1. କୃଷି ଖବର

ପର୍ଯ୍ୟାପ୍ତ ଷ୍ଟକ ସତ୍ତ୍ବେ କୃତ୍ରିମ ଅଭାବ, ରାଜ୍ୟରେ ଚଢା ଦରରେ ବିକ୍ରି ହେଉଛି ସାର

ରାଜ୍ୟରେ ପର୍ଯ୍ୟାପ୍ତ ସାର ଥାଇ ବି ଏହାର ଦର ଆକାଶ ଛୁଆଁ ରହିଛି । କାରଣ ରାଜ୍ୟରେ ସୃଷ୍ଟି ହୋଇଛି କୃତ୍ରିମ ଅବାବ । ଏନେଇ ସାର ଚଢା ଦରରେ ବିକ୍ରି ହେଉଥିବା କୁହାଯାଉଛି ।

Shuvanshu Kar
Shuvanshu Kar
farmers are forced to purchase fertilizer at higher prices odisha

farmers are forced to purchase fertilizer at higher prices odisha

ଓଡିଶାକୁ ସାର(fertilizer) ଯୋଗାଇସାରିଛି କେନ୍ଦ୍ର । ଏନେଇ କେନ୍ଦ୍ର ସରକାରଙ୍କୁ ଧନ୍ୟବାଦ ମଧ୍ୟ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ହେଲେ ରାଜ୍ୟରେ ପର୍ଯ୍ୟାପ୍ତ ସାର(fertilizer) ଥାଇ ବି ଏହାର ଦର ଆକାଶ ଛୁଆଁ ରହିଛି । କାରଣ ରାଜ୍ୟରେ ସୃଷ୍ଟି ହୋଇଛି କୃତ୍ରିମ ଅଭାବ । ଏନେଇ ସାର(fertilizer) ଚଢା ଦରରେ ବିକ୍ରି ହେଉଥିବା କୁହାଯାଉଛି ।

ବଲାଙ୍ଗୀରରେ 45 କିଲୋଗ୍ରାମ ୟୁରିଆ ବ୍ୟାଗ ପ୍ରାୟ 500 ଟଙ୍କାରେ ବିକ୍ରି ହେଉଛି । ହେଲେ ଏହାର ସବସିଡିଯୁକ୍ତ ମୂଲ୍ୟ ହେଉଛି 266.50 ଟଙ୍କା । ଖରିଫ ଫସଲ ପାଇଁ ବାଲାଙ୍ଗୀରରେ ୟୁରିଆର ମୋଟ ଆବଶ୍ୟକତା 22,000 ମେଟ୍ରିକ୍ ଟନ୍ ଥିଲା । ଜିଲ୍ଲାକୁ 30,000 ମେଟ୍ରିକ୍ ଟନ୍ ୟୁରିଆ ମିଳିଛି । ଅତିରିକ୍ତ ଷ୍ଟକ୍ ସତ୍ତ୍ବେ ଚାଷୀମାନେ ସବସିଡିଯୁକ୍ତ ମୂଲ୍ୟ ତୁଳନାରେ ବ୍ୟାଗ ପିଛା 200 ରୁ ଅଧିକ ଟଙ୍କା ଦେଉଛନ୍ତି।

କେବଳ ବଲାଙ୍ଗୀର ଚାଷୀମାନେ ନୁହେଁ, ରାଜ୍ୟର ଅନ୍ୟ ଜିଲ୍ଲାଗୁଡିକରେ ମଧ୍ୟ ଚାଷୀମାନେ ଅଧିକ ମୂଲ୍ୟରେ ୟୁରିଆ କିଣିବାକୁ ବାଧ୍ୟ ହେଉଛନ୍ତି । ରାଜ୍ୟ ଏହାର ମାସିକ ଆବଶ୍ୟକତାଠାରୁ ଅଧିକ ୟୁରିଆ ପାଇଛି। ବର୍ତ୍ତମାନର ସାର ଅଭାବ ସରକାରଙ୍କ କାରଣରୁ ହୋଇଛି । କାରଣ ସାର ବିକ୍ରୟ ପାଇଁ ପଞ୍ଜୀକୃତ ଏଜେନ୍ସିଗୁଡିକ ଦ୍ୱାରା ହୋଇଥିବା ଅସାଧୁ କାରବାରକୁ ସରକାର ଆଖି ବନ୍ଦ କରି ଦେଇଥିବା ଚାଷୀ ଅଭିଯୋଗ ଆଣୁଛନ୍ତି ।

ସେପଟେ ଦେଶର କିଛି ଅଂଶରେ ୟୁରିଆ ସଙ୍କଟ ନେଇ ଅଭିଯୋଗ ମଧ୍ୟରେ ତତ୍କାଳ ପଦକ୍ଷେପକୁ ନେଇ ଏକ ଜାତୀୟ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇଥିଲେ କେନ୍ଦ୍ରୀୟ ରାସାୟନିକ ଓ ସାର ମନ୍ତ୍ରୀ ମନସୁଖ ମାଣ୍ଡଭ୍ୟ । ମନ୍ତ୍ରୀ କହିଥିଲେ, ୟୁରିଆ ଷ୍ଟକର ଅଭାବ ନାହିଁ । ଖରିଫ ଋତୁରେ ରାଜ୍ୟମାନଙ୍କୁ ୟୁରଆ ଆବଶ୍ୟକତା ନେଇ ଏକ ଅନୁମାନ ରିପୋର୍ଟ ମାଗିଥାଏ କେନ୍ଦ୍ର । ରାଜ୍ୟରେ ୟୁରିଆ ପହଞ୍ଚିବା ପରେ ଜିଲ୍ଲାଗୁଡିକରେ ଏହାର ବଣ୍ଟନର ଦାୟିତ୍ବ ରାଜ୍ୟ ସରକାରଙ୍କର ରହିଥାଏ । ଏଥିରେ କିଛି କିଛି ସମସ୍ୟା ଆସିଥାଏ । ଏହି କାରଣରୁ ୟୁରିଆ ଅଭାବର କଥା ଉଠୁଥିବା କହିଥିଲେ ମନୁସୁଖ ମାଣ୍ଡବ୍ୟ ।

କେନ୍ଦ୍ରମନ୍ତ୍ରୀ କହିଥିଲେ, ପର୍ଯ୍ୟାପ୍ତ ଆବଶ୍ୟକତା ପୁରଣ ପାଇଁ ସାର ମନ୍ତ୍ରଣାଳୟ ଏକ ଡାଶବୋର୍ଡ ଗଠନ କରିଛି । ଏଥିରେ ଜିଲ୍ଲା ସ୍ତରରେ ସାର ବିକ୍ରି, ଉପଲବ୍ଧତା ଓ ଆବଶ୍ୟକତାର ସୂଚନା ଦୈନିକ ଆଧାରରେ ଉପଲବ୍ଧ ।ଡିସେମ୍ବର 2022 ଯାଏଁ, ଘରୋଇ ଉତ୍ପାଦନ ଓ ଆମଦାନୀ ମିଶି ପାଖାପାଖି 275 ଲକ୍ଷ ଟନ ୟୁରିଆ ଉପଲବ୍ଧ ରହିବ । ଏହା ଡିସେମ୍ବର ଯାଏଁ ଆବଶ୍ୟକତାରୁ ଟିକିଏ ଅଧିକ । ଏଥିପାଇଁ ଚାଷୀଙ୍କୁ ୟୁରିଆ ଅଭାବର ସାମ୍ନା କରିବାକୁପଡିବନି ବୋଲି କହିଛନ୍ତି ମନ୍ତ୍ରୀ ମାଣ୍ଡଭ୍ୟ ।

ଭାରତୀୟ ରେଳବାଇର ରେକର୍ଡ, ଚଳିତବର୍ଷ ୦.୭୧ ନିୟୁତ ଟନ ସାର ପରିବହନ

Nano urea fertiliser approval: ସ୍ପଷ୍ଟ କଲେ ସରକାର, ସମ୍ପୂର୍ଣ୍ଣ ଅନୁପାଳନ ହୋଇଛି ଅନୁମୋଦନ ପ୍ରକ୍ରିୟା

Like this article?

Hey! I am Shuvanshu Kar. Did you liked this article and have suggestions to improve this article? Mail me your suggestions and feedback.

Share your comments