News

ଏହି ଓଡିଆ ପାଇବେ ଜାତୀୟ ଚଳଚ୍ଚିତ୍ର ପୁରସ୍କାର

ଓଡ଼ିଶାର ବିଶିଷ୍ଟ ସିନେ ସମୀକ୍ଷକ ସୂର୍ଯ୍ୟ ଦେଓ ୬୮ ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପାଇବାକୁ ମନୋନୀତ ।

24 July, 2022 10:39 AM IST By: Shuvanshu Kar

୬୮ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଘୋଷଣା(National Film Awards 2022) । ଓଡ଼ିଶାର ବିଶିଷ୍ଟ ସିନେ ସମୀକ୍ଷକ ସୂର୍ଯ୍ୟ ଦେଓ(Surya Deo) ୬୮ ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପାଇବାକୁ ମନୋନୀତ । ‘କାଲି ପାଇଁ କାଲିର ସିନେମା’(Kali Paain Kalira Cinema) ପୁସ୍ତକ ପାଇଁ ତାଙ୍କୁ ମିଳିବାକୁଯାଉଛି ଜାତୀୟ ଚଳଚ୍ଚିତ୍ର ପୁରସ୍କାର ।

ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଘୋଷଣା ପୂର୍ବରୁ ବିଚାରକମଣ୍ଡଳୀ ତଥା ଏହାର ଅଧ୍ୟକ୍ଷ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଶ୍ରୀ ଅନୁରାଗ ଠାକୁରଙ୍କୁ ସାକ୍ଷାତ କରି ଚଳଚ୍ଚିତ୍ର ପୁରସ୍କାର ସମ୍ପର୍କରେ ଅବଗତ କରାଇଥିଲେ । ଠାକୁର ସମସ୍ତ ବିଜେତାଙ୍କୁ ଅଭିନନ୍ଦନ ଜଣାଇବା ସହ ୨୦୨୦ କୋଭିଡ ଯୋଗୁଁ ଏକ କଷ୍ଟକର ସମୟ ଥିଲେ ମଧ୍ୟ ମନୋନୀତ ପୁରସ୍କାରରେ ବହୁ ଶ୍ରେଷ୍ଠ କୃତିପ ଅନ୍ତର୍ଭୁକ୍ତ ବୋଲି କହିଥିଲେ ।

ଠାକୁର ମଧ୍ୟ ବିଚାରକମଣ୍ଡଳୀ ଖୁବ୍ ତତ୍ପରତା ପୂର୍ବ କୃତିଗୁଡିକୁ ବିଚାରକୁ ନେଇ ଶ୍ରେଷ୍ଠଗୁଡିକୁ ବାଛିଛନ୍ତି ବୋଲି କହିଥିଲେ । ଦେଶର ଚଳଚ୍ଚିତ୍ର ଜଗତର ଅନେକ କୃତବିଦ୍ୟ ଚଳଚ୍ଚିତ୍ର ନିର୍ମାଣ ଓ ବ୍ୟକ୍ତିତ୍ୱଙ୍କୁ ନେଇ ଏହି ବିଚାରକ ମଣ୍ଡଳୀ ଗଠିତ ହୋଇଥିଲା ।

ପୁରସ୍କାର ଗୁଡିକ ଅଧ୍ୟକ୍ଷ ଚିତ୍ରର୍ଥ ସିଂ, ଶ୍ରେଷ୍ଠ ଚଳଚ୍ଚିତ୍ର ଲେଖା ବିଚାରକ ଅଧ୍ୟକ୍ଷ ଶ୍ରୀ ଅନନ୍ତ ବିଜୟ, ଶ୍ରୀ ଧରମ ଗୁଲାଟୀ ଅଧ୍ୟକ୍ଷ କେନ୍ଦ୍ରୀୟ ପ୍ୟାନେଲ, ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅତିରିକ୍ତ ସଚିବ ଶ୍ରୀମତୀ ନୀରଜା ଶେଖରଙ୍କ ଉପସ୍ଥିତିରେ ଘୋଷଣା କରାଯାଇଥିଲା ।

ମଧ୍ୟପ୍ରଦେଶ ସବୁଠାରୁ ଲୋକପ୍ରିୟ ଚଳଚ୍ଚିତ୍ର ରାଜ୍ୟ ପୁରସ୍କାର ପାଇଥିବାବେଳେ, ଉତ୍ତରାଖଣ୍ଡ ଓ ଉତ୍ତରପ୍ରଦେଶ ସ୍ୱତନ୍ତ୍ର ଉଲ୍ଲେଖ ପୁରସ୍କାର ପାଇଥିଲେ । କିଶୱାର ଦେଶାଇଙ୍କ ଦ୍ୱାରା ଲିଖିତ୍ ‘ଦି ଲନଗେଷ୍ଟ କିସ୍‌’ ଶ୍ରେଷ୍ଠ ଚଳଚ୍ଚିତ୍ର ପୁସ୍ତକ ପୁରସ୍କାର ପାଇଥିବାବେଳେ ମାଲାୟାଲମ ପୁସ୍ତକ ‘ଏମଟି ଅରୁଣ’ ଭାଙ୍ଗେଲୁଜ ପୁସ୍ତକମ୍ ଓ ଓଡିଆ ବହି ‘କାଲି ପାଇଁ କାଲିର ସିନେମା’ ସ୍ୱତନ୍ତ୍ର ଉଲ୍ଲେଖ ପୁରସ୍କାର ପାଇଛନ୍ତି ।

ସୁଧା କୋଙ୍ଗାରାଙ୍କ ଦ୍ୱାରା ନିର୍ଦ୍ଦେଶିତ ଚଳଚ୍ଚିତ୍ର ‘ ସୁରାରାଇ ପୋଟାରୁ’ ଶ୍ରେଷ୍ଠ ଫିଚର ଫିଲ୍ମ ଓ ହିନ୍ଦି ଚଳଚ୍ଚିତ୍ର ତାନାଜୀ ପାଇଁ ଅଜୟ ଦେବଗନ ଶ୍ରେଷ୍ଠ ଅଭିନେତା ପୁରସ୍କାର ପାଇଁ ମନୋନୀତ ହୋଇଥିବାବେଳେ, ହିନ୍ଦୀ ଚଳଚ୍ଚିତ୍ର ‘ସାଇନା’ ନିମନ୍ତେ ମନୋଜ ମୁନ୍ତାଶିର ଶ୍ରେଷ୍ଠ ଲିରିକ୍ ପୁରସ୍କାର ପାଇଁ ମନୋନୀତ ହୋଇଛନ୍ତି ।

ବରିଷ୍ଠ ଅଭିନେତା ରାଇମୋହନଙ୍କ ଆତ୍ମହତ୍ୟା

ଆସନ୍ତୁ ଜାଣିବା ଚାରୋଟି ପ୍ରମୁଖ ବିଦେଶୀ ପରିବା ବିଷୟରେ !!

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)