1. କୃଷି ଖବର

ପ୍ରଧାନମନ୍ତ୍ରୀ ଜନ ଧନ ଯୋଜନା ଜମାକାରୀଙ୍କ ଆକାଉଣ୍ଟରେ ୧, ୭୩, ୯୫୪ କୋଟି ଟଙ୍କା

ପ୍ରଧାନମନ୍ତ୍ରୀ ଜନ ଧନ ଯୋଜନା ଯୋଜନାରେ ୪୬କୋଟିରୁ ଅଧିକ ବ୍ୟାଙ୍କ ଆକାଉଣ୍ଟ ଖୋଲାଯିବା ସହିତ ଏଥିରେ ୧. ୭୪ଲକ୍ଷ କୋଟି ଟଙ୍କା ଜମା ରହିଛି । ଏହି ଯୋଜନାର ସଂପ୍ରସାରଣ ଦେଶର ଗ୍ରାମ ଓ ଅର୍ଦ୍ଧସହରାଞ୍ଚଳକୁ ବ୍ୟାପିଛି ଏବଂ ସେଠାକାର ୬୭% ଜନତାଙ୍କୁ ଏହା ଲାଭ ମିଳିଛି ।

Shuvanshu Kar
Shuvanshu Kar
More than 46.25 crore beneficiaries banked under PMJDY since inception, amounting to Rs. 1,73,954 crore

More than 46.25 crore beneficiaries banked under PMJDY since inception, amounting to Rs. 1,73,954 crore

ପ୍ରଧାନମନ୍ତ୍ରୀ ଜନ ଧନ ଯୋଜନା(pradhan mantri jan dhan yojna)ର ଅଷ୍ଟମ ବର୍ଷ ପୂର୍ତ୍ତି ଅବସରରେ କେନ୍ଦ୍ର ଅର୍ଥ ଓ କର୍ପୋରଟ ବ୍ୟାପାର ମନ୍ତ୍ରୀ ଶ୍ରୀମତୀ ନିର୍ମଳା ସୀତାରମଣ ଏକ ବାର୍ତ୍ତଦେଇ କହିଛନ୍ତି ଯେ ଆର୍ଥିକ ସମାବେଶୀକରଣ ସମାବେଶୀ ଅଭିବୃଦ୍ଧି ହାସଲ ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ । ଏହା ସମାଜରେ ବଞ୍ଚିତ ବର୍ଗଙ୍କ ସାମଗ୍ରିକ ଅର୍ଥନୀତିକ ବିକାଶକୁ ସୁନିଶ୍ଚିତ କରିଛି । ୨୦୧୪ ଅଗଷ୍ଟ ୨୮ଠାରୁ ପିଏମ୍‌ଜେଡିୱାଇ(PMJDY)ର ସଫଳତା ଏହାର ଉପଲବ୍ଧିରେ ପ୍ରତିଫଳିତ ହୋଇଛି ।

ଏହି ଯୋଜନାରେ ୪୬କୋଟିରୁ ଅଧିକ ବ୍ୟାଙ୍କ ଆକାଉଣ୍ଟ ଖୋଲାଯିବା ସହିତ ଏଥିରେ ୧. ୭୪ଲକ୍ଷ କୋଟି ଟଙ୍କା ଜମା ରହିଛି । ଏହି ଯୋଜନାର ସଂପ୍ରସାରଣ ଦେଶର ଗ୍ରାମ ଓ ଅର୍ଦ୍ଧସହରାଞ୍ଚଳକୁ ବ୍ୟାପିଛି ଏବଂ ସେଠାକାର ୬୭% ଜନତାଙ୍କୁ ଏହା ଲାଭ ମିଳିଛି । ଏହାଛଡା ଜନଧନ ଯୋଜନାର ଖାତାଧାରୀଙ୍କ ମଧ୍ୟରେ ୫୬% ମହିଳା ଅଛନ୍ତି । ଏହା ବ୍ୟତୀତ ୨୦୧୮ ପରେ ପିଏମ୍‌ଜେଡିୱାଇରେ କେତେକ ପରିବର୍ତ୍ତନ କରାଯାଇ ଦେଶର ନୂଆ ଆର୍ଥିକ ସମାବେଶୀକରଣ ପ୍ରକ୍ରିୟାକୁ ଏହାର ଅନୁରୂପ କରାଯାଇଛି । ଆଗରୁ ଏହି ଯୋଜନାର ପ୍ରତ୍ୟେକ ପରିବାର ପାଇଁ ଜନଧନ ଯୋଜନାର ଆକାଉଣ୍ଟ ବ୍ୟବସ୍ଥା ଥିଲା । ଏବେ ତାହାକୁ ସବୁ ପରିବାରର ପ୍ରାପ୍ତ ବୟସ୍କଙ୍କ ପାଇଁ କରାଯାଇଛି । ଏହା ଫଳରେ ଡିବିଟି ବ୍ୟବସ୍ଥାର ଲାଭ ପ୍ରତ୍ୟେକ ଯୋଗ୍ୟ ହିତାଧିକାରୀ ପାଇପାରୁଛନ୍ତି ଏବଂ ଯୋଜନାର ପରିସର ବ୍ୟାପକ ହୋଇଛି । ଆହୁରି ମଧ୍ୟ ରୂପେ କାର୍ଡର ପ୍ରଚଳନ କରାଯାଇ ଡିଜିଟାଲ ପେମେଣ୍ଟ ବ୍ୟବସ୍ଥାକୁ ପ୍ରୋତ୍ସାହିତ କରାଯାଉଛି ।

ପିଏମ୍‌ଜେଡିୟୁର ପ୍ରମୁଖ ବିଷୟଗୁଡିକ ହେଲା, ବ୍ୟାଙ୍କ ନ ଥିବା ଅଞ୍ଚଳରେ ହିତାଧିକାରୀଙ୍କୁ ଅନୁଷ୍ଠାନିକ ବ୍ୟାଙ୍କ ସେବା ଯୋଗାଇବା, ଅସୁରକ୍ଷିତଙ୍କୁ ସୁରକ୍ଷିତ କରିବା ଏବଂ ଅର୍ଥହୀନଙ୍କୁ ଅର୍ଥ ଯୋଗାଇବା । ଏହା ଦ୍ୱାରା ଏକ ବହୁପାକ୍ଷିକ ସହଯୋଗ ବ୍ୟବସ୍ଥା ଗଢି ଉଠିଛି । ନୂଆ ଟେକ୍‌ନୋଲୋଜିର ପ୍ରୟୋଗ ଦ୍ୱାରା ସେବାରୁ ବଞ୍ଚିତ ଓ ସ୍ୱଳ୍ପ ସେବା ଯାଉଥିବା ବର୍ଗର ଲୋକଙ୍କୁ ଆର୍ଥିକ ସମାବେଶୀ ପ୍ରକ୍ରିୟାରେ ସାମିଲ କରିବା କାର୍ଯ୍ୟ ସହଜ ତଥା ସୁନିଶ୍ଚିତ ହୋଇଛି ବୋଲି ଅର୍ଥମନ୍ତ୍ରୀ କହିଛନ୍ତି ।

ଅର୍ଥମନ୍ତ୍ରୀ ତାଙ୍କ ବାର୍ତ୍ତାରେ ଆହୁରି କହିଛନ୍ତି ଯେ ଆକାଉଣ୍ଟଧାରୀଙ୍କ ଅନୁମତି ସମ୍ମତିକ୍ରମେ ସେମାନଙ୍କ ଆକାଉଂଟକୁ ସେମାନଙ୍କ ମୋବାଇଲ ନମ୍ବର ଓ ଆଧାର ସହ ସମ୍ପୃକ୍ତ ବ୍ୟବସ୍ଥା କରାଯାଇଛି ଯାହା ଜାମ୍ ଟ୍ରିନିଟି(ଜନଧନ ଆକାଉଣ୍ଟ, ଆଧାର ଓ ମୋବାଇଲ-ତ୍ରୟର ସଂଯୋଗୀକରଣ) ନାମରେ ପରିଚିତ । ଏହା ଦେଶର ଆର୍ଥିକ ସମାବେଶୀକରଣ ପ୍ରକ୍ରିୟାର ମୁଖ୍ୟ ତଥା ଗୁରୁତ୍ୱପୂର୍ଣ୍ଣ ସ୍ତମ୍ଭ ପାଲଟିଛି । ଏହା ମାଧ୍ୟମରେ ବିଭିନ୍ନ ସରକାରୀ ଯୋଜନାର ପ୍ରତ୍ୟକ୍ଷ ଲାଭ ଅର୍ଥ ଆକାରରେ ସିଧାସଳଖ ହିତାଧିକାରୀଙ୍କ ବ୍ୟାଙ୍କ ଖାତାରେ ଅବିଳମ୍ବେ ପହଞ୍ଚିପାରୁଛି ।

ଏହି ପ୍ରତ୍ୟକ୍ଷ ଲାଭ ଯୋଗଣ ବ୍ୟବସ୍ଥା ବା ଡିବିଟି କରୋନା ମହାମାରୀ ସମୟରେ ବେଶ୍ ଉପଯୋଗୀ ପ୍ରମାଣିତ ହୋଇଥିଲା । ଏହି ସମୟରେ ପିଏମ୍ କିଷାନ, ପିଏମ୍‌ଜିକେପି ଏବଂ ପିଏମ୍‌ଜେଡିୱାଇର ମହିଳା ହିତାଧିକାରୀଙ୍କୁ ସରକାର ଡିବିଟି ବ୍ୟବସ୍ଥାରେ ଅର୍ଥ ଠିକ୍ ସମୟରେ ଯୋଗାଇବାରେ ସଫଳ ହୋଇଥିଲେ ।

କୃଷି ଜାଗରଣ ଚୌପାଲରେ India GI Fair ଅଂଶଗ୍ରହଣକାରୀ

ମିଲେଟକୁ ପ୍ରୋତ୍ସାହନ ପାଇଁ ମୋଦିଙ୍କ ବଡ ଅପିଲ, ଜନଆନ୍ଦୋଳନର ଦେଲେ ଆହ୍ବାନ

Like this article?

Hey! I am Shuvanshu Kar. Did you liked this article and have suggestions to improve this article? Mail me your suggestions and feedback.

Share your comments