1. କୃଷି ଖବର

MFOI 2024: ଏଥର ଦେଶର ଶ୍ରେଷ୍ଠ ମୂଳାଚାଷୀ ପାଇବେ ସମ୍ମାନ

ଉଦ୍ଦେଶ୍ୟ ଦେଶର ସର୍ବଶ୍ରେଷ୍ଠ ଚାଷୀଙ୍କୁ ସମ୍ମାନିତ କରିବା ଏବଂ ଏକ ନୂତନ ପରିଚୟ ମଧ୍ୟ ପ୍ରଦାନ କରିବା

Tanushree Mahapatra
Tanushree Mahapatra
Millionaire Horticulture Farmer of India award show 2024, image source - canva and pixeles

Millionaire Horticulture Farmer of India award show 2024, image source - canva and pixeles

କୃଷି ହେଉଛି ଦେଶର ମେରୁଦଣ୍ଡ l ଦେଶର ଅର୍ଥନୀତିରେ ଚାଷୀ ଓ ଚାଷର ଏକ ବଡ଼ ଭୂମିକା ରହିଛି l ତେବେ ସରକାରୀ ସ୍ତରରେ ବିଭିନ୍ନ ସହାୟତା ପ୍ରଦାନ କରାଯାଉଛି ଚାଷୀଙ୍କୁ l ଏହା ସତ୍ତ୍ୱେ ମଧ୍ୟ ଚାଷୀଙ୍କୁ ଏକ  ସଠିକ ପରିଚୟ ମିଳିପାରିନି l ଏହାର ତାତ୍ପର୍ଯ୍ୟ ଯେତେବେଳେ ଆମେ ଜଣେ ଚାଷୀଙ୍କ ବିଷୟରେ ଆଲୋଚନା କରୁ ସେତେବେଳେ ଆମ ଆଖିକୁ ଗୋଟିଏ ଗରିବ ଚାଷୀର ଝଲକ ଦେଖିବାକୁ ମିଳେ l

ତେବେ ବିଭିନ୍ନ ବିଷୟକୁ ଆଖି ଆଗରେ ରଖି ଦିଲ୍ଲୀସ୍ଥିତ କୃଷି ଜାଗରଣ ସଂସ୍ଥା ଏକ ବୈପ୍ଲବିକ ପଦକ୍ଷେପ ନେଇଥିଲା l  " ମିଲେନିୟର୍ ଫାର୍ମର୍ ଅଫ୍ ଇଣ୍ଡିଆ ପୁରସ୍କାର ୨୦୨୩" (MFOI) ଯାହା ଡିସେମ୍ବର ମାସ ୬ , ୭  ଏବଂ ୮ ତାରିଖରେ IARI ଗ୍ରାଉଣ୍ଡରେ ଅନୁଷ୍ଠିତ ହୋଇଥିଲା  l ଯାହାର ମୁଖ୍ୟ ପ୍ରାୟୋଜକ ରହିଥିଲା ମହିନ୍ଦ୍ରା ଟ୍ରାକ୍ଟରସ l 

ଏହା କେବଳ ଏକ ପୁରସ୍କାର ବିତରଣ ଉତ୍ସବ ହେବ ନଥିଲା ବରଂ ଏକ ମେଗା ଇଭେଣ୍ଟ ଥିଲା , ଯେଉଁଠାରେ ପ୍ରାୟୋଜକ, କର୍ପୋରେଟ୍, ପ୍ରଦର୍ଶକ ଏବଂ କୃଷକମାନେ ସମାନ ଛାତ ତଳେ ଏକାଠି ହୋଇଥିଲେ l ଯାହା ଭାରତର କୃଷି ଏବଂ ସହଯୋଗୀ ଶିଳ୍ପ ପାଇଁ ସମୃଦ୍ଧ ଭବିଷ୍ୟତର ଲକ୍ଷ୍ୟ ସ୍ଥଳରେ ପହଞ୍ଚିବା ପାଇଁ ଏହା ଏକ ଦିଗଦର୍ଶନ ସଭା ପାଲଟିଥିଲା l ଏଠାରେ ଦେଶର ହଜାର ହଜାର ଚାଷୀଙ୍କୁ ସମ୍ମାନିତ କରାଯାଇଥିଲା l ଯାହା ସଫଳ ମଧ୍ୟ ହୋଇଥିଲା ଏବଂ ଦେଶର କୋଣ ଅନୁକୋଣରେ ଏହାର ଚର୍ଚ୍ଚା ହେଉଥିବା ନଜିର ରହିଥିଲା l ତେବେ ଏହି ମିଲେନିୟର୍ ଚାଷୀଙ୍କ ପାଇଁ ଆୟୋଜିତ ଏହି ପୁରସ୍କାର ସୋ ଚଳିତ ବର୍ଷ ୨୦୨୪ ମସିହା ଡିସେମ୍ବର ମାସରେ ନିଜର ୨ୟ ସଂସ୍କରଣ ଆୟୋଜିତ କରିବାକୁ ଯାଉଛି l ଯାହାର ଉଦ୍ଦେଶ୍ୟ ରହିଛି ଦେଶର ସର୍ବଶ୍ରେଷ୍ଠ ଚାଷୀଙ୍କୁ ଉଚ୍ଚ ସମ୍ମାନରେ ସମ୍ମାନିତ କରିବା ଏବଂ ଏକ ନୂତନ ପରିଚୟ ମଧ୍ୟ ପ୍ରଦାନ କରିବା l

