
mukesh ambani vs gautam adani at 5g auction
କୋଟିପତି ଶିଳ୍ପପତି ମୁକେଶ ଅମ୍ବାନୀ(mukesh ambani) ଏବଂ ଗୌତମ ଅଦାନୀ(mukesh ambani) ସେମାନଙ୍କ ବ୍ୟବସାୟ ସାମ୍ରାଜ୍ୟର ବିସ୍ତାର ସତ୍ତ୍ବେ ବର୍ଷ ବର୍ଷ ଧରି ପ୍ରତ୍ୟକ୍ଷ ପ୍ରତିଯୋଗିତାକୁ ଏଡାଇ ଆସିଛନ୍ତି । ବର୍ତ୍ତମାନ ପ୍ରଥମ ଥର ପାଇଁ ଚଳିତ ମାସ ଶେଷରେ 5G ଟେଲିକମ୍(5G) ସେବା ପାଇଁ ସ୍ପେକ୍ଟ୍ରମ୍ ନିଲାମ(spectrum auctio) ସମୟରେ ସାମ୍ନାସାମ୍ନି ହେବେ ଉଭୟ ପ୍ରତିଦ୍ବନ୍ଦୀ । ରାଜନୈତିକ ଦୃଷ୍ଟିରୁ ଜଡିତ ଦୁଇ ଭାରତୀୟ ବ୍ୟବସାୟୀଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ସତ୍ତ୍ବେ ସେମାନଙ୍କ ମଧ୍ୟରେ ଖୋଲାଖୋଲି ମୁକାବଲା ଦେଖିବାକୁ ମିଳିନି ।
ଶନିବାର ଅଦାନୀ ଗ୍ରୁପ୍ ସ୍ପଷ୍ଟ କରିଛି ଯେ ଟେଲିକମ୍ ସ୍ପେକ୍ଟ୍ରମ୍ ପାଇବା ଦୌଡ଼ରେ ଅଛି, କିନ୍ତୁ ବିମାନବନ୍ଦର ଠାରୁ ଆରମ୍ଭ କରି ଏହାର ବ୍ୟବସାୟକୁ ସମର୍ଥନ କରିବା ପାଇଁ ଟେଲିକମ୍ ସ୍ପେକ୍ଟ୍ରମକୁ ଏକ ଘରୋଇ ନେଟୱାର୍କ ଭାବରେ ବ୍ୟବହାର କରିବ ବୋଲି କହିଛି ଆଦାନୀ ଗ୍ରୁପ୍ ।
ସଂଯୋଗ ବସତଃ ଟେଲିକମ କମ୍ପାନୀ ଘରୋଇ କ୍ୟାପ୍ଚିଭ ନେଟଓ୍ବାର୍କ ସ୍ଥାପିତ କରିବା ପାଇଁ ଅଣ ଦୂରସଞ୍ଚାର ସଂସ୍ଥାଗୁଡିକୁ ସ୍ପେକ୍ଟ୍ରମର କୌଣସି ବି ପ୍ରତ୍ୟେକ୍ଷ ଆବଣ୍ଟନର କଡା ବିରୋଧ କରିଥିଲା । ସେମାନଙ୍କ କହିବାନୁଯାୟୀ ଏହା ଦ୍ବାରା କମ୍ପାନୀର ବ୍ୟବସାୟ ପ୍ରଭାବିତ ହେବାର ଆଶଙ୍କା ରହିଛି । ଅଣ ଟେଲିକମ କମ୍ପାନୀ ଲିଜରେ ସ୍ପେକ୍ଟ୍ରମ କିଣନ୍ତୁ ବୋଲି ଟେଲିକମ କମ୍ପାନୀ ଚାହୁଁଥିଲେ । ହେଲେ ସରକାର ଘରୋଇ ନେଟଓ୍ବାର୍କ ପକ୍ଷରେ ନିଷ୍ପତ୍ତି ନେଲେ ।
ଜୁଲାଇ 26ରେ 5G ସ୍ପେକ୍ଟ୍ରମ ନିଲାମି
ଏହି ସ୍ପେକ୍ଟ୍ରମର ନିଲାମରେ ଭାଗ ନେବାକୁ ଆବେଦନଗୁଡିକ ଅତି ଉଚ୍ଚ-ଗତିର ଇଣ୍ଟରନେଟ୍ ସଂଯୋଗ ଯେପରିକି 5G ଟେଲିକମ୍ ସେବା ଶୁକ୍ରବାର ଅତି କମରେ ଚାରିଜଣ ଆବେଦନକାରୀଙ୍କ ସହିତ ବନ୍ଦ ହୋଇଯାଇଥିଲା । ଏହି ନିଲାମ ଜୁଲାଇ 26 ରେ ଅନୁଷ୍ଠିତ ହେବ ।
କେଉଁ କମ୍ପାନୀଗୁଡିକ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ଚାଲିଛି ଜାଣନ୍ତୁ...
ଟେଲିକମ୍ କ୍ଷେତ୍ରର ତିନୋଟି ଘରୋଇ କମ୍ପାନୀ - ଜିଓ, ଏୟାରଟେଲ୍ ଏବଂ ଭୋଡାଫୋନ୍ ଆଇଡିଆ ନିଲାମ ପାଇଁ ଆବେଦନ କରିଛନ୍ତି। ଚତୁର୍ଥ ଆବେଦନକାରୀ ହେଉଛି ଆଦାନୀ ଗ୍ରୁଫ । ଏହି ଗ୍ରୁଫ ନିକଟରେ NLD ଓ ILD ପାଇଁ ଲାଇସେନ୍ସ ହାସଲ କରିଛି । ଟେଲିକମ୍ ସ୍ପେକ୍ଟ୍ରମର ନିଲାମ 26 ଜୁଲାଇ 2022 ରୁ ଆରମ୍ଭ ହେଉଛି ଏବଂ ଏହି ସମୟ ମଧ୍ୟରେ 4.3 ଲକ୍ଷ କୋଟି ଟଙ୍କା ମୂଲ୍ୟର ମୋଟ 72,097.85 ମେଗାହର୍ଜ ସ୍ପେକ୍ଟ୍ରମ ନିଲମା ପ୍ରକ୍ରିୟାରେ ରଖାଯିବ ।
ଅମ୍ବାନୀ ଓ ଅଦାନୀ ଗ୍ରୁଫ
ଉଭୟ ଅମ୍ବାନୀ ଓ ଅଦାନୀ ଗୁଜୁରାଟ ନିବାସୀ ଏବଂ ଏମାନେ ବଡ଼ ବ୍ୟବସାୟୀକ ଗ୍ରୁଫ ଗଠନ କରିଛନ୍ତି । ତେବେ, ଏପର୍ଯ୍ୟନ୍ତ ଦୁହିଁଙ୍କର କୌଣସି ବ୍ୟବସାୟରେ ସିଧାସଳଖ ସାମ୍ନାସାମ୍ନି ହୋଇନଥିଲା।
ଅମ୍ବାନୀଙ୍କ ବ୍ୟବସାୟ ତୈଳ ଏବଂ ପେଟ୍ରୋକେମିକାଲ୍ସରୁ ଟେଲିକମ୍ ଏବଂ ରିଟେଲ ପର୍ଯ୍ୟନ୍ତ ବୃଦ୍ଧି ପାଇଥିବାବେଳେ ଅଦାନୀ ଗ୍ରୁଫ ବନ୍ଦରରୁ କୋଇଲା, ବିଦ୍ୟୁତ୍ ବଣ୍ଟନ ଏବଂ ବିମାନ ଚଳାଚଳ ପର୍ଯ୍ୟନ୍ତ ବିସ୍ତାର କରିଛି। ତେବେ କେହି କେହି କୁହନ୍ତି ଯେ ଦୁହିଁଙ୍କ ସ୍ୱାର୍ଥ ବହୁତ ବ୍ୟାପକ ହୋଇଚାଲିଛି ଏବଂ ବର୍ତ୍ତମାନ ସେମାନଙ୍କ ମଧ୍ୟରେ ମୁକାବିଲା ପାଇଁ ମଞ୍ଚ ପ୍ରସ୍ତୁତ ହୋଇସାରିଛି । ଅନ୍ୟ ଏକ ସୂତ୍ରରୁ ଜଣାପଡିଛି ଯେ ସ୍ପେକ୍ଟ୍ରମ୍ ନିଲାମରେ ସେମାନେ ପରସ୍ପର ସାମ୍ନାସାମ୍ନି ହେବେ, ତଥାପି କୌଣସି ପ୍ରତ୍ୟକ୍ଷ ପ୍ରତିଯୋଗିତା ହେବ ନାହିଁ।
ଅଦାନୀ-ଅମ୍ବାନୀ ମଧ୍ୟରେ କୌଣସି ପ୍ରତ୍ୟକ୍ଷ ପ୍ରତିଯୋଗିତା ନାହିଁ ।
ପେଟ୍ରୋକେମିକାଲ୍ସ ବ୍ୟବସାୟରେ ପ୍ରବେଶ କରିବା ପାଇଁ ଅଦାନୀ ଗତ ମାସରେ ଏକ ସହାୟକ କମ୍ପାନୀ ଗଠନ କରିଥିଲେ । ଅନ୍ୟପକ୍ଷରେ ଅମ୍ବାନୀ ଶକ୍ତି ବ୍ୟବସାୟରେ ମଧ୍ୟ ଅନେକ କୋଟି ଟଙ୍କାର ଯୋଜନା ଘୋଷଣା କରିଛନ୍ତି।
Share your comments