1. କୃଷି ଖବର

ବିଚାର ଅପେକ୍ଷାରେ ଓଡିଶାର ୧୭ ଲକ୍ଷ ମାମଲା

ଦେଶରେ ବିଭିନ୍ନ କୋର୍ଟ ରେ ପଡିଛି ୪ କୋଟି ୩୦ ଲକ୍ଷ ମାମଲା । ସେପଟେ ଓଡିଶା ରାଜ୍ୟରେ ଏହି କେସ୍‌ର ସଂଖ୍ୟା ହେଉଛି ୧୭ ଲକ୍ଷ । ଅନ୍ୟପଟେ ଏବେ ସାରା ଦେଶରେ କମୁଛି ଦଣ୍ଡବିଧାନ ହାର । କୋର୍ଟ ଓ ବିଚାରପତିଙ୍କ ସଂଖ୍ୟା ତଥା ଅଭାବ ଏବେ ମୁଖ୍ୟ ସମସ୍ୟା ପାଲଟିଛି ।

Tanushree Mahapatra
Tanushree Mahapatra
More than 17  lakh  case pending in odisha

More than 17 lakh case pending in odisha

ଦେଶରେ ବିଭିନ୍ନ କୋର୍ଟ ( court ) ରେ ପଡିଛି ୪ କୋଟି ୩୦ ଲକ୍ଷ ମାମଲା । ସେପଟେ ଓଡିଶା ରାଜ୍ୟରେ ( odisha ) ଏହି କେସ୍‌ର ସଂଖ୍ୟା ହେଉଛି ୧୭ ଲକ୍ଷ । ଅନ୍ୟପଟେ ଏବେ ସାରା ଦେଶରେ କମୁଛି ଦଣ୍ଡବିଧାନ ହାର । କୋର୍ଟ ଓ ବିଚାରପତିଙ୍କ ସଂଖ୍ୟା ତଥା  ଅଭାବ ଏବେ ମୁଖ୍ୟ ସମସ୍ୟା ପାଲଟିଛି  । ମାମଲା ସଂଖ୍ୟା ହ୍ରାସ ଓ ତ୍ବରିତ ଫଏସଲା ଲାଗି ଉଭୟ ସୁପ୍ରିମକୋର୍ଟରୁ ନିମ୍ନ ଅଦାଲତ ପର୍ଯ୍ୟନ୍ତ ବିଶେଷ ଗୁରୁତ୍ବାରୋପ କରାଯାଉଛି ।

ଏହାସତ୍ତ୍ବେ ବି ସାରା ଦେଶରେ  ୪ କୋଟି ୩୦ ଲକ୍ଷରୁ ଅଧିକ ମାମଲା ବିଚାର ଅପେକ୍ଷାରେ ରହିଛି । ଏପରି କିଛି କେଶ ରହିଛି ଏହାରି ଭିତରେ ଯେଉଁମାନେ ଅନେକ ଦିନରୁ ଦଣ୍ଡିତ ହୋଇ ଥିଲେ ମଧ୍ୟ ଏ ଯାଏଁ ତାଙ୍କ ପାଇଁ କିଏ ବେଲ ପାଇଁ ମଧ୍ୟ ଆବେଦନ କରି ନାହାନ୍ତି l

ସେହିଭଳି ଓଡ଼ିଶାରେ ୧୭ ଲକ୍ଷ ମାମଲା ବିଚାର ଅପେକ୍ଷାରେ ଥିବା ବେଳେ ସେଠି ମଧ୍ୟରେ ୧୩ ଲକ୍ଷ ହେଉଛି ଅପରାଧିକ ମାମଲା । ବିଚାରପତିଙ୍କ ଅଭାବ, କୋର୍ଟରେ କର୍ମଚାରୀଙ୍କ  ଅଭାବ, ପୋଲିସର ତଦନ୍ତ ପ୍ରକ୍ରିୟାରେ ତ୍ରୁଟି ଆଦି ବିଚାର ପ୍ରକ୍ରିୟାକୁ ପ୍ରଭାବିତ କରୁଥିବା କୁହାଯାଇଛି ।

ସୂଚନା ଅନୁଯାୟୀ , ସାରା ଦେଶରେ ଅପରାଧିକ ମାମଲା ଗୁଡିକରେ ଦଣ୍ଡବିଧାନ ହାର ୩୦ ପ୍ରତିଶତରୁ କମ୍‍ ରହୁଛି । ବିଚାର ପ୍ରତୀକ୍ଷାରେ ଥିବା ଅପରାଧିକ ମାମଲା  ଗୁଡିକ ମଧ୍ୟରୁ ୮ ପ୍ରତିଶତ ବି ଫଇସଲା ହୋଇପାରୁ ନାହିଁ ଦେଶରେ ନ୍ୟାୟିକ ବ୍ୟବସ୍ଥାରେ ଅଭାବ ରହୁଥିବାରୁ । ଶିଶୁମାନଙ୍କ ପ୍ରତି ଘଟୁଥିବା ଅପରାଧ କ୍ଷେତ୍ରରେ ମଧ୍ୟ ଅବସ୍ଥା ତଦ୍ରୁପ । ଏଭଳି ସମ୍ବେଦନଶୀଳ ମାମଲାରେ ଦଣ୍ଡବିଧାନ ହାର ୧୦ ପ୍ରତିଶତ ଛୁଇଁ ପାରୁନଥିବାବେଳେ ବର୍ଷରେ ମାମଲା ଫଇସଲା ହାର ୫ ପ୍ରତିଶତରୁ କମ୍‍ ରହୁଛି । ଅନ୍ୟପଟେ ତେବେ ଦୁର୍ନୀତି ନିବାରଣ ମାମଲାରେ ରାଜ୍ୟରେ ଦଣ୍ଡବିଧାନ ହାର ପ୍ରାୟ ୫୦ ପ୍ରତିଶତ ରହୁଛି, ଯାହାକି ଜାତୀୟ ହାରଠାରୁ ଅଧିକ ।

ଏଭଳି କ୍ଷେତ୍ରରେ ପ୍ରଶାସନ କିଭଳି କୋର୍ଟ ସଂଖ୍ୟା ବୃଦ୍ଧି କରିବ, ସେ ନେଇ ଅଧିକ ଧ୍ୟାନ ଦେବାର ଆବଶ୍ୟକତା ଥିବା କହିଛନ୍ତି ବରିଷ୍ଠ ଆଇନଜୀବୀ । ମାମଲା ସଂଖ୍ୟା ହ୍ରାସ ପାଇଁ ୨୦୧୧ ମସିହାରେ ରାଜ୍ୟ ସରକାର ସ୍ବତନ୍ତ୍ର ମାମଲା ନୀତି ପ୍ରଣୟନ କରିଥିଲେ । ତଥାପି ପରିସ୍ଥିତି ଯାହାକୁ ସେୟା । ଯାହା ମୁଣ୍ଡବିନ୍ଧାର କାରଣ ପାଲଟିଛି । ତେବେ ନିକଟରେ ଏହା ଉପରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦୃଷ୍ଟି ଗୋଚର କରିଥିଲେ l ତେବେ ଦେଖିବାକୁ ବାକି ରହିଲା ଏହା କେବେ ପୂରଣ ହେଉଛି l

ମେକ୍‌ ଇନ ଓଡ଼ିଶା କନକ୍ଲେଭରେ ମୁଖ୍ୟମନ୍ତ୍ରୀ ନବୀନ

Like this article?

Hey! I am Tanushree Mahapatra. Did you liked this article and have suggestions to improve this article? Mail me your suggestions and feedback.

Share your comments