କିଏ ଏବଂ କ'ଣ ରହିଥିଲା ଉଦ୍ଦେଶ୍ୟ :

କୃଷି ଜାଗରଣ ସଂସ୍ଥା ଯାହା ଆଜିକୁ ୨୭ ବର୍ଷ ଧରି ଚାଷୀଙ୍କ ପାଇଁ ନିଜର ନିରନ୍ତର ସେବା ଜାରି ରଖିଛି l ଚାଷୀଙ୍କୁ ପ୍ରତ୍ୟେକ ନୂଆ ନୂଆ ପରିବର୍ତ୍ତନ ସହିତ ପରିଚିତ କରାଇବାରେ ନିଜର ଉଦ୍ୟମ ଜାରି ରଖିଛି l ଚାଷ କ୍ଷେତ୍ରରେ ବିଭିନ୍ନ ନୂଆ ଏବଂ ବୈପ୍ଲବିକ ପଦକ୍ଷେପ ନେଇଛି ଯାହା ପ୍ରତ୍ୟେକ ଥର ସଫଳତା ହାସଲ ମଧ୍ୟ କରିଛି l କୃଷି ସାମ୍ବାଦିକତା ଠାରୁ ଆରମ୍ଭ କରି କୃଷି ମେଳା ପର୍ଯ୍ୟନ୍ତ ଆୟୋଜିତ କରିଛି ଏହି ସଂସ୍ଥା l ତେବେ ମିଲେନିୟର୍ ଫାର୍ମର ଅଫ ଇଣ୍ଡିଆ ପୁରସ୍କାର ଏକ ନୂଆ ଚିନ୍ତାଧାରାକୁ ନେଇ ଆୟୋଜିତ କରିଥିଲେ କୃଷି ଜାଗରଣ ସଂସ୍ଥାର ମୁଖ୍ୟ ସମ୍ପାଦକ ଏବଂ ତାଙ୍କୁ ଏହି କାର୍ଯ୍ୟକ୍ରମ ପାଇଁ ସହଯୋଗ କରିଥିଲେ ତାଙ୍କ ଧର୍ମ ପତ୍ନୀ ଯିଏକି ସଂସ୍ଥାର ମୁଖ୍ୟ ନିର୍ଦ୍ଦେଶକ ରହିଛନ୍ତି l

କୃଷି ଜାଗରଣ ସଂସ୍ଥାର ପ୍ରତିଷ୍ଠାତା ଏମ.ସି ଡୋମିନିକଙ୍କ ଏକ ସ୍ବପ୍ନ ଥିଲା ଯେପରି ଦେଶରେ ଅନ୍ୟାନ୍ୟ ପ୍ରତିଷ୍ଠିତ ବ୍ୟକ୍ତିଙ୍କୁ ପୁରା ଦେଶ ଜାଣିଛି ସେହିପରି ଜଣେ ଚାଷୀଙ୍କୁ ମଧ୍ୟ ଜାଣିବା ଆବଶ୍ୟକ l ଅନେକ ଥର ଦେଖିବାକୁ ମିଳେ ବିଭିନ୍ନ ପୁରସ୍କାର ସୋ ଆୟୋଜିତ ହୋଇଥାଏ ଏବଂ ଅନେକ ବିଭାଗରେ ବିଭିନ୍ନ ବ୍ୟକ୍ତିଙ୍କୁ ସମ୍ମାନିତ କରାଯାଇଥାଏ l ପରେ ସେମାନଙ୍କୁ ଦେଶ ଓ ଦେଶ ବାହାରେ ଜାଣିଥାନ୍ତି ଲୋକେ ଯାହାଦ୍ୱାରା ସେମାନଙ୍କ ଏକ ନୂଆ ପରିଚୟ ମିଳିଥାଏ l ତେବେ ଯେତେବେଳେ ଜଣେ ଚାଷୀଙ୍କ ବିଷୟ ଆଲୋଚନା ହୁଏ  ଦେଶର ଶ୍ରେଷ୍ଠ ଚାଷୀ କିଏ ଆମେ ଜାଣିପାରିନଥାଉ l ଏହି ନୂଆ ପରିଚୟ ପ୍ରଦାନ କରିବା ଉଦ୍ଦେଶ୍ୟ ନେଇ ଏମ.ସି ଡୋମିନିକ ଆରମ୍ଭ କରିଛନ୍ତି ଏହି ବୈପ୍ଲବିକ ପଦକ୍ଷେପ l  

ଏଥର ମୂଳାଚାଷୀ ପାଇବେ ସମ୍ମାନ

ପନିପରିବା ଚାଷୀଙ୍କୁ ମିଲେନିୟର୍ ଫାର୍ମର ଅଫ ଇଣ୍ଡିଆ ପୁରସ୍କାର ୨୦୨୩ରେ ବିଭିନ୍ନ ବର୍ଗରେ ସମ୍ମାନିତ କରାଯାଇଥିଲା l ଚଳିତ ବର୍ଷ ଏହି ବର୍ଗରେ ମୂଳାଚାଷୀଙ୍କୁ ମଧ୍ୟ ସମ୍ମାନିତ କରିବାର ଏକ ନୂଆ ଚିନ୍ତାଧାରା ସହ ନିଷ୍ପତ୍ତି ନେଇଛନ୍ତି କୃଷି ଜାଗରଣର ପ୍ରତିଷ୍ଠାତା ଏମ.ସି ଡୋମିନିକ l କେବଳ ଦେଶ ଭିତରେ ନୁହଁ ଦେଶ ବାହାରେ ମଧ୍ୟ ଥିବା ଶ୍ରେଷ୍ଠ ମୂଳାଚାଷୀ ବ୍ୟବସାୟୀ କିମ୍ବା ଚାଷୀଙ୍କୁ କରାଯିବ ସମ୍ମାନିତ l ମୂଳା ଚାଷରେ ଭିନ୍ନତା ଓ ନୂତନ ପ୍ରକ୍ରିୟା ସହିତ ଏବଂ ନୂତନ ବ୍ରିଡ଼ ସହିତ ପରିଚୟ ହେବେ ଅନ୍ୟ ଚାଷୀ l ଶୀତ ଦିନରେ ହେଉଥିବା ଏହି ମୂଳା ଚାଷର ଦେଶ ତଥା ଦେଶ ବାହାରେ ରହିଛି ଖୁବ ଚାହିଦା l ଚାଷ ମଧ୍ୟ ଖୁବ ମାତ୍ରାରେ କରାଯାଉଛି l ବର୍ଷକୁ ୧୦ ଲକ୍ଷରୁ ଅଧିକ ଆୟ କରୁଥିବା ମୂଳା ଚାଷୀଙ୍କୁ କରାଯିବ ସମ୍ମାନିତ l ଯଦି ଆପଣ ଜଣେ ମୂଳା ଚାଷୀ ଏବଂ ଏହି ପୁରସ୍କାର ପାଇବାକୁ ଯୋଗ୍ୟ ମାନେ କରୁଛନ୍ତି ତେବେ ଆଜି ହିଁ ନିମ୍ନରେ ପ୍ରଦାନ କରାଯାଇଥିବା ତଥ୍ୟରେ ଯୋଗାଯୋଗ କରନ୍ତୁ l ଏଥିପାଇଁ ପଞ୍ଜିକରଣ ମଧ୍ୟ ଆରମ୍ଭ ହୋଇସାରିଛି l

ରେଜିଷ୍ଟ୍ରେସନ ଲିଙ୍କ - https://millionairefarmer.in/en/categories/

ଅଧିକ ପଢ଼ନ୍ତୁ

'MFOI, VVIF Kisan Bharat Yatra: ସତନା ଚାଷୀଙ୍କୁ କୃଷି ଜାଗରଣ କଲା ସମ୍ମାନିତ

'MFOI, VVIF Kisan Bharat Yatra: ଚାଷୀଙ୍କ ସହ ହୋଲି ପାଳନ

Like this article?

Hey! I am Tanushree Mahapatra. Did you liked this article and have suggestions to improve this article? Mail me your suggestions and feedback.

Share your comments