1. କୃଷି ଖବର

ଫେରିଗଲା ମୌସୁମୀ, ଶୁଖିଲା ପଡିଲା 188 ଜିଲ୍ଲା

ଜୁନ ପହିଲାରୁ ସେପ୍ଟେମ୍ବର ଶେଷସୁଦ୍ଧା ସ୍ୱାଭାବିକ ଅପେକ୍ଷା ଛଅ ପ୍ରତିଶତ ଅଧିକ ବର୍ଷା ହୋଇଛି। ହେଲେ ଦେଶର 188 ଟି ଜିଲ୍ଲାରେ ସ୍ବଳ୍ପ ବୃଷ୍ଟିପାତ ହୋଇଥିବାବେଳେ ସାତୋଟି ଜିଲ୍ଲାରେ ଅଭାବୀ ବର୍ଷାର ପରିମାଣ ଅତି କମ ରହିଥିବା କହିଛି ପାଣିପାଗ ବିଭାଗ ।

Shuvanshu Kar
Shuvanshu Kar
Monsoon 2022 ends: 188 districts dry even after heavy rains

Monsoon 2022 ends: 188 districts dry even after heavy rains

ଫେରିଯାଇଛି ଚଳିତ ବର୍ଷର ମୌସୁମୀ ଋତୁ(Monsoon 2022) । ଜୁନ ପହିଲାରୁ ସେପ୍ଟେମ୍ବର ଶେଷସୁଦ୍ଧା ସ୍ୱାଭାବିକ ଅପେକ୍ଷା ଛଅ ପ୍ରତିଶତ ଅଧିକ ବର୍ଷା(Heavy Rain) ହୋଇଛି। ହେଲେ ଦେଶର 188 ଟି ଜିଲ୍ଲାରେ ସ୍ବଳ୍ପ ବୃଷ୍ଟିପାତ ହୋଇଥିବାବେଳେ ସାତୋଟି ଜିଲ୍ଲାରେ ଅଭାବୀ ବର୍ଷାର ପରିମାଣ ଅତି କମ ରହିଥିବା କହିଛି ପାଣିପାଗ ବିଭାଗ ।

ଭାରତୀୟ ପାଣିପାଗ ବିଭାଗ ଅନୁଯାୟୀ, ମୌସୁମୀ (ଜୁନ୍ 1 ରୁ ସେପ୍ଟେମ୍ବର 30) ମଧ୍ୟରେ ଦେଶରେ 925 ମିଲିମିଟର (mm) ବର୍ଷା ହୋଇଛି । ସ୍ବାଭାବିକ ବୃଷ୍ଟି ପାତ ହେଉଛି 868.6 ମିଲିମିଟର(mm)।ଏହିପରି ଚଳିତ ମୌସୁମୀ ଋତୁରେ 6.49 ପ୍ରତିଶତ ଅଧିକ ବର୍ଷା ରେକର୍ଡ କରାଯାଇଛି।

ଉତ୍ତର-ପଶ୍ଚିମ ଭାରତରେ ସ୍ବାଭାବିକ (587.6 ମିଲିମିଟର) ଅପେକ୍ଷା ଏକ ପ୍ରତିଶତ ଅଧିକ ବର୍ଷା (594.3 ମିଲିମିଟର) ହୋଇଛି। ହେଲେ ପୂର୍ବ ଏବଂ ଉତ୍ତର ପୂର୍ବ ଭାରତରେ 18 ପ୍ରତିଶତ କମ୍ ବର୍ଷା ହୋଇଛି। ଏଠାରେ ସ୍ବାଭାବିକ ବୃଷ୍ଟିପାତ 13 1,367.3 ମିଲିମିଟର ହୋଇଥାଏ । ହେଲେ ଚଳିତ ବର୍ଷ ଏହି ଅଞ୍ଚଳରେ 1,124.8 ମିଲିମିଟର ବର୍ଷା ହୋଇଛି। ଅନ୍ୟପକ୍ଷରେ ମଧ୍ୟ ଭାରତରେ 19 ପ୍ରତିଶତ ଅଧିକ ବର୍ଷା ହୋଇଛି।

ଯେଉଁ ରାଜ୍ୟଗୁଡିକରେ ଖୁବ୍ କମ୍ ବର୍ଷା ହୋଇଛି, ସେଥିମଧ୍ୟରେ ଝାଡଖଣ୍ଡ, ବିହାର, ଉତ୍ତରପ୍ରଦେଶ, ଆସାମ, ହରିୟାଣା, ଦିଲ୍ଲୀ ଏବଂ ପଞ୍ଜାବ ରହିଛି। ଝାଡଖଣ୍ଡର 24 ଟି ଜିଲ୍ଲା ମଧ୍ୟରୁ 16ଟି, ବିହାରର 38 ମଧ୍ୟରୁ 33ଟି, ଉତ୍ତରପ୍ରଦେଶର 75ଟି ମଧ୍ୟରୁ 49ଟି ଏବଂ ପଞ୍ଜାବର 22ଟି ଜିଲ୍ଲାର 7ଟି ଜିଲ୍ଲାରେ ସ୍ବଳ୍ପ ବୃଷ୍ଟିପାତ ରେକର୍ଡ କରାଯାଇଛି ।

ଏପଟେ ମୌସୁମୀ ଋତୁରେ ବର୍ଷା 6% ଅଧିକ ହେବା ସତ୍ତ୍ବେ ଖରିଫ ଫସଲରେ ହ୍ରାସ ଘଟିଛି । ମୁଖ୍ୟତ ଉତ୍ତରପ୍ରଦେଶ, ବିହାର ଏବଂ ଝାଡଖଣ୍ଡ ସମେତ 6ଟି ରାଜ୍ୟରେ ମରୁଡ଼ି ପରିସ୍ଥିତି କାରଣରୁ ଧାନ ବୁଣାଯାଇଥିବା ଅଞ୍ଚଳରେ ପ୍ରାୟ 5% ହ୍ରାସ ଘଟିଛି । ସେହିପରି ଡାଲି ଏବଂ ତୈଳବୀଜ ବୁଣିବାରେ ହ୍ରାସ ଘଟିଥିବାର ସୂଚନା ମିଳିଛି।

2050 ସୁଦ୍ଧା ଖାଦ୍ୟଶସ୍ୟ ଉତ୍ପାଦନ ପାଇଁ ଆବଶ୍ୟକ ହେବ 600 ମିଲିୟନ ହେକ୍ଟର ଚାଷ ଜମି

ଚଳିତ ବର୍ଷ ଅଧିକ ବର୍ଷିଛି, ଚାଷ ଜମିରେ ତାତି ବଢିଛି

Like this article?

Hey! I am Shuvanshu Kar. Did you liked this article and have suggestions to improve this article? Mail me your suggestions and feedback.

Share your comments