ଏବେ ଚାଷୀ (FARMERS) ଭାଇମାନଙ୍କ ପାଖକୁ ଆସିଲା ବଡ ଖୁସି ଖବର (GOOD NEWS)। ସରକାର ଚାଷୀଭାଇ ମାନଙ୍କ ଖୁସି ପାଇଁ ଓ ଆମଦାନୀ ବଢେଇବା ପାଇଁ ଲଗାତାର ଚେଷ୍ଟା କରୁଛନ୍ତି । ତେବେ ରାଜ୍ୟ ସରକାରଙ୍କ ପକ୍ଷରୁ ଏକ ବଡ଼ ଅପଡେଟ ଆସିଛି ଚାଷୀ ମାନଙ୍କ ପାଇଁ । ଏହା ଦ୍ବାରା ରାଜ୍ୟ ସରକାର ଚାଷୀ ଭାଇମାନଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିବେ । ଚାଷୀ ଭାଇମାନଙ୍କ ଆକାଉଣ୍ଟକୁ ଆସିବ ୭ ହଜାର ଟଙ୍କା ।
ସୂଚନା ଅନୁଯାୟୀ, ହରିୟାଣା ରାଜ୍ୟ ସରକାରଙ୍କ ପକ୍ଷରୁ ଏକ ବଡ଼ ଅପଡେଟ ଆସିଛି ଚାଷୀ (FARMERS)ମାନଙ୍କ ପାଇଁ । ଏହା ଦ୍ବାରା ହରିୟାଣା ରାଜ୍ୟ ସରକାର ଚାଷୀଭାଇ ମାନଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିବେ । କେନ୍ଦ୍ର ସରକାର (Central Government)ଙ୍କ ସହିତ ରାଜ୍ୟ ସରକାର (State Government)ମଧ୍ୟ ଚାଷୀ ଭାଇ ମାନଙ୍କ ପାଇଁ ଅନେକ ଯୋଜନା ଆଣୁଛନ୍ତି । ତେବେ ବର୍ତ୍ତମାନ ହରିୟାଣା ସରକାର ନିଜ ରାଜ୍ୟର ଚାଷୀ ଭାଇ ମାନଙ୍କୁ ୭ ହଜାର ଟଙ୍କାର ଆର୍ଥିକ ସହାୟତା ଦେଉଛନ୍ତି । ଚାଷୀ ଭାଇ ମାନଙ୍କୁ ଚାଷ ପାଇଁ ଅଧିକ ପାଣିର ଆବଶ୍ୟକତା ପଡ଼ିଥାଏ ଏବଂ ଦେଶରେ ଲଗାତାର ପାଣିର ସ୍ତର ଖସିବାରେ ଲାଗିଛି ।
ଏଥିପାଇଁ ହରିୟାଣା ସରକାର (Haryana Government)ଏକ ଖାସ ଯୋଜନା ଆରମ୍ଭ କରୁଛନ୍ତି । ତେବେଏହି ଯୋଜନାର ନାଁ ରହିଛି ମେରା ପାନି ମେରା ବିରାସତ ଯୋଜନା (mera pani meri virasat yojana) । ଯଦି ଆପଣ ଏହି ଯୋଜନାରେ ଲାଭ ଉଠାଇବାକୁ ଚାହୁଁଛନ୍ତି ତେବେ ତୁରନ୍ତ Registration କରାଇ ନିଅନ୍ତୁ । ତେବେ ଏହି ଯୋଜନାରେ ଅନେକ ଲାଭ ରହିଛି ।
ଏହି ଯୋଜନାରେ ଚାଷୀ (FARMERS)ମାନଙ୍କୁ ମକା ବାଜରା ଆଦି ଫସଲ ପାଇଁ ୭ ହଜାର ଟଙ୍କା ପ୍ରତି ଏକର ଆର୍ଥିକ ସହାୟତା ଦିଆଯିବ । ତେବେ ଜଳ ସ୍ତରକୁ ବଞ୍ଚାଇବା ପାଇଁ ସୂକ୍ଷ୍ମ ଜଳ ସେଚନ ଉପରେ ୮୦ ପ୍ରତିଶତ ଅନୁଦାନ ମଧ୍ୟ ମିଳିବ । ତେବେ ଏଥି ପାଇଁ କିଛି ସର୍ତ ମଧ୍ୟ ରହିଛି । ତେବେ ହିତାଧିକାରୀ ମାନେ ହରିୟାଣାର ବାସିନ୍ଦା ହୋଇଥିବା ଆବଶ୍ୟକ । ୫୦ ଏଚପି ପାୱାରର ମୋଟର ବ୍ୟବହାର କରୁଥିବା ଚାଷୀ (FARMERS)ମାନଙ୍କୁ ଏହି ଯୋଜନାର ଲାଭ ମିଳି ପାରିବ । ଚାଷୀ (FARMERS)ମାନଙ୍କୁ ଗତ ବର୍ଷ ଧାନ ଉତ୍ପାଦନରେ ୫୦ ପ୍ରତିଶତ ଭାଗରେ ବିଧି ବଧ ଆଣିବାକୁ ହେବ । ଚାଷୀ (FARMERS)ମାନଙ୍କ ପାଖରେ ଆଧାର ଲିଙ୍କ ବ୍ୟାଙ୍କ ଖାତା ଥିବା ବାଧ୍ୟତା ମୂଳକ ଅଟେ ।
ପ୍ରକାଶ ଥାଉ ଯେ, ଏହି ଯୋଜନାରେ ଆବେଦନ କରିବା ପୂର୍ବରୁ ଅଫିସିଆଲ ୱେବସାଇଟ ଫସଲ ଡଟ ହରିୟାଣା ଡ଼ଟ ଜିଓଭି ଡ଼ଟ ଇନ ଫାର୍ମର ଲଗ ଇନରେ ଯିବାକୁ ପଡିବ । ଏହାପରେ ୟୁଜର ନେମ ପାସ ୱାର୍ଡ ଦିଅନ୍ତୁ ଏବେ ଦିଆ ଯାଇଥିବା କ୍ୟାପଚା ଦେଇ ଲଗ ଇନ କରନ୍ତୁ ।
PM Kisan: ଚାଷୀଙ୍କ ପାଇଁ ଖୁସି ଖବର ! ଜାଣନ୍ତୁ କେବେ ମିଳିବ ଦ୍ବାଦଶ କିସ୍ତି ?
Share your comments