News

ଆଉ ରହିବେନି ଶିଶୁ ଶ୍ରମିକ ! 75 ସ୍ଥାନରେ ଆରମ୍ଭ ହେବ ଉଦ୍ଧାର ଅଭିଯାନ

ଶିଶୁ ଶ୍ରମିକ ବିରୁଦ୍ଧରେ ବିଶ୍ୱବ୍ୟାପୀ ହେଉଥିବା ଅଭିଯାନ ଦୃଷ୍ଟିରୁ ସ୍ୱାଧୀନତାର ୭୫ତମ ବାର୍ଷିକୀ ପାଳନ ଅବସରରେ ଦେଶର ୭୫ଟି ବିଭିନ୍ନ ଜିଲ୍ଲାରେ ଶିଶୁ ଶ୍ରମିକ ସମସ୍ୟା ଓ ଏହାର ନିରାକରଣ ପ୍ରତି ଦୃଷ୍ଟି ଦେବା ପରିପ୍ରେକ୍ଷୀରେ ଏହା କରାଯାଉଛି ।

13 June, 2022 10:58 AM IST By: Shuvanshu Kar

ଜାତୀୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ (SCPCR) ଆସନ୍ତା୧୨ରୁ ୨୦ତାରିଖ ମଧ୍ୟରେ ଶିଶୁ ଶ୍ରମିକ(Child Labour Week) ଉଚ୍ଛେଦ ସପ୍ତାହ ପାଳନ କରୁଛି । ଶିଶୁ ଶ୍ରମିକ ବିରୁଦ୍ଧରେ ବିଶ୍ୱବ୍ୟାପୀ ହେଉଥିବା ଅଭିଯାନ ଦୃଷ୍ଟିରୁ ସ୍ୱାଧୀନତାର ୭୫ତମ ବାର୍ଷିକୀ ପାଳନ ଅବସରରେ ଦେଶର ୭୫ଟି ବିଭିନ୍ନ ଜିଲ୍ଲାରେ ଶିଶୁ ଶ୍ରମିକ ସମସ୍ୟା ଓ ଏହାର ନିରାକରଣ ପ୍ରତି ଦୃଷ୍ଟି ଦେବା ପରିପ୍ରେକ୍ଷୀରେ ଏହା କରାଯାଉଛି ।

ଏହାକୁ ଦୃଷ୍ଟିରେ ରଖି ୧୨ରୁ ୨୦ଜୁନ ମଧ୍ୟରେ ଦେଶରେ ୭୫ଟି ସ୍ଥାନରେ ଯେଉଁଠାରେ ଶିଶୁମାନେ ଶ୍ରମିକ ବା ରଦି ଓ ଅଟୋମୋବାଇଲ ବଜାରରେ କାର୍ଯ୍ୟରତ, ସେଠାରେ ଉଦ୍ଧାର କାର୍ଯ୍ୟ କରାଯିବ । ରାଜ୍ୟ ଆୟୋଗ (SCPCR)ଭଳି କର୍ତ୍ତୃପକ୍ଷ, ଜିଲ୍ଲା କର୍ତ୍ତୃପକ୍ଷ, ଶିଶୁ କଲ୍ୟାଣ କମିଟି, ଡିଏଲଏସ, ଚାଇଲ୍ଡ ଲାଇନ, ପୁଲିସ/ଏସ୍‌ଜେପିୟୁ ଶ୍ରମ ବିଭାଗ ଓ ଅନ୍ୟାନ୍ୟ ସହଯୋଗୀ ଅଂଶୀଦାର ସେମାନଙ୍କୁ ଉଦ୍ଧାର କରିବେ ।

ଏହି ଉଦ୍ଧାର ଅଭିଯାନ ନିମନ୍ତେ ଆଭାସୀ ବୈଠକ, ଦୃଶ୍ୟସ୍ରାବ୍ୟ ସମ୍ମିଳନୀ ଜିଲ୍ଲା ମାଜିଷ୍ଟ୍ରେଟ, ଏସସିପିଆର ଅଧିକାରୀ, ଚାଇଲ୍ଡ ଲାଇନ ଓ ଅନ୍ୟାନ୍ୟ ସହଯୋଗୀମାନଙ୍କ ସହ ଅନୁଷ୍ଠିତ ହୋଇଛି । ଏଥିରେ ଶିଶୁ ଶ୍ରମିକ ଉଚ୍ଛେଦ ସପ୍ତାହରେ କରାଯିବାକୁ ଥିବା ଉଚ୍ଛେଦ ଅଭିଯାନ ସମ୍ପର୍କରେ ଅବଗତ କରାଯାଇଛି । ୧୮ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ୮୦୦ରୁ ଅଧିକ କର୍ମଚାରୀ ବୈଠକରେ ଅଂଶଗ୍ରହଣ କରିବେ ।

