1. କୃଷି ଖବର

Rain Update: ଏ ବର୍ଷ ମୌସୁମୀ ସ୍ୱାଭାବିକ

କାଳବୈଶାଖୀ ବର୍ଷା ପ୍ରଭାବରେ ତାତିରେ ଲାଗିଥିଲା ବ୍ରେକ୍ .....

Tanushree Mahapatra
Tanushree Mahapatra
monsoon will be normal this year, image source - pixeles

monsoon will be normal this year, image source - pixeles

ରାଜ୍ୟର ଗ୍ରୀଷ୍ମ ପ୍ରବାହ ଜାରି ରହିଛି l ଏହା ମଧ୍ୟରେ କିଛି କିଛି ଜିଲ୍ଲାରେ ବର୍ଷା ହେଉଥିବା ମଧ୍ୟ ଦେଖିବାକୁ ମିଳୁଛି l ତେବେ ଘରୋଇ ପାଣିପାଗ ପୂର୍ବାନୁମାନ ସଂସ୍ଥା ସ୍କାଏମେଟ୍ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ ୭୦% ମୌସୁମୀ ଦୀର୍ଘକାଳୀନ ହାରାହାରିର ପ୍ରାୟ ୧୦୨ ପ୍ରତିଶତ ସ୍ୱାଭାବିକ ରହିବ ଚଳିତ ବର୍ଷ ।

ଏଥିରେ ୫ ପ୍ରତିଶତ କମ୍ ବା ଅଧିକ ହୋଇପାରେ । ସେହିପରି ଜୁନ ମାସରୁ ସେପ୍ଟେମ୍ବର ମାସ ଅବଧି ପାଇଁ ଏଲ୍‌ପିଏ ହେଉଛି ୮୬୮.୬ ମିମି । ପାଣିପାଗ ବିଭାଗ ଅନୁଯାୟୀ ଏଲ୍‌ପିଏର ୯୬ ରୁ ୧୦୪% ବୃଷ୍ଟିପାତକୁ ସ୍ୱାଭାବିକ ବୋଲି କୁହାଯାଏ ।

ସେହିପରି ଏପ୍ରିଲ ୧୩ ତାରିଖରୁ ସାରା ରାଜ୍ୟରେ ତାପମାତ୍ରା ବୃଦ୍ଧି ପାଇବ । ୧୩ ତାରିଖ ପରଠାରୁ ତାତି ଆହୁରି ବଢିବ । ଏହାସହିତ ଉତ୍ତର-ପଶ୍ଚିମ ଦିଗରୁ ଶୁଷ୍କ ବାୟୁ ପ୍ରଭାବ ବୃଦ୍ଧି ହେବ l ଦିନର ତାପମାତ୍ରା ମଧ୍ୟ ଅଧିକ ରହିବ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି । ଅନ୍ୟପଟେ ଆଭ୍ୟନ୍ତରୀଣ ଓ ପଶ୍ଚିମ ଓଡ଼ିଶାରେ ୪୦ ଡିଗ୍ରୀ ଛୁଇଁପାରେ ତାପମାତ୍ରା । ଏ ନେଇ ଭୁବନେଶ୍ୱର ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ।

ଲଗାତାର ୩ ଦିନ ଧରି ରାଜ୍ୟରେ କାଳବୈଶାଖୀ ବର୍ଷା ପ୍ରଭାବରେ ତାତିରେ ଲାଗିଥିଲା ବ୍ରେକ୍ । ବିଭିନ୍ନ ଜିଲ୍ଲାରେ ଘଡଘଡି ବିଜୁଳି ସହିତ ବର୍ଷା ଯୋଗୁଁ ତାପମାତ୍ରା ୩ ରୁ ୧୨ ଡିଗ୍ରୀ କମିଥିଲା। ତେବେ ଆଜି ଓ କାଲି କେବଳ ଦକ୍ଷିଣ ଓଡ଼ିଶାରେ ହାଲୁକା ବର୍ଷା ହେବାର ସମ୍ଭାବନା ରହିଥିବା ସୂଚନା ରହିଛି । ଓଡ଼ିଶାରେ ପାଗ ମୁଖ୍ୟତଃ ଶୁଖିଲା ରହିବ ।

ଅଧିକ ପଢ଼ନ୍ତୁ

E-Kisan Upaj Nidhi Yojana: ୭% ସୁଧରେ ଉପଲବ୍ଧ ହେବ ଋଣ

PM Surya Ghar Yojana: 300 ୟୁନିଟ୍ ପର୍ଯ୍ୟନ୍ତ ମିଳିବ ମାଗଣା ବିଦ୍ୟୁତ୍

Like this article?

Hey! I am Tanushree Mahapatra. Did you liked this article and have suggestions to improve this article? Mail me your suggestions and feedback.

Share your comments