News

Budget 2022 : ଖୁସି ଖବର ; କମିଲା LPG ସିଲିଣ୍ଡର ଦର, ଜାଣନ୍ତୁ କେତେ ?

91.50 ଟଙ୍କା ହ୍ରାସ ପାଇଲା 19 କିଲୋଗ୍ରାମ ବିଶିଷ୍ଟ କର୍ମସିଆଲ LPG ସିଲିଣ୍ଡର ଦର । ଘରୋଇ ଜାଳେଣି ଗ୍ୟାସ ମୂଲ୍ୟରେ ନାହିଁ କୌଣସି ପରିବର୍ତ୍ତନ ।

01 February, 2022 12:42 PM IST By: Sudesna Nayak

ବର୍ତ୍ତମାନ ସମୟରେ ମହଙ୍ଗା ମାଡରେ ପ୍ରାୟ ସମସ୍ତଙ୍କର ଆର୍ଥିକ ମେରୁଦଣ୍ଡ ଦୋହଲି ଯାଇଛି । ଏହାରି ମଧ୍ୟରେ ଦେଶାବାସୀମାନଙ୍କ ପାଇଁ ଏକ ଆଶ୍ୱସ୍ତିକର ଖବର (Good news)ଆସିଛି । ବଜେଟ ୨୦୨୨ (Budget 2022) ଉପସ୍ଥାପନା ହେବା ପୂର୍ବରୁ ଏଲପିଜି ସିଲିଣ୍ଡର (LPG cylinder)ଦର ହ୍ରାସ ହୋଇଛି । ମୂଲ୍ୟହ୍ରାସ ଫଳରେ ବିଶେଷ ଭାବେ କ୍ଷୁଦ୍ର ବ୍ୟବସାୟୀଙ୍କୁ ଲାଭ ମିଳିବ ।

ସୂଚନା ଅନୁଯାୟୀ, ନୂଆ ଦର ଫେବୃଆରୀ (February) ପହିଲାରୁ ଲାଗୁ ହେବ ବୋଲି ତୈଳ କମ୍ପାନୀମାନେ ଘୋଷଣା କରିଛନ୍ତି ।

ସବୁଥର ଭଳି ମାସର ପ୍ରଥମ ଦିନରେ ତୈଳ ମାର୍କେଟିଂ କମ୍ପାନୀ (OMC) ଏଲପିଜି ସିଲିଣ୍ଡର (LPG cylinder)ର ନୂଆ ଦର ଧାର୍ଯ୍ୟ କରିଛି। ୧୯ କିଲୋଗ୍ରାମର କମର୍ସିଆଲ LPG cylinder ମୂଲ୍ୟ ହ୍ରାସ ପାଇଛି । କିନ୍ତୁ ଘରୋଇ ସିଲିଣ୍ଡର ମୂଲ୍ୟ ପୂର୍ବପରି ସ୍ଥିର ରହିଛି । OMC ଅନୁସାରେ ୧୯ କିଲୋଗ୍ରାମ ସିଲିଣ୍ଡରର ମୂଲ୍ୟ ୯୧.୫ ଟଙ୍କା ହ୍ରାସ ହୋଇଛି । ଯାହା ପରେ ଏବେ ପ୍ରତି କମର୍ସିଆଲ ସିଲିଣ୍ଡର ୧୯୦୭ ଟଙ୍କାରେ ମିଳିବ । ଅନ୍ୟପଟେ ରାଜଧାନୀ ଦିଲ୍ଲୀ (Delhi)ରେ ବିନା ସବସିଡିର ଘରୋଇ ସିଲିଣ୍ଡରର ମୂଲ୍ୟ ୮୯୯.୫ ଟଙ୍କା ରହିଛି ।

14.2 କିଲୋଗ୍ରାମ, 5 କିଲୋଗ୍ରାମ, 10 କିଲୋଗ୍ରାମ କିମ୍ବା 5 କିଲୋଗ୍ରାମ କମ୍ପୋଜିଟ ସିଲିଣ୍ଡର ଓଜନ ବିଶିଷ୍ଟ ସିଲିଣ୍ଡର (Cylinder) ମୂଲ୍ୟରେ କୌଣସି ହ୍ରାସ ଘଟିନାହିଁ ଏବଂ ଏହାର ମୂଲ୍ୟ ଅପରିବର୍ତ୍ତିତ ରହିଛି । ସମସ୍ତ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳ ପାଇଁ ଏଲପିଜି ସିଲିଣ୍ଡର (LPG cylinder) ହାର ମାସିକ ସଂଶୋଧିତ ହୋଇଥାଏ ।

ସୂଚନାଯୋଗ୍ୟ, ଗତ ମାସରେ କମର୍ସିଆଲ ଏଲପିଜି ସିଲିଣ୍ଡର (LPG cylinder)ମୂଲ୍ୟ ୧୦୨.୫୦ ଟଙ୍କାର ହ୍ରାସ ପାଇଥିଲା । ଏହି କ୍ରମରେ ଫେବୃଆରୀ (February)ରେ ୯୧.୫ ଟଙ୍କା ହ୍ରାସ ହୋଇଛି । ରାଜଧାନୀ ଦିଲ୍ଲୀ (Delhi)ରେ ଏହାର ନୂଆ ଦର ୧୯୦୭ ଟଙ୍କା ରହିଥିବା ବେଳେ ଚେନ୍ନାଇ (Chennai) ରେ ମାତ୍ର ୫୦.୫ ଟଙ୍କା ଖସି ୨୦୮୦.୫ ଟଙ୍କା ହୋଇଛି ।

ପ୍ରକାଶ ଥାଉ କି, ଯଦି ଆପଣ ନିଜ ଅଞ୍ଚଳର ଏଲପିଜି ସିଲିଣ୍ଡର (LPG cylinder) ମୂଲ୍ୟ ଜାଣିବାକୁ ଚାହୁଁଛନ୍ତି, ତେବେ cx.indianoil.in/webcenter/portal/Customer/pages_productprice ରେ କ୍ଲିକ୍ କରନ୍ତୁ ।

ଗୁଡ ନ୍ୟୁଜ୍ : ୬୩୪ ଟଙ୍କାରେ କିଣନ୍ତୁ LPG ସିଲିଣ୍ଡର ; ଜାଣନ୍ତୁ କେମିତି ଉଠାଇବେ ଲାଭ

ଖୁସି ଖବର : LPG ଗ୍ୟାସ ସିଲିଣ୍ଡରକୁ ନେଇ ବଡ଼ ପରିବର୍ତ୍ତନ, ଦେଶର କୋଟି କୋଟି ଲୋକଙ୍କୁ ମିଳିବ ଲାଭ

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)