1. କୃଷି ଖବର

ନାବାର୍ଡ ପକ୍ଷରୁ ଷ୍ଟେଟ୍ ଫୋକସ ପେପର ୨୦୨୨-୨୦୨୩ ଉନ୍ମୋଚିତ : ରାଜ୍ୟକୁ ଲୋଡ଼ା ୧,୩୪,୬୬୫ କୋଟିର ଋଣ

ଜାତୀୟ କୃଷି ଓ ଗ୍ରାମୀଣ ବିକାଶ ବ୍ୟାଙ୍କ ନାବାର୍ଡ National Bank for Agriculture and Rural Developments (NABARD) ପକ୍ଷରୁ ଓଡ଼ିଶା (odisha)ର ଅଗ୍ରାଧିକାର କ୍ଷେତ୍ରର ଋଣ କ୍ଷମତା ଆକଳନ କରାଯାଇଛି । ୨୦୨୨-୨୦୨୩ ଆର୍ଥିକ ବର୍ଷରେ ଏହି କ୍ଷମତା ୧,୩୪,୬୬୫ (Rs 1,34,665 crore)କୋଟି ଟଙ୍କା ଧାର୍ଯ୍ୟ କରାଯାଇଛି ।

Sudesna Nayak
Sudesna Nayak
NABARD estimates odishas credit potential

NABARD estimates odishas credit potential

ଜାତୀୟ କୃଷି ଓ ଗ୍ରାମୀଣ ବିକାଶ ବ୍ୟାଙ୍କ ନାବାର୍ଡ National Bank for Agriculture and Rural Developments (NABARD) ପକ୍ଷରୁ ଓଡ଼ିଶା (odisha)ର ଅଗ୍ରାଧିକାର କ୍ଷେତ୍ରର ଋଣ କ୍ଷମତା ଆକଳନ କରାଯାଇଛି ।

୨୦୨୨-୨୦୨୩ ଆର୍ଥିକ ବର୍ଷରେ ଏହି କ୍ଷମତା ୧,୩୪,୬୬୫ (Rs 1,34,665 crore)କୋଟି ଟଙ୍କା ଧାର୍ଯ୍ୟ କରାଯାଇଛି ।

୨୦୨୧-୨୦୨୨ (year 2021-2022) ଆର୍ଥିକ ବର୍ଷ ତୁଳନାରେ ଏହା ୨୧.୬୧% ଅଧିକ । କୃ‌ଷି କ୍ଷେତ୍ରର ଋଣ କ୍ଷମତା ୫୨,୦୫୦.୭୮ କୋଟି ଟଙ୍କା ଆକଳନ କରାଯାଇଛି, ଯାହା ରାଜ୍ୟର ମୋଟ ଋଣ କ୍ଷମତାର ପ୍ରାୟ ୩୯% ସହ ସମାନ। ଏମ୍‌ଏସ୍‌ଏମ୍‌ଇ କ୍ଷେତ୍ରର କ୍ଷମତା ୬୦ ହଜାର କୋଟି ଟଙ୍କା ଆକଳନ କରାଯାଇଛି । ଗତବର୍ଷ ତୁଳନାରେ ସେଥିରେ ୪୩% ବୃଦ୍ଧି କରାଯାଇଛି ବୋଲି ନାବାର୍ଡ (NABARD) ପକ୍ଷରୁ ଜାରି କରାଯାଇଥିବା ଷ୍ଟେଟ୍‌ ଫୋକସ୍ ପେପର (state focus paper)ରୁ ଜଣାପଡ଼ିଛି ।

ବୁଧବାର ଦିନ ନାବାର୍ଡ (NABARD)ପକ୍ଷରୁ ଆୟୋଜିତ ରାଜ୍ୟ ଋଣ ସେମିନାର ୨୦୨୨-୨୦୨୩କୁ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଉଦ୍‌ଘାଟନ କରି ଷ୍ଟେଟ୍ ଫୋକସ୍ ପେପର୍‌ (state focus paper)କୁ ଉନ୍ମୋଚନ କରିଛନ୍ତି । ଏହି ଅବସରରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ କହିଛନ୍ତି ଯେ, ବଳରାମ, କାଳିଆ, ମିଲେଟ୍‌ ମିସନ ଭଳି ବହୁ ପ୍ରକାର ଯୋଜନା କାର୍ଯ୍ୟକାରୀ କରି ସରକାର ରାଜ୍ୟର ବିକାଶ ପାଇଁ ସହାୟତା ପ୍ରଦାନ କରୁଛନ୍ତି । ଘରୋଇ କ୍ଷେତ୍ରକୁ ବ୍ୟାଙ୍କ ଅଧିକ ପୁଞ୍ଜି ଦେବା ଲାଗି ଏହା ଉପଯୁକ୍ତ ସମୟ ବୋଲି କହିଛନ୍ତି ।

ଏଥିସହିତ ପଶୁପାଳନ, କୁକୁଡ଼ା ଚାଷ ଓ ମତ୍ସ୍ୟ ଚାଷ ଆଦି କାର୍ଯ୍ୟ ପାଇଁ ଚାଷୀମାନଙ୍କୁ (Framers)ଋଣ ଯୋଗାଇ ଦେବାକୁ ସେ ବ୍ୟାଙ୍କଗୁଡ଼ିକୁ ଆହ୍ବାନ ଦେଇଛନ୍ତି । ଏହା ସେମାନଙ୍କ ଆୟରେ ବିବିଧତା ଆଣିପାରିବ ବୋଲି ମଧ୍ଯ କହିଛନ୍ତି ।

୨୦୨୨-୨୦୨୩ ଆର୍ଥିକ ବର୍ଷ ପାଇଁ ଅଗ୍ରାଧିକାର କ୍ଷେତ୍ରର ଯେଉଁ ଋଣ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି ତାହାକୁ ହାସଲ କରିବା ଲାଗି ଉଦ୍ୟମ କରିବାକୁ ନାବାର୍ଡ (NABARD)ର ସିଜିଏମ୍‌ ସି ଉଦୟଭାସ୍କର ବ୍ୟାଙ୍କଗୁଡ଼ିକୁ ଆହ୍ବାନ ଦେଇଛନ୍ତି ।

ଏହି ଅବସରରେ ରାଜ୍ୟସ୍ତରୀୟ ବ୍ୟାଙ୍କର୍ସ କମିଟିର ସଂଯୋଜକ ଅରୁପାନନ୍ଦ ଜେନା କହିଛନ୍ତି ଯେ, ବ୍ୟାଙ୍କଗୁଡ଼ିକୁ ମାର୍ଚ୍ଚ ସୁଦ୍ଧା ୨୦୨୧- ୨୦୨୨ ଲାଗି ଧାର୍ଯ୍ୟ କରାଯାଇଥିବା ୧.୧୦ ଲକ୍ଷ କୋଟି ଟଙ୍କାର ଲକ୍ଷ୍ୟ ହାସଲ କରିବାକୁ ପଡ଼ିବ । ୨୦୨୧ ସେପ୍ଟେମ୍ବର ସୁଦ୍ଧା ଏକ୍ଷେତ୍ରରେ ବ୍ୟାଙ୍କଗୁଡ଼ିକର ପ୍ରଦର୍ଶନ ଉତ୍ସାହଜନକ ନଥିବାରୁ ସେ ଚିନ୍ତା ପ୍ରକଟ ମଧ୍ଯ କରିଛନ୍ତି ।

ପ୍ରକାଶ ଥାଉ ଯେ, ରିଜର୍ଭ ବ୍ୟାଙ୍କ (Reserve Bank)ର ଆଞ୍ଚଳିକ ନିର୍ଦେଶକ ଏଚ୍‌ ଏନ୍ ପଣ୍ଡ‌ା କହିଛନ୍ତି ଯେ ରାଜ୍ୟର ଆଇଟି କ୍ଷେତ୍ରକୁ ବ୍ୟାଙ୍କଗୁଡ଼ିକ ଅଧିକ ଋଣ ପ୍ରଦାନ କରିବାର ଆବଶ୍ୟକତା ରହିଛି । ସବୁ ଜିଲ୍ଲାରେ ଋଣ ଜମା ଅନୁପାତ ୭୫% ହେବା ଦରକାର ବୋଲି ମଧ୍ୟ ରିଜର୍ଭ ବ୍ୟାଙ୍କର ଆଞ୍ଚଳିକ ନିର୍ଦେଶକ ଏଚ୍‌ ଏନ୍ ପଣ୍ଡ‌ା କହିଛନ୍ତି ।

କୃଷି ବ୍ୟବସାୟର ବିକାଶ ନିମନ୍ତେ ପୁଞ୍ଜିନିବେଶ ଯୋଜନା

ଦେଶର କୃଷକମାନେ କୃଷି ସହିତ ସେମାନଙ୍କର ବ୍ୟବସାୟ ମଧ୍ୟ କରିପାରିବେ, 10 ହଜାର କୃଷକ ଉତ୍ପାଦକ ସଂଗଠନ ଗଠନ ହେବ

Like this article?

Hey! I am Sudesna Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments