1. କୃଷି ଖବର

Modi ପ୍ରତି ଯୁବବର୍ଗଙ୍କୁ ଦେଉଛନ୍ତି 25000 ଟଙ୍କା ଓ ସ୍ଥାୟୀ ଚାକିରୀ

କେନ୍ଦ୍ର ସରକାର (Central Government)ଦେଶରେ ଡିଜିଟାଲ ଇଣ୍ଡିଆ ମିଶନ ଉପରେ ବିଶେଷ ଧ୍ୟାନ ଦେଉଛନ୍ତି, ଯାହାଫଳରେ ଅଧିକରୁ ଅଧିକ ଲୋକ ରୋଜଗାର ପାଇପାରିବେ ।

Sudesna Nayak
Sudesna Nayak
Modi government giving rs 25000 to the youth and permanent jobs

Modi government giving rs 25000 to the youth and permanent jobs

କେନ୍ଦ୍ର ସରକାର (Central Government)ଦେଶରେ ଡିଜିଟାଲ ଇଣ୍ଡିଆ ମିଶନ ଉପରେ ବିଶେଷ ଧ୍ୟାନ ଦେଉଛନ୍ତି, ଯାହାଫଳରେ ଅଧିକରୁ ଅଧିକ ଲୋକ ରୋଜଗାର ପାଇପାରିବେ । ଏହା ବ୍ୟତୀତ ଅନେକ ପ୍ରକାରର ଯୋଜନା ମଧ୍ୟ ସରକାରଙ୍କ ଦ୍ୱାରା ପରିଚାଳିତ ହେଉଛି, ଯେଉଁଥିରେ ସରକାର ଗରିବ ଏବଂ ଅସହାୟ ଲୋକଙ୍କୁ ଆର୍ଥିକ ସହାୟତା କରନ୍ତି ।

ଏବେ ସୋସିଆଲ ମିଡିଆରେ ଏକ ମେସେଜ ଖୁବ୍ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ସରକାର ମାସିକ ୨୫୦୦୦ ଟଙ୍କା ଏବଂ ସ୍ଥାୟୀ ଚାକିରି ଦେଉଥିବା ଦାବି କରାଯାଉଛି ।

ଏହା ପଛରେ ସତ୍ୟତା, ଜାଣନ୍ତୁ...

ଭାଇରାଲ୍ ମେସେଜ ବିଷୟରେ ଜାଣନ୍ତୁ

Digital India scheme ଡିଜିଟାଲ୍ ଇଣ୍ଡିଆ ସ୍କିମ୍ ଅଧୀନରେ ଏହିପରି ଅନେକ ଯୋଜନା ସରକାରଙ୍କ ଦ୍ୱାରା ପରିଚାଳିତ ହେଉଛି, ଯେଉଁଥିରେ ଯୁବକମାନଙ୍କୁ ରୋଜଗାର ଯୋଗାଇବା ଉପରେ ଗୁରୁତ୍ୱ ଦିଆଯାଇଛି । ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଚାକିରି ମେସେଜକୁ PIB ଫ୍ୟାକ୍ଟ-ଚ୍ୟାକ୍ କରିଛି ।

PIB ଟ୍ୱିଟ୍ କରି ଏହା କହିଛି, ଜାଣନ୍ତୁ...

PIB ଫ୍ୟାକ୍ଟ ଚେକ୍ ଏହାର ଅଫିସିଆଲ୍ Twitter ହ୍ୟାଣ୍ଡେଲରେ ଟ୍ୱିଟ୍ କରି ଏହି ବିଷୟରେ ସୂଚନା ଦେଇଛି । PIB ଟ୍ୱିଟରେ ଲେଖିଛି ଯେ ଏହି ମେସେଜରେ ଦାବି କରାଯାଇଛି ମାତ୍ର ୬୭୦ ଟଙ୍କା ପ୍ରଦାନ କଲେ central government digital india scheme କେନ୍ଦ୍ର ସରକାର ଡିଜିଟାଲ୍ ଇଣ୍ଡିଆ ସ୍କିମ୍ ଅଧୀନରେଟାୱାରଗୁଡ଼ିକ ଲଗାଉଛନ୍ତି । ଏହାର ପ୍ରତିବଦଳରେ, ମାସିକ ୨୫,୦୦୦ ଟଙ୍କା ଏବଂ ଏକ ସ୍ଥାୟୀ ଚାକିରି ମଧ୍ୟ ଉପଲବ୍ଧ ହେବ ।

ଏହି ଦାବିକୁ ନକଲି ବୋଲି କହିଛି PIB,ଜାଣନ୍ତୁ...

PIB କହିଛି ଯେ ଏହି ଦାବି ସମ୍ପୂର୍ଣ୍ଣ ନକଲି । ଡିଜିଟାଲ ଇଣ୍ଡିଆ ଯୋଜନା ଅଧୀନରେ କୌଣସି ଟାୱାର ସ୍ଥାପନ କରାଯାଉନାହିଁ । ତେଣୁ ଏହି ପ୍ରକାର ଠକେଇରୁ ସାବଧାନ ରୁହନ୍ତୁ ।

ଏହି ପ୍ରକାର ସନ୍ଦେଶରୁ ସାବଧାନ ରୁହନ୍ତୁ , ଜାଣନ୍ତୁ...

ଫ୍ୟାକ୍ଟ ଚ୍ୟାକ୍ ପରେ, PIB ଏହି ମେସେଜକୁ ସମ୍ପୂର୍ଣ୍ଣ ନକଲି ବୋଲି କହିଛି । ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ମେସେଜ ପ୍ରତି ସମସ୍ତେ ସାବଧାନ ହେବା ଉଚିତ ବୋଲି PIB କହିଛି । PIB ଲୋକଙ୍କୁ ଏପରି ମେସେଜ କାହାକୁ ନ ପଠାଇବାକୁ ମଧ୍ୟ କହିଛି । ଏହିପରି ମେସେଜ ଦ୍ୱାରା ଭ୍ରମିତ ହୋଇ, ଆପଣ ଆପଣଙ୍କ ବ୍ୟକ୍ତିଗତ ସୂଚନା ଏବଂ ଟଙ୍କାକୁ ବିପଦରେ ପଡ଼ିପାରେ ।

କିପରି କରିବେ ଫ୍ୟାକ୍ଟ ଚେକ୍? ଜାଣନ୍ତୁ...

ଯଦି ଏପରି କୌଣସି ମେସେଜ ଆପଣଙ୍କ ନିକଟକୁ ଆସେ, ତେବେ ଆପଣ ଏହାର ସତ୍ୟତା ଜାଣିବା ପାଇଁ ଏକ ଫ୍ୟାକ୍ଟ ଚେକ୍ କରିପାରିବେ । ଆପଣ PIB ମାଧ୍ୟମରେ ଫ୍ୟାକ୍ଟ ଚେକ୍ କରିପାରିବେ । ଏଥିପାଇଁ ଆପଣଙ୍କୁ ଅଫିସିଆଲ୍ ଲିଙ୍କ୍ https://factcheck.pib.gov.in/ ଭିଜିଟ କରିବାକୁ ପଡିବ । ଏହା ବ୍ୟତୀତ, ଆପଣ ଭିଡିଓକୁ ହ୍ୱାଟସ୍ ଆପ୍ ନମ୍ବର +୯୧୮୭୯୯୭୧୧୨୫୯ କିମ୍ବା pibfactcheck@gmail.com କୁ ଇମେଲ୍ ପଠାଇ ପାରିବେ ।

ଯଦି ଆପଣ ମଧ୍ୟ ଦଶମ ପାସ ତ କେନ୍ଦ୍ର ସରକାର ମାଗଣାରେ ଦେଉଛନ୍ତି ଲାପଟପ, ଜାଣନ୍ତୁ ପୂରା ମାମଲା...

PF ଆକାଉଣ୍ଟଧାରୀଙ୍କୁ ଲାଗିବ ବଡ଼ ଝଟକା ; ନୂଆ ନିୟମ ଆଣୁଛନ୍ତି ମୋଦି ସରକାର,ଜାଣନ୍ତୁ...

Like this article?

Hey! I am Sudesna Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments