News

National Farmers' Day : ରାଷ୍ଟ୍ରୀୟ କୃଷକ ଦିବସ

ଜୀବନ ଧାରଣର ମୁଖ୍ୟ ଆବଶ୍ୟକତା ହେଇଛି କୃଷି । ଦେଶରେ କୃଷକମାନଙ୍କ ଅବଦାନକୁ ଉଜ୍ଜୀବିତ କରି ରଖିବା ପାଇଁ ଦେଶର ପଞ୍ଚମ ପ୍ରଧାନମନ୍ତ୍ରୀ ଚୌଧୁରୀ ଚରଣ ସିଂ ନିଜ ଜନ୍ମଦିନକୁ ରାଷ୍ଟ୍ରୀୟ କୃଷକ ଦିବସ ଭାବେ ପାଳନ କରିବାକୁ ଘୋଷଣା କରିଥିଲେ । ସେବେ ଠାରୁ ହିଁ ପ୍ରତି ଡିସେମ୍ବର ୨୩ ତାରିଖକୁ ରାଷ୍ଟ୍ରୀୟ କୃଷକ ଦିବସ ରୂପେ ପାଳନ କରାଯାଉଛି ।

22 December, 2022 4:55 PM IST By: Sudesna Nayak

ଜୀବନ ଧାରଣର ମୁଖ୍ୟ ଆବଶ୍ୟକତା ହେଇଛି କୃଷି । ଦେଶରେ କୃଷକମାନଙ୍କ ଅବଦାନକୁ ଉଜ୍ଜୀବିତ କରି ରଖିବା ପାଇଁ ଦେଶର ପଞ୍ଚମ ପ୍ରଧାନମନ୍ତ୍ରୀ ଚୌଧୁରୀ ଚରଣ ସିଂ ନିଜ ଜନ୍ମଦିନକୁ ରାଷ୍ଟ୍ରୀୟ କୃଷକ ଦିବସ (National Farmers' Day)ଭାବେ ପାଳନ କରିବାକୁ ଘୋଷଣା କରିଥିଲେ । ସେବେ ଠାରୁ ହିଁ ପ୍ରତି ଡିସେମ୍ବର ୨୩ ତାରିଖକୁ ରାଷ୍ଟ୍ରୀୟ କୃଷକ ଦିବସ (National Farmers' Day) ରୂପେ ପାଳନ କରାଯାଉଛି । ଜୀବନ ଧାରଣର ମୁଖ୍ୟ ଅବଶ୍ୟକତା ହେଉଛି କୃଷି । ହେଲେ ସେଇ କୃଷକ ଆଜି ବି ଅବହେଳିତ । କୃଷକଙ୍କୁ ସମ୍ମାନ ତ ଦୂରର କଥା , ଉଚିତ ମୂଲ୍ୟ ଦେବାକୁ ବି କିଛି ଲୋକ କୁଣ୍ଠାବୋଧ କରିଥାନ୍ତି ।

ସୂଚନା ଅନୁଯାୟୀ, ଜୟ ଯବାନ, ଜୟ କିଷାନ । ଏହାର ଅର୍ଥ ଦେଶକୁ ସୁରକ୍ଷା ଦେଉଥିବା ଯବାନର ଜୟ ଓ ଦେଶର ଅନ୍ନଦାତା କୃଷକ କିଷାନର ଜୟ । ଲାଲବାହାଦୁର ଶାସ୍ତ୍ରୀଙ୍କ ଦ୍ୱାରା ଦିଆଯାଇଥିବା ଏକ ସ୍ଲୋଗାନ ଅଟେ । ୧୯୬୫ ମସିହାରେ ଭାରତର ରାଜଧାନୀ ଦିଲ୍ଲୀର ରାମ୍‌ଲୀଲା ମୈଦାନ୍‌ଠାରେ ଏକ ଜନ ସମାବେଶରେ ଲାଲବାହାଦୁର ଶାସ୍ତ୍ରୀ ପ୍ରଥମ ଥର ପାଇଁ ଏହି ସ୍ଲୋଗାନ ଦେଇଥିଲେ । ଜବାହରଲାଲ ନେହେରୁଙ୍କ ପରେ ଲାଲବାହାଦୁର ଶାସ୍ତ୍ରୀ ଭାରତର ପ୍ରଧାନମନ୍ତ୍ରୀ ପଦ ଅଳଙ୍କୃତ କରିଥିଲେ । ତେବେ ଏହି ସମୟରେ ହିଁ ପାକିସ୍ତାନ ଭାରତ ଉପରେ ଆକ୍ରମଣ କରିଥିଲା । ଏହି ସମୟରେ ଦେଶରେ ଖାଦ୍ୟ ଶସ୍ୟର ଘୋର ଅଭାବ ଦେଖାଦେଇଥିଲା । ତେଣୁ ଭାରତକୁ ଖାଦ୍ୟ ଶସ୍ୟ ଆମଦାନୀ କରିବା ପାଇଁ ଅନ୍ୟ ରାଷ୍ଟ୍ର ଉପରେ ନିର୍ଭରଶୀଳ ହେବାକୁ ପଡ଼ିଲା । ଏଭଳି ପରିସ୍ଥିତିରେ ଲାଲବାହାଦୁର ଶାସ୍ତ୍ରୀ ଜୟ ଜବାନ ଜୟ କିଶାନ ସ୍ଲୋଗାନଦ୍ୱାରା ଦେଶକୁ ରକ୍ଷା କରିବା ପାଇଁ ସୈନିକମାନ‌ଙ୍କୁ ଆହ୍ୱାନ ଦେବା ସ‌ହ ଭାରତର ଖାଦ୍ୟ ଶସ୍ୟ ଆମଦାନୀର ମାତ୍ରାକୁ କମ୍ କରିବା ନିମନ୍ତେ ପାରୁ ପର୍ଯ୍ୟନ୍ତ ଚେଷ୍ଟା କରିବା ପାଇଁ କୃଷକମାନ‌ଙ୍କୁ ଉତ୍ସାହିତ କରିବାକୁ ପ୍ରୟାସ କରିଥିଲେ ।

