
modi cabinet approves computerization of pacs
କେନ୍ଦ୍ର କ୍ୟାବିନେଟର ବଡ ନିଷ୍ପତ୍ତି । ଘରୋଇ ଉତ୍ପାଦିତ ଅଶୋଧିତ ତୈଳ ବିକ୍ରିର ନିୟନ୍ତ୍ରଣକୁ ମିଳିଛି କ୍ୟାବିନେଟ ଅନୁମୋଦନ । ସମସ୍ତ ଅନୁସନ୍ଧାନ ଏବଂ ଉତ୍ପାଦନ କମ୍ପାନୀଗୁଡିକ ପାଇଁ ବଜାର ସ୍ବାଧିନତା ସୁନିଶ୍ଚିତ କରିବାକୁ ପଦକ୍ଷେପ ନିଆଯାଇଛି । ଏହା ବ୍ୟତୀତ ପ୍ରାଥମିକ କୃଷି କ୍ରେଡିଟ୍ ସୋସାଇଟି (PACS)ର କମ୍ପ୍ୟୁଟରୀକରଣକୁ କେନ୍ଦ୍ର କ୍ୟାବିନେଟ୍( cabinet meeting) ମଧ୍ୟ ଅନୁମୋଦନ କରିଛି । 63,000 PACS କମ୍ପ୍ୟୁଟର ସହିତ ସଂଯୁକ୍ତ ହେବ ଯାହା ସମୁଦାୟ ବଜେଟ୍ 2516 କୋଟି ଟଙ୍କା ହେବ । ଏହା 13 କୋଟି ଚାଷୀଙ୍କୁ ଉପକୃତ କରିବ ବୋଲି କୁହାଯାଉଛି ।
ଦେଶରେ ଅଶୋଧିତ ତୈଳ ଉତ୍ପାଦନ କରୁଥିବା ୟୁନିଟ ମାର୍କେଟିଂ ଦୃଷ୍ଟିରୁ ସରକାର ସମ୍ପୂର୍ଣ୍ଣ ଛାଡ ଦେବାକୁ ନିଷ୍ପତ୍ତି ନେଇଛନ୍ତି। ସେମାନଙ୍କୁ ନିଜ ଇଚ୍ଛା ଅନୁଯାୟୀ ତେଲ ବିକ୍ରୟ କରିବାକୁ ଅନୁମତି ଦିଆଯାଇଛି । କେନ୍ଦ୍ର କ୍ୟାବିନେଟର ବୈଠକ ପରେ ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁର ଗଣମାଧ୍ୟମକୁ କହିଛନ୍ତି ଯେ ଘରୋଇ ବଜାରରେ ଉତ୍ପାଦିତ ଅଶୋଧିତ ତୈଳ ବିକ୍ରିକୁ ନିୟନ୍ତ୍ରଣ ମୁକ୍ତ କରିବା ପାଇଁ କ୍ୟାବିନେଟ ଅନୁମୋଦନ ଦେଇଛି ।
ଏହା ଅଧୀନରେ, ଅକ୍ଟୋବର 1 ରୁ ଉତ୍ପାଦନ ଭାଗିଦାରୀ ଚୁକ୍ତିନାମା (PSC)ରେ ସରକାର କିମ୍ବା ଏହାର ମନୋନୀତ ୟୁନିଟ୍ କିମ୍ବା ସରକାରୀ କମ୍ପାନୀକୁ ଅଶୋଧିତ ତୈଳ ବିକ୍ରି କରିବାର ସର୍ତ୍ତ ଉଠାଇ ଦିଆଯିବ । ଏହାର ଅର୍ଥ ଉତ୍ପାଦକମାନେ ଘରୋଇ ବଜାରରେ ଉତ୍ପାଦିତ ଅଶୋଧିତ ତୈଳ ବିକ୍ରୟ କରିବାକୁ ସ୍ବାଧିନ ରହିବେ ।
କୃଷି ଉପକରଣରେ ଭାରତ ବ୍ୟବହାର କରିବ ଇଥାନଲ
କଲମ୍ବୋରେ ପ୍ରତିଷ୍ଠା ହେବ ବିମ୍ଷ୍ଟେକ୍ ଟେକ୍ନୋଲୋଜି ଟ୍ରାନ୍ସଫର ସେଣ୍ଟର
ଗତ ଆଠ ବର୍ଷ ମଧ୍ୟରେ ସରକାର ଅନୁସନ୍ଧାନ ଏବଂ ଉତ୍ପାଦନ (ଇ ଆଣ୍ଡ ପି) କ୍ଷେତ୍ରରେ ଅନେକ ପ୍ରଗତିଶୀଳ ସଂସ୍କାର ଆଣିଛନ୍ତି ଯେପରିକି ଗ୍ୟାସର ମୂଲ୍ୟ ନିର୍ଧାରଣ ଏବଂ ମାର୍କେଟିଂ ସ୍ବତନ୍ତ୍ରତା, ପ୍ରତିଯୋଗିତାମୂଳକ ଇ-ବିଡିଂ ପ୍ରକ୍ରିୟା ମାଧ୍ୟମରେ ଗ୍ୟାସର ମୂଲ୍ୟ ନିର୍ଦ୍ଧାରଣ, ହାଇଡ୍ରୋକାର୍ବନ୍ ଅନ୍ବେଷଣ ଲାଇସେନ୍ସ ନୀତି ଅଧୀନରେ ରାଜସ୍ୱ ସହାୟତା ଚୁକ୍ତିନାମା ହୋଇଛି ।
ସେବେଠାରୁ ଏକାଧିକ ବିଡିଂ ରାଉଣ୍ଡ ମାଧ୍ୟମରେ ବହୁ ସଂଖ୍ୟକ ବ୍ଲକ ବଣ୍ଟନ କରାଯାଇଥିଲା । ଏହି ପ୍ରୟାସର ଫଳ ସ୍ୱରୂପ, 2014 ପୂର୍ବରୁ ଆବଣ୍ଟିତ କ୍ଷେତ୍ର ତୁଳନାରେ କ୍ଷେତ୍ର ଆବଣ୍ଟନ ପ୍ରାୟ ଦ୍ୱିଗୁଣିତ ହୋଇଛି ।
Share your comments