News

ଦିନିକିଆ ଓଡିଶା ଗସ୍ତରେ ଦ୍ରୌପଦୀ ମୁର୍ମୁ, ନବୀନ ନିବାସରେ ପାରିବାରିକ ପରିବେଶ ସୃଷ୍ଟି

ବିମାନ ବନ୍ଦରରେ ପହଞ୍ଚିବା ପରେ ରାଜ୍ୟ ଅତିଥି ଭବନକୁ ଯାଇଥିଲେ ଦ୍ରୌପଦୀ ମୁର୍ମୁ | ପୂର୍ବାହ୍ନ ୧୦ଟା ୩୦ରେ ସେ ବିଧାନସଭା ଯାଇଥିଲେ ବିଧାନସଭାରେ ସେହି ସମୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବି ବି ଉପସ୍ଥିତ ଥିଲେ ବୋଲି ଜଣାପଡିଛି |

08 July, 2022 5:29 PM IST By: Rajashree

ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ(Draupadi murmu)ଶୁକ୍ରବାର ଅର୍ଥାତ ଆଜି ଦିନିକିଆ ଓଡ଼ିଶା ଗସ୍ତରେ ଆସି ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଥିଲେ | ସେଠାରେ ତାଙ୍କୁ ପାରମ୍ପରିକ ନୃତ୍ୟ ଓ ସଂଗୀତ ମାଧ୍ୟମରେ ବିପୁଳ ସ୍ବାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା |

ଦ୍ରୌପଦୀନୂଆଦିଲ୍ଲୀରୁ ବାହାରି ଭୁବନେଶ୍ବରରେ ପହଞ୍ଚିବା ପରେ ତାଙ୍କୁ ସାଂସଦ ଅପରାଜିତା ଷଡ଼ଙ୍ଗୀ, ସୁରେଶ ପୂଜାରୀ, ସଙ୍ଗୀତା ସିଂହଦେଓ, ସସ୍ମିତ ପାତ୍ର, ପ୍ରଶାନ୍ତ ନନ୍ଦ, ଅନୁଭବ ମହାନ୍ତି, ଅମର ପଟ୍ଟନାୟକ, ମନ୍ତ୍ରୀ ଉଷା ଦେବୀ, ସମୀରରଂଜନ ଦାଶ, ଅଶୋକ ପଣ୍ଡା, ଟୁକୁନି ସାହୁ, ବିଧାୟକ ବିଷ୍ଣୁ ଚରଣ ସେଠୀ, ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର, କୁସୁମ ଟେଟେ ଓ ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ସମେତ ବହୁ ନେତା ଦ୍ରୌପଦୀ ମୁର୍ମୁଙ୍କୁ (Draupadi murmu)ସ୍ବାଗତ ସମ୍ବର୍ଦ୍ଧନା କରିଥିଲେ | ଏହି ସମୟରେ ସାଂସଦ ଅପରାଜିତା ଷଡ଼ଙ୍ଗୀ ଗିନି ବଜାଇବା ଦୃଶ୍ୟ ବି ଦେଖିବାକୁ ମିଳିଛି | ବିମାନବନ୍ଦରରେ ଦଳୀୟ କର୍ମୀ ଓ ସାଧାରଣ ଜନତାଙ୍କ ଭିଡ଼ ପରିଲକ୍ଷିତ ହୋଇଛି |

ବିମାନ ବନ୍ଦରରେ ପହଞ୍ଚିବା ପରେ ରାଜ୍ୟ ଅତିଥି ଭବନକୁ ଯାଇଥିଲେ ଦ୍ରୌପଦୀ ମୁର୍ମୁ(Draupadi murmu) | ପୂର୍ବାହ୍ନ ୧୦ଟା ୩୦ରେ ସେ ବିଧାନସଭା ଯାଇଥିଲେ ବିଧାନସଭାରେ ସେହି ସମୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବି ବି ଉପସ୍ଥିତ ଥିଲେ ବୋଲି ଜଣାପଡିଛି | ଦ୍ରୌପଦୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ବିଜେଡି ଓ ବିଜେପିର ସାଂସଦ ଓ ବିଧାୟକମାନଙ୍କୁ ଭେଟି ସମର୍ଥନ ଲୋଡ଼ିଥିଲେ |

ଦିଲ୍ଲୀ ଫେରିଯିବା ପୂର୍ବରୁ ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ(NDA presidential candidate) ଦ୍ରୌପଦୀ ମୁର୍ମୁ(Draupadi murmu) ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବାସଭବନ ତଥା ନବୀନ ନିବାସକୁ ନିମନ୍ତ୍ରିତ ହୋଇ ଯାଇଥିଲେ |

ସେଠାରେ ନବୀନଙ୍କ ସହ କିଛି ସମୟ ଆଲୋଚନା କରିଥିଲେ | ଏହାପରେ ଭଉଣୀ ଦ୍ରୌପଦୀ ମୁର୍ମୁଙ୍କୁ (Draupadi murmu)ମଧ୍ୟାହ୍ନ ଭୋଜନରେ ଆପ୍ୟାୟିତ କରିଥିଲେ ଭାଇ ନବୀନ | ମଧ୍ୟାହ୍ନ ଭୋଜନରେ ଦ୍ରୌପଦୀଙ୍କ(Draupadi murmu) ସହ ସମସ୍ତଙ୍କୁ ନିରାମିଷ ଭେଜନ ପରଷା ଯାଇଥିଲା | ଦ୍ରୌପଦୀ ମୁର୍ମୁଙ୍କ ସହ କେନ୍ଦ୍ରମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାୱତ ଓ ସାଂସଦ ପିନାକୀ ମିଶ୍ରଙ୍କୁ ମଧ୍ୟ ମଧ୍ୟାହ୍ନ ଭୋଜନରେ ଆପ୍ୟାୟିତ କରାଯାଇଥିଲା | ଦ୍ରୌପଦୀ ମୁର୍ମୁ (Draupadi murmu)ଦିନିକିଆ ଓଡ଼ିଶା ଗସ୍ତ ଶେଷ କରି ନବୀନ ନିବାସରୁ ବିମାନବନ୍ଦର ଅଭିମୁଖେ ଯାତ୍ରା କରିଛନ୍ତି |

NDA ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ, ଓଡିଶାରେ ଖୁସିର ଲହରୀ

ମୋଦିଙ୍କ ମୁହଁରେ ଦ୍ରୌପଦୀଙ୍କ ପ୍ରଶଂସା, ଜାଣନ୍ତୁ କଣ କହିଲେ...

 

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)