଦିନ ଏଠାକୁ ଦେଶ ତଥା ଦେଶ ବାହାରୁ ଅନେକ ପର୍ଯ୍ୟଟକ ଆସିଥାନ୍ତି । ମନ୍ଦିରରେ ଦିଆଯାଉଥିବା ଲଂଗର ରେ ପ୍ରାୟ 50 ହଜାର ରୁ ଏକ ଲକ୍ଷ ଲୋକ ପର୍ଯ୍ୟନ୍ତ ଯୋଗଦେଇଥାନ୍ତି ପ୍ରତିଦିନ । ଏହି ଯୋଜନା ଦ୍ୱାରା ଅତ୍ୟଧିକ ପୁଷ୍ଟିକର ( protenious ) ମିଲେଟ ଭକ୍ତମାନଙ୍କ ପାଇଁ ସୁବର୍ଣ୍ଣ ମନ୍ଦିରର କମ୍ୟୁନିଟି (goldentample community ) ରୋଷେଇ ଘରେ ଦିଆଯାଉଥିବା ଭୋଜନର ଏକ ଅଂଶ ହୋଇପାରେ ବୋଲି ଖେତି ବିରାସତ  ମିଶନର (kheti virasat mission)  କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଉମେନ୍ଦ୍ର ଦତ୍ତ କହିଛନ୍ତି ।

ମିଲେଟ ହେଉଛି ଏପରି ଏକ ଶସ୍ୟ ଯେଉଁଥିରେ  ପୋଷକ ତତ୍ତ୍ୱ ଅଧିକ ରହିଛି ଏବଂ ଏହା ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଖୁବ ଭଲ | ଏହାକୁ ଚାଷ କରିବା ପାଇଁ ଅଳ୍ପ ପାଣି ଏବଂ କମ ପରିଶ୍ରମରେ କରିବାକୁ ପଡେ l ଏହାକୁ ଚାଷ କରିବା କୌଣସି ଉପଯୁକ୍ତ ପାଣିପାଗ ର ଆବଶ୍ୟକତା ମଧ୍ୟ ନାହିଁ କି ଏହା ଉପରେ ବୃଷ୍ଟିପାତ ର ମଧ୍ୟ ପ୍ରଭାବ ପଡ଼ିନଥାଏ l ଏହା ସମଗ୍ର ଦେଶରେ ବିଭିନ୍ନ ଏଗ୍ରୋଲୋଜିକାଲ ଜୋନରେ (agrological zone ) ଚାଷ କରାଯାଇଥାଏ । ଏହି ଚାଷ ପାଇଁ କମ କୀଟନାଶକ (insecticide ) ଆବଶ୍ୟକ ହୋଇଥାଏ ଏବଂ  ଏହି ଶସ୍ୟ କୁ  ଜୈବିକ ପଦ୍ଧତି ରେ (organic method ) ମଧ୍ୟ ଚାଷ କରାଯାଇପାରିବ । କେନ୍ଦ୍ର ସରକାର ଆନ୍ତର୍ଜାତୀୟ ମିଲେଟ ବର୍ଷ 2023 (international millets year ) ରେ ମିଲେଟ  ଜାତୀୟ ଫସଲ ପାଇଁ ସର୍ବନିମ୍ନ ସହାୟତା ମୂଲ୍ୟ (minimum support price ) ସ୍ଥିର କରିବାକୁ  ପ୍ରତ୍ୟେକ ରାଜ୍ୟ ସରକାରଙ୍କୁ ନିର୍ଦେଶ ଦେଇଛନ୍ତି  ।

ଏହି ଶସ୍ୟ ଜାତୀୟ ଫସଲର ଅଧିକ ବୃଦ୍ଧି କରିବା ପାଇଁ ସରକାର ମାଗଣା ମଞ୍ଜି (free seeds ) ସାଙ୍ଗକୁ ଅନେକ ନୂଆ ନୂଆ ଯୋଜନା ବିଭିନ୍ନ ରାଜ୍ୟ ରେ ପ୍ରଚଳିତ କରିଛନ୍ତି ।  ଯାହା କୃଷକଙ୍କୁ ସାହାଯ୍ୟ କରୁଛି ମିଲେଟ ଚାଷ କରିବା ପାଇଁ l ସ୍ବର୍ଣ୍ଣ ମନ୍ଦିରର ନିର୍ଦେଶକଙ୍କ କହିବା ଅନୁଯାୟୀ ,  ପଞ୍ଜାବରେ ଜଳସ୍ଥର (water label ) କ୍ରମାଗତ ଭାବରେ ହ୍ରାସ ପାଉଥିବାରୁ ମାଣ୍ଡିଆ ଚାଷ ରାଜ୍ୟ ର ଜଳ ସମ୍ପଦ ବିକାଶରେ ଏକ ନୂଆ ଆଶାର କିରଣ ଆଣିଦେବ ।

ଶ୍ରୀ ଦତ୍ତ କହିଛନ୍ତି ଯେ, ସୁବର୍ଣ୍ଣ ମନ୍ଦିରର କମ୍ୟୁନିଟି ଦ୍ୱାରା ଏକ ପ୍ରୋଜେକଟରେ ସାରା ରାଜ୍ୟରେ 200 ଟି ବିଦ୍ୟାଳୟ ଚୟନ କରାଯାଇଛି ଯେଉଁଠାରେ ମିଲେଟ ରେ କିପରି ଖାଦ୍ୟ ପ୍ରସ୍ତୁତ ହେବ ସେ ନେଇ ଅଭିଭାବକ ଏବଂ ଶିକ୍ଷକମାନଙ୍କୁ କର୍ମଶାଳା ମାଧ୍ୟମରେ ଶିକ୍ଷା ଦିଆଯିବ । ଏ ନେଇ ଡିପିଏସ୍ ଲୁଧିଆନାର ପ୍ରିନ୍ସପାଲ୍ ବଲମିତ କୌର କହିଛନ୍ତି ଯେ ଆମର ଚାରୋଟି ଶାଖା ଅଛି ଏବଂ ଆମେ ନିଷ୍ପତ୍ତି ନେଇଛୁ ଯେ ମିଲେଟ୍ ସହିତ ପ୍ରସ୍ତୁତ ମଧ୍ୟାହ୍ନ ଭୋଜନ ସପ୍ତାହରେ ଦୁଇଥର ଛାତ୍ରଛାତ୍ରୀଙ୍କୁ ଦିଆଯିବ।

ଅନ୍ୟପଟେ ଦତ୍ତ କହିଛନ୍ତି ଯେ, ମିଲେଟଗୁଡିକ ଗହମ ଏବଂ ଚାଉଳ ସହିତ ଚକ୍ରବର୍ତ୍ତୀ ଚାଷପ୍ରଣାଳୀ(cyclical farming) ରେ ଚାଷ କରାଯାଇପାରିବ | ଏହା ଗ୍ରୀନହାଉସ ଗ୍ୟାସ୍ (green house gas )ନିର୍ଗମନ କୁ  ମଧ୍ୟ ହ୍ରାସ କରିବାରେ ସାହାଯ୍ୟ କରିପାରିବା ସହିତ ପଞ୍ଜାବ ରେ ହେଉଥିବା ଷ୍ଟଵଲ ଜଳେଇବାକୁ(stubble burning) ମଧ୍ୟ କମ କରିପାରିବ କାରଣ ମାଣ୍ଡିଆର ଷ୍ଟଵଲ ଗାଈ ତଥା ଅନ୍ୟ ପଶୁଙ୍କ ପାଇଁ ଏକ ସୁଷମ ଖାଦ୍ୟ ଭାବରେ ଜଣାଶୁଣା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୦୨୩ ବର୍ଷକୁ ଆନ୍ତର୍ଜାତୀୟ ମିଲେଟ ବର୍ଷ (international millets year) ଭାବରେ ଘୋଷଣା କରି ସମସ୍ତଙ୍କୁ ମିଲେଟ୍ସ ବ୍ୟବହାର କରିବାକୁ ଆହ୍ୱାନ ଦେଇଛନ୍ତି । ଆଜି ଯୁବକମାନଙ୍କୁ ଅଳ୍ପ ବୟସରୁ ଅନେକ ସ୍ୱାସ୍ଥ୍ୟ ସମସ୍ୟାର ସାମ୍ନା କରିବାକୁ ପଡୁଛି ମିଲେଟ୍ସ ବ୍ୟବହାର ଦ୍ୱାରା ଏହାକୁ ସହଜରେ ଦୂର କରାଯାଇପାରିବ ଏଥିରେ ତିଳେହେଲେ ସନ୍ଦେହ ନାହିଁ  ।

ବହୁ-ରାଜ୍ୟ ବିହନ ସୋସାଇଟି ଗଠନ ପ୍ରସ୍ତାବକୁ କ୍ୟାବିନେଟ ମଞ୍ଜୁରୀ

ଚାଷୀଙ୍କ ପାଇଁ ଖୁସି ଖବର, ଆକାଉଣ୍ଟକୁ ଆସିବ ୮ ହଜାର ଟଙ୍କା !

Like this article?

Hey! I am Tanushree Mahapatra. Did you liked this article and have suggestions to improve this article? Mail me your suggestions and feedback.

Share your comments