1. କୃଷି ଖବର

ଆଜିଠୁ ଦ୍ବିତୀୟ ପର୍ଯ୍ୟାୟ ବଜେଟ ଅଧିବେଶନ,୩୦ରେ ଆସିବ କାମଚଳା ବଜେଟ

ଆଜିଠୁ ବିଧାନସଭାର ବଜେଟ୍ ଅଧିବେଶନ । ଆଜି ବିଧାନସଭାରେ ଆଗତ ହେବ କାମଚଳା ବଜେଟ୍ । ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଆଜି ବିଧାନସଭାରେ ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ କାମଚଳା ବଜେଟ୍‌ ଉପସ୍ଥାପନ କରିବେ ।

Sudesna Nayak
Sudesna Nayak
Odisha assembly Budget Session starts from today

Odisha assembly Budget Session starts from today

ଆଜିଠୁ ବିଧାନସଭାର ବଜେଟ୍ ଅଧିବେଶନ (Budget Session) । ଆଜି ବିଧାନସଭାରେ ଆଗତ ହେବ କାମଚଳା ବଜେଟ୍ । ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ (Minister of Finance of Odisha Niranjan Pujari) ଆଜି ବିଧାନସଭାରେ ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ କାମଚଳା ବଜେଟ୍‌ ଉପସ୍ଥାପନ କରିବେ ।

ପ୍ରଥମେ ଗୃହରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ (Ganeshi Lal) ଅଭିଭାଷଣ ରଖିବେ । ପରେ ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ହେମାନନ୍ଦ ବିଶ୍ୱାଳ ଓ ପୂର୍ବତନ ବାଚସ୍ପତି କିଶୋର ମହାନ୍ତିଙ୍କ ଉଦ୍ଦେଶ୍ୟରେ ଶୋକ ପ୍ରସ୍ତାବ ଆଗତ ପରେ ଗୃହକୁ ଅପରାହ୍ମ ୪ଟା ପର୍ଯ୍ୟନ୍ତ ମୁଲତବି ରଖାଯିବ । ରାଜ୍ୟପାଳଙ୍କ ଅଭିଭାଷଣ ଉପରେ ୨୫, ୨୬ ଓ ୨୮ ତାରିଖ ୩ ଦିନ ଧରି ଆଲୋଚନା ହେବ ।

୩୦ ତାରିଖରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ (Niranjan Pujari)୨୦୨୨-୨୦୨୩ ଆର୍ଥିକବର୍ଷ ପାଇଁ କାମଚଳା ବଜେଟ୍ (Budget)ଉପସ୍ଥାପନ କରିବେ । ୩୧ ତାରିଖରେ ବ୍ୟୟ ମଞ୍ଜୁରୀ ବିଲ୍ ପାସ୍ ହେବ । ବଜେଟରେ ଭିତ୍ତିଭୂମି ଉନ୍ନୟନମୂଳକ କାର୍ଯ୍ୟକ୍ରମକୁ ବିଶେଷ ଗୁରୁତ୍ବପ୍ରଦାନ କରିବା ସହ ହିଁ ରାଜ୍ୟ ସରକାରଙ୍କ କଲ୍ୟାଣକାରୀ ଯୋଜନା ପାଇଁ ଅଧିକ ବ୍ୟୟବରାଦ ହୋଇପାରେ ବୋଲି ଅର୍ଥନୀତି ବିଶେଷଜ୍ଞମାନେ ହିଁ ପ୍ରକାଶ କରିଛନ୍ତି ।

ପ୍ରକାଶ ଥାଉ ଯେ, କାର୍ଯ୍ୟସୂଚୀ ଅନୁସାରେ ୬ଟି କାର୍ଯ୍ୟଦିବସରେ ଗୃହରେ ବିଜେପି ୩ ଟି ଓ କଂଗ୍ରେସ ୨ଟି ମୁଲତବୀ ପ୍ରସ୍ତାବ ଆଣିବ । ସରକାର ଅନେକ ବିଲ୍ ଆଣିବେ ବୋଲି ଆଇନ ମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି । ସେପଟେ ନୂଆ ଓ ପୁରୁଣା ପ୍ରସଙ୍ଗରେ ବିଧାନସଭାର ବଜେଟ୍ ଅଧିବେଶନ (Budget Session)ଉଷ୍ମ ହେବ ।

Budget 2022: ସାଧାରଣ ଲୋକଙ୍କ ପାଇଁ ଖୁସି ଖବର ; ପିଏମ ଆଓ୍ୱାସ ଅଧୀନରେ ନିର୍ମାଣ ହେବ ୮୦ ଲକ୍ଷ ଘର

Budget 2022: ଗୁଡ ନ୍ୟୁଜ, ରେଳ ବଜେଟକୁ ନେଇ ଯାତ୍ରୀଙ୍କୁ ମିଳିବ ବହୁ ସୁବିଧା

Like this article?

Hey! I am Sudesna Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments