1. କୃଷି ଖବର

ନୀଳ କନ୍ଦରରେ ନୀଳାଦ୍ରିନାଥ, ମିଠା ଖୁଆଇ ମା' ଲକ୍ଷ୍ମୀଙ୍କ ମାନ ଭଞ୍ଜିଲେ ମହାପ୍ରଭୁ

ଘୋଷଯାତ୍ରାର ଅନ୍ତିମ ପର୍ବ ନୀଳାଦ୍ରିବିଜେ । ନବଦିନାତ୍ମକ ଯାତ୍ରା ଶେଷ କରି ନୀଳକନ୍ଦରର ରତ୍ନବେଦୀକୁ ଫେରିଛନ୍ତି ନୀଳାଦ୍ରିନାଥ ।

Shuvanshu Kar
Shuvanshu Kar

ଘଣ୍ଟ ଘଣ୍ଟା ହୁଳହୁଳିରେ ପ୍ରକମ୍ପିତ ଶୀକ୍ଷେତ୍ର । ଚାରିଆଡେ ଭକ୍ତିମୟ ପରିବେଶ । ସିଂହ ଦୁଆରରେ ଲାଗିଥିଲା ଗହଳି । ବଡ ଠାକୁର ବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କୁ ଶୀମନ୍ଦିର ଭିତରକୁ ପ୍ରବେଶର ମିଳିସାରିଥିଲା ଅନୁମତି । ବାହାରେ ରହିଥିଲେ ବିଶ୍ବନିୟନ୍ତା । ରୋଷରେ ଅଭିମାନରତ ଥିଲେ ମା' ଲକ୍ଷ୍ମୀ ସାଆନ୍ତଣୀ । କେମିତି ମନାଇବେ ? କିଭଳି ହସାଇବେ ? ଚିନ୍ତାରତ ଥିଲେ ଚିନ୍ତାମଣି । ସାରା ବିଶ୍ବ ଦେଖିଲା ଦାମ୍ପତ୍ୟ କଳହର ଅପରୂପ ଦୃଶ୍ୟ । ଘୋଷଯାତ୍ରାର ଅନ୍ତିମ ପର୍ବ ନୀଳାଦ୍ରିବିଜେ(Niladribije) । ନବଦିନାତ୍ମକ ଯାତ୍ରା ଶେଷ କରି ନୀଳକନ୍ଦରର ରତ୍ନବେଦୀକୁ ଫେରିଛନ୍ତି ନୀଳାଦ୍ରିନାଥ ।

ଅମୃତମୟ ନୈସର୍ଗିକ ଅନୁଭବ ଭିତରେ ଅଭିମାନଭରା ଆଖି ହଳକ ଥିଲେ ଅପେକ୍ଷାରତ । ଚାଲିଥିଲା ମାନ ଭଞ୍ଜନର ଅନନ୍ୟ ଦୃଶ୍ୟ । ରୋମାଞ୍ଚିତ ରାତିର ଭିଡ ଭିତରେ ଆଶ୍ବିନ ଆକାଶ ପରି ଫର୍ଚ୍ଚା ଚକା ଆଖି ହଳକ ଅପଲକ ନୟନରେ ଚାହିଁଥିଲେ ପ୍ରାଣ ପ୍ରିୟାଙ୍କ ମୁହଁକୁ । ବିଷ୍ଣୁପ୍ରିୟାଙ୍କ ମୁହଁରେ ଥିଲା ମହଣ ମହଣର ଅଭିମାନ ।

ଏପଟେ ରହସ୍ୟର ଚୋରାବାଲି ପରି କଳା ଶ୍ରୀମୁଖରେ ନାଲି ଅଧରର ହସ ବିଞ୍ଚୁଥିଲା ପ୍ରେମର ସନ୍ଦେଶ । ଏତେ ଦିନ ବିଚ୍ଛେଦରେ ରହିଥିବା ବିଷ୍ଣୁପ୍ରିୟାଙ୍କ ମାନ ଭଞ୍ଜିବା ପାଇଁ ସାଥିରେ ରସଗୋଲା ଆଣିଥିଲେ ରାଧାମୋହନ ।

ଲକ୍ଷ୍ମୀଙ୍କୁ ଆଡ କରି ଆଡପ ମଣ୍ଡପକୁ ବିଜେ କରିଥିଲେ ମହାପ୍ରଭୁ । ସେଠାରୁ ବାହୁଡି ସ୍ବର୍ଣ୍ଣ ଅଳଙ୍କାରରେ ଆଭୁଷିତ ହୋଇଥିଲେ ଶ୍ରୀଜୀଉ । ଅଧରଣ ପଣା ପାନ କରି ଅଶରୀରୀ ମୁକ୍ତ ପରେ ଶ୍ରୀମନ୍ଦିରକୁ ଫେରିଛନ୍ତି ନିଳାଦ୍ରୀ ଶିରୋମଣି । ଅଶ୍ରୁଶିକ୍ତ ନୟନରେ ନୀଳାଦ୍ରୀ ବିଜେ ପାଇଁ ମହାପ୍ରଭୁଙ୍କୁ ମେଲାଣି ଦିଆଯାଇଛି । କୋଟି କୋଟି ଭକ୍ତଙ୍କ ଅବଚେତନ ପ୍ରାଣକୁ ଛୁଉଁଛି ଧୂପ ଦୀପ ଅଗୁର ଚନ୍ଦନ ଦୟଣା ତୁଳସୀର ସ୍ବର୍ଗୀୟ ବାସ୍ନା ।

ଶ୍ରୀଜୀଉଙ୍କ ନବଯୌବନ ଦର୍ଶନ, ଭାବବିନୋଦିଆକୁ ଦେଖି ଭାବବିହ୍ବଳ ଭକ୍ତ

ଦଶମୂଳରୁ ପ୍ରସ୍ତୁତ ଜଗାର ଫୁଲୁରି ତେଲ, ମାଟି ତଳେ ପୋତାହୁଏ ଏକ ବର୍ଷ

Like this article?

Hey! I am Shuvanshu Kar. Did you liked this article and have suggestions to improve this article? Mail me your suggestions and feedback.

Share your comments