ଆପଣମାନେ ଜାଣିଛନ୍ତି କି, ବୈଶାଖ ମାସ ଶୁକ୍ଳପକ୍ଷ ତୃତୀୟା ତିଥ୍ୟକୁ ଅକ୍ଷୟ ତୃତୀୟା ବା ଅକ୍ଷି ତୃତୀୟା ଭାବେ ପାଳନ କରାଯାଏ । ଏହା ମୁଖ୍ୟତଃ ଏକ କୃଷିଭିତ୍ତିକ ପର୍ବ ହୋଇଥିବାରୁ ଓଡ଼ିଶାର ପୂରପଲ୍ଲୀରେ କୃଷକମାନେ ଏହାକୁ ବେଶ୍ ଆନନ୍ଦ ଓ ଉତ୍ସାହର ସହ ପାଳନ କରିଥାନ୍ତି । ଏହିଦିନ କୃଷକମାନେ ଭଲ ତିଥ୍ ଓ ସମୟ ଯୋଗ ଦେଖ୍ ଅକ୍ଷିମୁଠି ଅନୁକୂଳ କରି କୃଷିକାର୍ଯ୍ୟର ଶୁଭାରମ୍ଭ କରିଥାନ୍ତି । ଅକ୍ଷୟ ତୃତୀୟା କୃଷକ ସମାଜ ପାଇଁ ଏକ ମହାନ ପର୍ବ । ଏହି ପବିତ୍ର ଦିନକୁ ରାଜ୍ୟ ସରକାର ‘କୃଷକ ଦିବସ’ ଭାବେ ଘୋଷଣା କରିଛନ୍ତି ।

ପ୍ରକାଶ ଥାଉ ଯେ, କୃଷକ ବଞ୍ଚିଲେ ଦେଶ ବଞ୍ଚିବ । କୃଷକମାନେ ହିଁ ଦେଶର ମେରୁଦଣ୍ଡ । ସମଗ୍ର ବିଶ୍ୱକୁ ଖାଦ୍ୟ ଯୋଗାଇ କ୍ଷୁଧାମୁକ୍ତ ସମାଜ ଗଠନରେ ସେମାନଙ୍କ ଅବଦାନ ଅତୁଳନୀୟ। ସମଗ୍ର ବିଶ୍ୱକୁ ଖାଦ୍ୟ ଯୋଗାଇ କ୍ଷୁଧାମୁକ୍ତ ସମାଜ ଗଠନରେ କୃଷକଙ୍କ ଅବଦାନ ଅତୁଳନୀୟ। କୃଷକମାନଙ୍କ ଉନ୍ନତି ଆମର ସର୍ବଦା ପ୍ରାଥମିକତା ରହିଛି ।

ଘରେ ଘରେ କୃଷି, ବିକାଶ ପଥେ ଚାଷୀ

ପରମ୍ପରାଗତ କୃଷି ବିକାଶ ଯୋଜନା କୃଷକ ମାନଙ୍କୁ ମିଳିବ ତାଲିମ୍

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)