
Nishant Kanodia appointed Chairman of Matix Fertilisers and Chemicals Ltd
ମ୍ୟାଟିକ୍ସ ଫର୍ଟିଲାଇଜର୍ସ ଏବଂ କେମିକାଲ୍ସ ଲିମିଟେଡ(Matix Fertilisers and Chemicals Ltd)ର ପ୍ରମୋଟର ନିଶାନ୍ତ କାନୋଡିଆ(Nishant Kanodia)ଙ୍କୁ କମ୍ପାନୀର ଚେୟାରମ୍ୟାନ୍ ଭାବରେ ନିଯୁକ୍ତ କରାଯାଇଛି। ସ୍ୱର୍ଗତ ଯୋଗେନ୍ଦ୍ର କାନୋଡିଆଙ୍କ ପରେ ନିଶାନ୍ତ ଏହି ପଦରେ ନିଯୁକ୍ତି ପାଇଛନ୍ତି ।
ଉପାଧ୍ୟକ୍ଷ ଭାବରେ ନିଶାନ୍ତ କାନୋଡିଆ ପୁଞ୍ଜି ବୃଦ୍ଧି, ଅଭିବୃଦ୍ଧି ଏବଂ ବିବିଧକରଣ ଉପରେ ଧ୍ୟାନ ଦେଇ ମ୍ୟାଟିକ୍ସକୁ ରଣନୈତିକ ଦିଗ ପ୍ରଦାନ କରିଆସୁଥିଲେ। ଏହା ଭାରତର ଦ୍ରୁତତମ ବୃଦ୍ଧି ପାଉଥିବା ସାର କମ୍ପାନୀ ଭାବରେ ବର୍ତ୍ତମାନ ସବୁଠି ପରିଚିତ । ସାର ଶିଳ୍ପରେ ଏକ ସଫଳ ଟ୍ରାକ୍ ରେକର୍ଡ ସହିତ ନିଶାନ୍ତଙ୍କର ବୃତ୍ତିଗତ ତଥା ଅଭିଜ୍ଞ ନେତୃତ୍ୱ ରହିଛି ।
ଆମେରିକାର ପେନସିଲଭାନିଆ ୟୁନିଭରସିଟିର ହାର୍ଟଟନ୍ ସ୍କୁଲରୁ ଏମବିଏ ଡିଗ୍ରୀଧାରୀ କାନୋଡିଆ ଉଦ୍ୟୋଗୀ ସଂଗଠନ (EO) ଏବଂ ୟଙ୍ଗ ପ୍ରେସିଡେଣ୍ଟ ଅର୍ଗାନାଇଜେସନ (YPO)ର ମୁମ୍ବାଇ ଚ୍ୟାପ୍ଟର ସଦସ୍ୟ ଅଛନ୍ତି ।
ମ୍ୟାଟିକ୍ସ ଫର୍ଟିଲାଇଜର୍ସ ଏବଂ କେମିକାଲ୍ସ ଲିମିଟେଡ୍ ହେଉଛି ଭାରତର ଦ୍ରୁତତମ ବୃଦ୍ଧି ପାଉଥିବା ସାର କମ୍ପାନୀ ମଧ୍ୟରୁ ଅନ୍ୟତମ । ମ୍ୟାଟିକ୍ସ ପଶ୍ଚିମବଙ୍ଗର ପାନାଗଡରେ ଏକ ସଂପୂର୍ଣ୍ଣ-ଏକୀକୃତ, ଗ୍ୟାସ ଭିତ୍ତିକ ୟୁରିଆ ପ୍ଲାଣ୍ଟର ମାଲିକାନା ପରିଚାଳନା କରେ । ପ୍ଲାଣ୍ଟର 1.27 MTPA କ୍ଷମତା ଏହାକୁ ଭାରତର ସର୍ବବୃହତ ସାର କାରଖାନାରେ ପରିଚିତ କରାଇଛି । ମ୍ୟାଟିକ୍ସର Dr Fasal ବ୍ରାଣ୍ଡ ୟୁରିଆ ସାର ପାଇଁ 25% ବଜାର ଅଂଶ ସହିତ ଅଗ୍ରଣୀ ଅଟେ । ପ୍ରାୟ 700 ଡିଲରଙ୍କ ଏକ ଶକ୍ତିଶାଳୀ ବିତରଣ ନେଟୱାର୍କ ଦ୍ୱାରା ଏହା ପରିଚାଳିତ ।
ଏହି କାରଖାନାରେ 54 ମେଗାୱାଟ କ୍ୟାପ୍ଟିଭ୍ ପାୱାର୍ ୟୁନିଟ୍, ଡୁଆଲ୍ ରେକ୍ ରେଳ ସାଇଡିଂ ଏବଂ ପ୍ରାୟ 500 ଏକର ପରିସରରେ ଥିବା ୟୁଟିଲିଟିଜ୍ ବିସ୍ତାର ହୋଇଛି । ଭାରତର ବୃହତ୍ତମ ଗ୍ୟାସ ଯୋଗାଣ କମ୍ପାନୀ GAIL ସହିତ କମ୍ପାନୀର 20 ବର୍ଷର ଦୀର୍ଘକାଳୀନ ଗ୍ୟାସ ଯୋଗାଣ ଚୁକ୍ତି ରହିଛି । ୟୁରିଆ ପାଇଁ ଭାରତ ସରକାରଙ୍କ ନୂତନ ବିନିଯୋଗ ନୀତି ଅଧୀନରେ ଏହି କାରଖାନା ସବୁଜ କ୍ଷେତ୍ର ପ୍ରକଳ୍ପ ଭାବରେ ନାମିତ ହୋଇଛି ।
ପର୍ଯ୍ୟାପ୍ତ ଷ୍ଟକ ସତ୍ତ୍ବେ କୃତ୍ରିମ ଅଭାବ, ରାଜ୍ୟରେ ଚଢା ଦରରେ ବିକ୍ରି ହେଉଛି ସାର
ସାର ସଙ୍କଟ ଅଭିଯୋଗ ମଧ୍ୟରେ ମନ୍ତ୍ରୀଙ୍କ ପ୍ରତିକ୍ରିୟା, ଡିସେମ୍ବର ଯାଏଁ ଉପଲବ୍ଧ ରହିବ 275 ଲକ୍ଷ ଟନ ୟୁରିଆ
Share your comments