1. କୃଷି ଖବର

ଚାଷୀଙ୍କ ଖାତାକୁ ଆସିବ ୭ ହଜାର ଟଙ୍କା, ତୁରନ୍ତ କରନ୍ତୁ Registration…

ଏବେ ଚାଷୀ ଭାଇମାନଙ୍କ ପାଖକୁ ଆସିଲା ବଡ ଖୁସି ଖବର । ସରକାର ଚାଷୀଭାଇ ମାନଙ୍କ ଖୁସି ପାଇଁ ଓ ଆମଦାନୀ ବଢେଇବା ପାଇଁ ଲଗାତାର ଚେଷ୍ଟା କରୁଛନ୍ତି । ତେବେ ରାଜ୍ୟ ସରକାରଙ୍କ ପକ୍ଷରୁ ଏକ ବଡ଼ ଅପଡେଟ ଆସିଛି ଚାଷୀ ମାନଙ୍କ ପାଇଁ । ଏହା ଦ୍ବାରା ରାଜ୍ୟ ସରକାର ଚାଷୀ ଭାଇମାନଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିବେ । ଚାଷୀ ଭାଇମାନଙ୍କ ଆକାଉଣ୍ଟକୁ ଆସିବ ୭ ହଜାର ଟଙ୍କା ।

Sudesna Nayak
Sudesna Nayak
new kisan scheme yojana mera pani meri virasat yojana Registratiion

new kisan scheme yojana mera pani meri virasat yojana Registratiion

ଏବେ ଚାଷୀ (FARMERS) ଭାଇମାନଙ୍କ ପାଖକୁ ଆସିଲା ବଡ ଖୁସି ଖବର (GOOD NEWS)। ସରକାର ଚାଷୀଭାଇ ମାନଙ୍କ ଖୁସି ପାଇଁ ଓ ଆମଦାନୀ ବଢେଇବା ପାଇଁ ଲଗାତାର ଚେଷ୍ଟା କରୁଛନ୍ତି । ତେବେ ରାଜ୍ୟ ସରକାରଙ୍କ ପକ୍ଷରୁ ଏକ ବଡ଼ ଅପଡେଟ ଆସିଛି ଚାଷୀ ମାନଙ୍କ ପାଇଁ । ଏହା ଦ୍ବାରା ରାଜ୍ୟ ସରକାର ଚାଷୀ ଭାଇମାନଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିବେ । ଚାଷୀ ଭାଇମାନଙ୍କ ଆକାଉଣ୍ଟକୁ ଆସିବ ୭ ହଜାର ଟଙ୍କା

ସୂଚନା ଅନୁଯାୟୀ, ହରିୟାଣା ରାଜ୍ୟ ସରକାରଙ୍କ ପକ୍ଷରୁ ଏକ ବଡ଼ ଅପଡେଟ ଆସିଛି ଚାଷୀ (FARMERS)ମାନଙ୍କ ପାଇଁ । ଏହା ଦ୍ବାରା ହରିୟାଣା ରାଜ୍ୟ ସରକାର ଚାଷୀଭାଇ ମାନଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିବେ । କେନ୍ଦ୍ର ସରକାର (Central Government)ଙ୍କ ସହିତ ରାଜ୍ୟ ସରକାର (State Government)ମଧ୍ୟ ଚାଷୀ ଭାଇ ମାନଙ୍କ ପାଇଁ ଅନେକ ଯୋଜନା ଆଣୁଛନ୍ତି । ତେବେ ବର୍ତ୍ତମାନ ହରିୟାଣା ସରକାର ନିଜ ରାଜ୍ୟର ଚାଷୀ ଭାଇ ମାନଙ୍କୁ ୭ ହଜାର ଟଙ୍କାର ଆର୍ଥିକ ସହାୟତା ଦେଉଛନ୍ତି । ଚାଷୀ ଭାଇ ମାନଙ୍କୁ ଚାଷ ପାଇଁ ଅଧିକ ପାଣିର ଆବଶ୍ୟକତା ପଡ଼ିଥାଏ ଏବଂ ଦେଶରେ ଲଗାତାର ପାଣିର ସ୍ତର ଖସିବାରେ ଲାଗିଛି ।

ଏଥିପାଇଁ ହରିୟାଣା ସରକାର (Haryana Government)ଏକ ଖାସ ଯୋଜନା ଆରମ୍ଭ କରୁଛନ୍ତି । ତେବେଏହି ଯୋଜନାର ନାଁ ରହିଛି ମେରା ପାନି ମେରା ବିରାସତ ଯୋଜନା (mera pani meri virasat yojana) । ଯଦି ଆପଣ ଏହି ଯୋଜନାରେ ଲାଭ ଉଠାଇବାକୁ ଚାହୁଁଛନ୍ତି ତେବେ ତୁରନ୍ତ Registration କରାଇ ନିଅନ୍ତୁ । ତେବେ ଏହି ଯୋଜନାରେ ଅନେକ ଲାଭ ରହିଛି ।

ଏହି ଯୋଜନାରେ ଚାଷୀ (FARMERS)ମାନଙ୍କୁ ମକା ବାଜରା ଆଦି ଫସଲ ପାଇଁ ୭ ହଜାର ଟଙ୍କା ପ୍ରତି ଏକର ଆର୍ଥିକ ସହାୟତା ଦିଆଯିବ । ତେବେ ଜଳ ସ୍ତରକୁ ବଞ୍ଚାଇବା ପାଇଁ ସୂକ୍ଷ୍ମ ଜଳ ସେଚନ ଉପରେ ୮୦ ପ୍ରତିଶତ ଅନୁଦାନ ମଧ୍ୟ ମିଳିବ । ତେବେ ଏଥି ପାଇଁ କିଛି ସର୍ତ ମଧ୍ୟ ରହିଛି । ତେବେ ହିତାଧିକାରୀ ମାନେ ହରିୟାଣାର ବାସିନ୍ଦା ହୋଇଥିବା ଆବଶ୍ୟକ । ୫୦ ଏଚପି ପାୱାରର ମୋଟର ବ୍ୟବହାର କରୁଥିବା ଚାଷୀ (FARMERS)ମାନଙ୍କୁ ଏହି ଯୋଜନାର ଲାଭ ମିଳି ପାରିବ । ଚାଷୀ (FARMERS)ମାନଙ୍କୁ ଗତ ବର୍ଷ ଧାନ ଉତ୍ପାଦନରେ ୫୦ ପ୍ରତିଶତ ଭାଗରେ ବିଧି ବଧ ଆଣିବାକୁ ହେବ । ଚାଷୀ (FARMERS)ମାନଙ୍କ ପାଖରେ ଆଧାର ଲିଙ୍କ ବ୍ୟାଙ୍କ ଖାତା ଥିବା ବାଧ୍ୟତା ମୂଳକ ଅଟେ ।

ପ୍ରକାଶ ଥାଉ ଯେ, ଏହି ଯୋଜନାରେ ଆବେଦନ କରିବା ପୂର୍ବରୁ ଅଫିସିଆଲ ୱେବସାଇଟ ଫସଲ ଡଟ ହରିୟାଣା ଡ଼ଟ ଜିଓଭି ଡ଼ଟ ଇନ ଫାର୍ମର ଲଗ ଇନରେ ଯିବାକୁ ପଡିବ । ଏହାପରେ ୟୁଜର ନେମ ପାସ ୱାର୍ଡ ଦିଅନ୍ତୁ ଏବେ ଦିଆ ଯାଇଥିବା କ୍ୟାପଚା ଦେଇ ଲଗ ଇନ କରନ୍ତୁ ।

PM Kisan: ଚାଷୀଙ୍କ ପାଇଁ ଖୁସି ଖବର ! ଜାଣନ୍ତୁ କେବେ ମିଳିବ ଦ୍ବାଦଶ କିସ୍ତି ?

ମୋଦି ସରକାରଙ୍କ ବଡ ନିଷ୍ପତି , ପ୍ରତି ମାସରେ ଚାଷୀଙ୍କୁ ମିଳିବ 3ହଜାର

Like this article?

Hey! I am Sudesna Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments