
Morocco to launch $213m agricultural project in Western Sahara
ବିବାଦୀୟ ପଶ୍ଚିମ ସାହାରା ଅଞ୍ଚଳରେ 213 ମିଲିୟମ ଡଲାର ମୂଲ୍ୟର ଏକ କୃଷି ପ୍ରକଳ୍ପ ନିର୍ମାଣ କରିବାକୁଯାଉଛି ମୋରୋକୋ(Morocco) । ନିବେଶକଙ୍କୁ ଆକର୍ଷିତ କରିବାକୁ ମରୋକୋ(Morocco) ଏଭଳି ଯୋଜନା କରିଛି । ଏଠାରେ ଚାଷ ଜମିକୁ ପବନ ଚାଳିତ କଳ ମାଧ୍ୟମରେ ଜଳସେଚିତ(irrigation) କରାଯାଏ ।
ଶୁକ୍ରବାର ମୋରୋକୋ କୃଷି ମନ୍ତ୍ରଣାଳୟ ପକ୍ଷରୁ ଜାରି ଏକ ବିଜ୍ଞପ୍ତି ଅନୁଯୟୀ, ଟେଣ୍ଡର ଜରିଆରେ ଦାଖଲା ସହର ନିକଟ 52 ବର୍ଗ କିଲୋମିଟର ପଡିଆ ପଡିଥିବା ଜମିକୁ ଫଳ, ପନିପରିବା ଏବଂ ଖାଦ୍ୟଶସ୍ୟ ଚାଷରେ ପରିଣତ କରିବା ଏହି ପ୍ରକଳ୍ପର ଲକ୍ଷ୍ୟ।
ପଶ୍ଚିମ ସାହାରା ଅଞ୍ଚଳରେ ଭିତ୍ତିଭୂମି ବିକାଶ ପାଇଁ ମୋରୋକୋ ଦ୍ବାରା 2015ରେ ଆରମ୍ଭ ହୋଇଥିବା 7 ବିଲିୟନ ଡଲାରର ବିକାଶ ଯୋଜନାର ଅଂଶ ଭାବରେ ରାଜ୍ୟ ଏହି ପ୍ରକଳ୍ପର 77 ପ୍ରତିଶତ ଅର୍ଥ ପ୍ରଦାନ କରିବ । ଏଥିରେ ଦାଖଲାରେ 1 ବିଲିୟନ ଡଲାରରେ ଏକ ବନ୍ଦର ପ୍ରତିଷ୍ଠା ହେବ ।
ମୋରୋକୋ ପଶ୍ଚିମ ସାହାରାକୁ ନିଜ ଅଞ୍ଚଳର ଏକ ଅଂଶ ଭାବରେ ବିବେଚନା କରୁଥିବାବେଳେ ଆଲଜେରିଆ ଦ୍ୱାରା ସମର୍ଥିତ ପଲିସାରିଓ ଫ୍ରଣ୍ଟ ଏହି ଅଞ୍ଚଳ ପାଇଁ ସ୍ବାଧୀନତା ହାସଲ କରିବାକୁ ଚେଷ୍ଟା କରୁଛି।
ଗତ ବର୍ଷ ମୋରୋକୋର କୃଷି ଉତ୍ପାଦନକୁ କ୍ଷତି ପହଞ୍ଚାଉଥିବା ଜଳ ଅଭାବକୁ ଦୂର କରିବାକୁ ଲକ୍ଷ୍ୟ ରଖିଥିବା ଏକ ବ୍ୟାପକ ପ୍ରକଳ୍ପର ଅଂଶ ଭାବରେ ପବନ ଚାଳିତ ଜଳୀୟ ପ୍ଲାଣ୍ଟ ପ୍ରତିଷ୍ଠାକୁ ଅନୁମୋଦନ କରାଯାଇଥିଲା ।
ଜଳ ଅଭାବୀ ମୋରୋକୋରେ ଜଳସେଚନ ଏକ ମୌଳିକ ଅର୍ଥନୌତିକ ଏବଂ ସାମାଜିକ ଭୂମିକା ଗ୍ରହଣ କରିଥାଏ । ଏହା କୃଷି ଉତ୍ପାଦନ ଏବଂ ଗ୍ରାମାଞ୍ଚଳର ଲୋକଙ୍କ ପାଇଁ ସହାୟକ ହୋଇଥାଏ । ରାଜ୍ୟରେ କେବଳ 16% ଚାଷ ଜମିରେ ଜଳସେଚନ କରାଯାଉଥିବାବେଳେ ଏହା କୃଷି ମୋଟ ଘରୋଇ ଉତ୍ପାଦ (ଜିଡିପି) ର ଅଧା ଏବଂ କୃଷି ରପ୍ତାନୀର 75% ଉତ୍ପାଦନ କରିଥାଏ ।
ପ୍ରଧାନମନ୍ତ୍ରୀ କୃଷି ସିଞ୍ଚାଇ ଯୋଜନାରେ ସାମିଲ ଓଡିଶାର 8 ପ୍ରକଳ୍ପ
ପ୍ରଧାନମନ୍ତ୍ରୀ କୃଷି ସିଞ୍ଚାଇ ଯୋଜନା: ରାଜ୍ୟର 8 ପ୍ରକଳ୍ପକୁ ୧୨୦୮ କୋଟି ଦେଇଛି କେନ୍ଦ୍ର
Share your comments