1. କୃଷି ଖବର

MSME ଉଦ୍ୟମ ପୋର୍ଟାଲର ବଡ ସଫଳତା, 1 କୋଟି ପଞ୍ଜୀକରଣ

ଏମଏସଏମଇ ମନ୍ତ୍ରଣାଳୟର ଉଦ୍ୟମ ପୋର୍ଟାଲରେ ହୋଇସାରିଛି 1 କୋଟି ପଞ୍ଜୀକରଣ । ଉଦ୍ୟମ ପଞ୍ଜୀକରଣ ପୋର୍ଟାଲକୁ 1 ଜୁଲାଇ 2020ରେ ଆରମ୍ଭ କରାଯାଇଥିଲା ।

Shuvanshu Kar
Shuvanshu Kar
MSME Udyam Portal achieves landmark One crore registrations

MSME Udyam Portal achieves landmark One crore registrations

କ୍ଷୂଦ୍ର, ଲଘୁ ଓ ମଧ୍ୟ ଉଦ୍ୟମ(MSME) ସଫଳତାର ଏକ ବଡ ମାଇଲଖୁଣ୍ଟ ଅତିକ୍ରମ କରିଛି । ଏମଏସଏମଇ ମନ୍ତ୍ରଣାଳୟର ଉଦ୍ୟମ ପୋର୍ଟାଲରେ ହୋଇସାରିଛି 1 କୋଟି ପଞ୍ଜୀକରଣ । ଉଦ୍ୟମ ପଞ୍ଜୀକରଣ ପୋର୍ଟାଲ(Udyam Portal)କୁ 1 ଜୁଲାଇ 2020ରେ ଆରମ୍ଭ କରାଯାଇଥିଲା ।

ସଂଶୋଧିତ ସଂଜ୍ଞା ନିର୍ମାଣ ଓ ସେବା ଉଦ୍ୟୋଗ ମଧ୍ୟରେ ଥିବା ପାର୍ଥକ୍ୟକୁ ଦୂର କରିଛି। ଉଦ୍ୟମ ପୋର୍ଟାଲ୍ ସିବିଡିଟି ଏବଂ ଜିଏସଟିଏନ୍ ଡାଟାବେସ୍ ସହିତ ସଂପୃକ୍ତ ଅଟେ। ଏହା ସମ୍ପୂର୍ଣ୍ଣ ଭାବରେ ଅନଲାଇନ ଅଟେ, ଏଥିପାଇଁ କୌଣସି କାଗଜପତ୍ର ପ୍ରକ୍ରିୟାର ଆବଶ୍ୟକତା ନାହିଁ ଏବଂ ଏହା ଏମଏସଏମଇ ପାଇଁ ବ୍ୟବସାୟକୁ ସୁଗମ କରିବା ଦିଗରେ ଏକ ପଦକ୍ଷେପ ଅଟେ।

ଏହି ଅବସରରେ ସୂଚନା ପ୍ରଦାନ କରି, ଏମଏସଏମଇ ମନ୍ତ୍ରଣାଳୟର କେନ୍ଦ୍ର ମନ୍ତ୍ରୀ ନାରାୟଣ ରାଣେ ଓ ରାଷ୍ଟ୍ର ମନ୍ତ୍ରୀ ଭାନୁ ପ୍ରତାପ ସିଂହ ବର୍ମା ଉଦ୍ୟମ ପଞ୍ଜୀକରଣର ଆବଶ୍ୟକତାକୁ ଦର୍ଶାଇଛନ୍ତି । ଏହା ସହାୟତାରେ ଏମଏସଏମଇ ମନ୍ତ୍ରଣାଳୟ ଏବଂ ବ୍ୟାଙ୍କମାନଙ୍କର ସ୍କିମ୍ ଅଧୀନରେ ଏମଏସଏମଇ ଗୁଡ଼ିକ ସୁବିଧା ଲାଭ କରିପାରିବେ। ରାଣେ ମଧ୍ୟ ଜିଡିପିର ଅଭିବୃଦ୍ଧି, ରପ୍ତାନୀ ଓ ନିଯୁକ୍ତି ସୃଷ୍ଟି କ୍ଷେତ୍ରରେ ଏମଏସଏମଇର ଅବଦାନକୁ ଗୁରୁତ୍ବ ପ୍ରଦାନ କରିଥିଲେ।

25 ମାସର ଅବଧି ମଧ୍ୟରେ, ସ୍ବେଚ୍ଛାକୃତ ଭାବରେ ଉଦ୍ୟମ ପୋର୍ଟାଲରେ 1 କୋଟି ଏମଏସଏମଇ ପଞ୍ଜୀକରଣ କରି ସାରିଛନ୍ତି ଓ ଏହା ଘୋଷଣା କରିଛନ୍ତି ଯେ ସେମାନେ 7.6 କୋଟି ଲୋକମାନଙ୍କୁ ନିଯୁକ୍ତି ପ୍ରଦାନ କରିଛନ୍ତି ଯେଉଁଥିରେ 1.7 କୋଟି ମହିଳା ରହିଛନ୍ତି।

budget 2022 : ବଜେଟର ରାସାୟନ ମୁକ୍ତ କୃଷିକୁ ପ୍ରୋତ୍ସାହିତ ; MSP ରେକର୍ଡ଼ କ୍ରୟ କରାଯିବ

ଦେଶରେ ୭୫ ହଜାରରୁ ଅଧିକ ଷ୍ଟାର୍ଟଅପ୍‌କୁ ମିଳିଛି ମାନ୍ୟତା

Like this article?

Hey! I am Shuvanshu Kar. Did you liked this article and have suggestions to improve this article? Mail me your suggestions and feedback.

Share your comments