ବିଭିନ୍ନ ଶିଶୁ ସୁରକ୍ଷା ଆଇନଗତ ଦିଗକୁ ଧ୍ୟାନ ରଖି ଏନସିପିସିଆର ଶିଶୁମାନଙ୍କ ଉଦ୍ଧାର ଓ ଉଦ୍ଧାର ପର କାର୍ଯ୍ୟକୁ ନେଇ ଏକ ଏସଓପି ନିର୍ଦ୍ଧାରଣ କରିଛି ।

ଶିଶୁ ଶ୍ରମିକ ମକଦ୍ଦମାର ଶୀକାର ହେଉଥିବା ପିଲାମାନଙ୍କ ମାମଲାର ତଦନ୍ତ ଓ ପୁନର୍ବାସ ସଂକ୍ରାନ୍ତ ବିଭିନ୍ନ ନିୟମାବଳୀକୁ ସରଳ କରିବା ପାଇଁ ଚେଷ୍ଟା କରାଯାଇଛି ।

ଏନସିପିସିଆର ବାଲ ସ୍ୱରାଜ ପୋର୍ଟାଲରେ ଆୟୋଗ ଶିଶୁଶ୍ରମିକ ଓ ସେମାନଙ୍କ ଉଦ୍ଧାର ସଂକ୍ରାନ୍ତରେ ଏକ ପୁସ୍ତକ ଲିଙ୍କ ତିଆରି ଉଦ୍ୟମ ପ୍ରକ୍ରିୟା ମଧ୍ୟ ଆରମ୍ଭ କରିଛନ୍ତି ।

କେନ୍ଦ୍ର ଜନଜାତି ବ୍ୟାପାର ମନ୍ତ୍ରୀଙ୍କ ଦୁଇ ଦିନିଆ ଓଡ଼ିଶା ଗସ୍ତ

ଚାଷ ପାଇଁ ଶସ୍ତା ଋୁଣ ନେବାକୁ ଚାହୁଁଛନ୍ତି କି ? ଶୀଘ୍ର କରନ୍ତୁ କିସାନ କ୍ରେଡିଟ କାର୍ଡ

ଜାତୀୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ(ଏନସିପିସିଆର) ଭାରତ ସରକାରଙ୍କ ଏକ ବୈଧାନିକ ସଂସ୍ଥା ଯାହା ଶିଶୁ ଅଧିକାର ସୁରକ୍ଷା ଆୟୋଗ (ସିପିସିଆର) ଆଇନ ୨୦୦୫ର ଧାରା-୩ ଅଧୀନରେ ଶିଶୁ ସୁରକ୍ଷା ଅଧିକାର ଓ ତତ୍‌ସଂଲଗ୍ନ ବିଷୟଗୁଡିକ ପାଇଁ ସୃଷ୍ଟି ହୋଇଛି । ସିପିସିଆର ଆଇନ ୨୦୦୫ଧାରା -୧୩(୧) ଅଧୀନରେ ଅବହେଳିତ ଶିଶୁମାନଙ୍କ ସୁରକ୍ଷା ଅଧିକାର ସମ୍ପର୍କରେ କୁହାଯାଇଛି । ଏହାଛଡା ଆୟୋଗ ଉପରେ ବାଳ ଅପରାଧ (ଯତ୍ନ ଓ ସୁରକ୍ଷା) ଆଇନ ୨୦୧୫, ମୁକ୍ତ ଓ ବାଧ୍ୟତାମୂଳକ ଶିକ୍ଷା ଅଧିକାର ୨୦୦୯ ଓ ଶିଶୁଙ୍କୁ ଯୌନ ଅପରାଧ ବିରୁଦ୍ଧରେ ସୁରକ୍ଷା ଆଇନ ୨୦୧୨ର ନିରୀକ୍ଷଣ ପାଇଁ ମଧ୍ୟ କ୍ଷମତା ନ୍ୟସ୍ତ କରାଇଛି ।

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)