
Modi govt's agriculture-friendly schemes have become real power of farmers, says Amit Shah
କେନ୍ଦ୍ରରେ ମୋଦି ସରକାଙ୍କ ପୂରଣ ହୋଇଛି 8 ବର୍ଷ । ଏହି ଅବସରରେ ଦେଶର ଚାଷୀଙ୍କୁ କିଷାନ ସମ୍ମାନନିଧି ଯୋଜନା(PM Kisan Samman Nidhi Yojana)ର 11 ତମ କିସ୍ତି ଟଙ୍କା ଜାରି କରିଛନ୍ତି ପ୍ରଧାନମନ୍ତ୍ରୀ । ତେବେ ମୋଦି ସରକାରଙ୍କ ଶାସନର 8 ବର୍ଷ ମଧ୍ୟରେ ଚାଷୀମାନଙ୍କୁ ଆତ୍ମନିର୍ଭରଶୀଳ କରିବା ପାଇଁ ଅଧିକ କାର୍ଯ୍ୟ ହେବା ସହ କୃଷି ଅନୁକୂଳ ଯୋଜନା କୃଷକଙ୍କ ପ୍ରକୃତ ଶକ୍ତି ପାଲଟିଛି ବୋଲି ପ୍ରତିକ୍ରିୟା ଦେଇଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କିସାନ ସମ୍ମାନନିଧି(PM Kisan Samman Nidhi Yojana)ର ଏକାଦଶ କିସ୍ତି ଆଧାରରେ 80 କୋଟି ଚାଷୀଙ୍କୁ 21,000 କୋଟି ଟଙ୍କା ପଠାଇବା ଅବସରରେ ଗୃହମନ୍ତ୍ରୀ ଏହି ମନ୍ତବ୍ୟ ଦେଇଛନ୍ତି ।
PMJJBY: ଆଜିଠୁ ଲାଗୁ ହେଲା ପ୍ରଧାନମନ୍ତ୍ରୀ ବୀମା ଯୋଜନାର ସଂଶୋଧିତ ପ୍ରିମିୟମ ହାର
PM KISAN:10 କୋଟି ଚାଷୀଙ୍କ ଖାତାକୁ ଗଲା 21 ହଜାର କୋଟି
କେନ୍ଦ୍ର ଗୃହମନ୍ତ୍ରୀ ଟ୍ବିଟ କରି ଲେଖିଛନ୍ତି କୃଷକମାନଙ୍କୁ ସଶକ୍ତ କରିବା ଏବଂ ସେମାନଙ୍କୁ ଆତ୍ମନିର୍ଭରଶୀଳ କରିବା ପାଇଁ ମୋଦି ସରକାର ଗତ ଆଠ ବର୍ଷ ମଧ୍ୟରେ ପୂର୍ବ ଅପେକ୍ଷା ଅଧିକ କାର୍ଯ୍ୟ କରିଛନ୍ତି। ମୋଦି ସରକାରଙ୍କ କୃଷି ଅନୁକୂଳ ଯୋଜନା ଆଜି କୃଷକଙ୍କ ପ୍ରକୃତ ଶକ୍ତି ପାଲଟିଥିବା ଶାହ ନିଜ ଟ୍ବିଟରେ ଲେଖିଛନ୍ତି ।
କେନ୍ଦ୍ର ସରକାରଙ୍କ 8 ବର୍ଷ ଶାସନ ପୂର୍ତ୍ତୀ ଅବସରରେ ହିମାଚଳ ପ୍ରଦେଶର ସିମଲାରେ ଗରିବ କଲ୍ୟାଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଏଥିରେ ପ୍ରଧାନମନ୍ତ୍ରୀ ହିତାଧିକାରୀଙ୍କ ସହିତ କଥା ହୋଇଥଇଲେ । ପିଏମ୍ କିଷାନ ସମ୍ମାନ ନିଧି ଯୋଜନା (PM Kisan Samman Nidhi Yojana)ରେ ଚାଷୀଙ୍କ ଖାତାକୁ ଏକାଦଶ କିସ୍ତି ଜାରି କରିଥିଲେ ପ୍ରଧାନମନ୍ତ୍ରୀ । ଦେଶର ପ୍ରାୟ ୧୦ କୋଟି ଚାଷୀଙ୍କ ଖାତାକୁ ଯାଇଛି ୨୧ ହଜାର କୋଟି ଟଙ୍କା ।
Share your comments