News

ଆରମ୍ଭ ହେଲା ବିଧାନସଭାର ମୌସୁମୀ ଅଧିବେଶନ

ଅଧିବେଶନ ପ୍ରାରମ୍ଭରୁ ପିଇବା ପାଣି ଓ ବିଜୁଳି ବିଲ୍‌ ପ୍ରସଙ୍ଗକୁ ନେଇ ବିରୋଧୀଙ୍କ ପକ୍ଷରୁ ମୁଲତବି ନୋଟିସ୍‌ ଦିଆଯାଇଥିବା ବେଳେ ରାଜ୍ୟରେ ପାଣି ଓ ବିଜୁଳି ଯୋଗାଣରେ ଅବ୍ୟବସ୍ଥା କାରଣରୁ ଲୋକ ମା​‌ନେ ହଇରାଣ ହେଉଥିବା ଅଭିଯୋଗ କରିଛନ୍ତି ବିରୋଧୀ |

02 July, 2022 1:54 PM IST By: Rajashree

ଆଜିଠୁ ଆରମ୍ଭ ହେଲା ବିଧାନସଭାର ମୌସୁମୀ ଅଧିବେଶନ(Odisha assembly) | ଅଧିବେଶନ ଆରମ୍ଭରେ ଦିବଙ୍ଗତ ବିଧାୟକ ସୁରେନ୍ଦ୍ର କହଁରଙ୍କ ଉଦ୍ଦେଶ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୋକ ପ୍ରସ୍ତାବ ଆଗତ କରିଥିଲେ | ଅଧିବେଶନ ପ୍ରାରମ୍ଭରୁ ପିଇବା ପାଣି ଓ ବିଜୁଳି ବିଲ୍‌ ପ୍ରସଙ୍ଗକୁ ନେଇ ବିରୋଧୀଙ୍କ ପକ୍ଷରୁ ମୁଲତବି ନୋଟିସ୍‌ ଦିଆଯାଇଥିବା ବେଳେ ରାଜ୍ୟରେ ପାଣି ଓ ବିଜୁଳି ଯୋଗାଣରେ ଅବ୍ୟବସ୍ଥା କାରଣରୁ ଲୋକ ମା​‌ନେ ହଇରାଣ ହେଉଥିବା ଅଭିଯୋଗ କରିଛନ୍ତି ବିରୋଧୀ |

ଅନ୍ୟପକ୍ଷେ, ନୂଆକରି ନିର୍ବାଚିତ ହୋଇଥିବା ବାଚସ୍ପତି ବିକ୍ରମ କେଶରୀ ଆରୁଖ ଆଜି ବାଚସ୍ପତି ଆସନ ଗ୍ରହଣ କରିଛନ୍ତି | ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିସି ମଧ୍ୟମରେ ଉପସ୍ଥିତ ରହିଛନ୍ତି(Monsoon session) |

ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ୨୦୨୨-୨୩ ଆର୍ଥିକବର୍ଷ ଲାଗି ଆଜି ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପନ କରିବେ | ଦୁଇଟି ପର୍ଯ୍ୟାୟରେ ଅଗଷ୍ଟ ୪ ପର୍ଯ୍ୟନ୍ତ ବସିବାକୁ ଥିବା ଏହି ଅଧିବେଶନରେ(Odisha assembly) ୨୪ଟି କାର୍ଯ୍ୟଦିବସ ରହିଛି |

ଅଧିକ ଆଲୋଚନା ଲାଗି ଚଳିତଥର ଦୈନିକ କାର୍ଯ୍ୟବିଧିରେ ୧ ଘଣ୍ଟା ବୃଦ୍ଧି କରାଯାଇଛି | ପ୍ରତ୍ୟେକ ଦିନ ପୂର୍ବାହ୍ନ ସାଢ଼େ ୧୦ଟାରୁ ସାଢ଼େ ୧୧ଟା ଯାଏଁ ପ୍ରଶ୍ନକାଳ, ୧ ଘଣ୍ଟାର ଶୂନ୍ୟକାଳ ଓ ପରେ ମୂଲତବୀ ଆଲୋଚନା ଦେଢ଼ଘଣ୍ଟା ରହିବ | କରୋନା ପାଇଁ ପୂର୍ବରୁ ଅପରାହ୍ଣ ଅଧିବେଶନରେ(Odisha assembly) ୨ଘଣ୍ଟା କାର୍ଯ୍ୟବିଧି ରହିଥିଲା |

ମାତ୍ର ଚଳିତ ଥର ୩ ଘଣ୍ଟାକୁ ବୃଦ୍ଧି କରାଯାଇଛି | ଅଧିବେଶନ ସମୟରେ ଖର୍ଚ୍ଚ ଦାବି ଆଲୋଚନା ସହିତ ଅନ୍ୟାନ୍ୟ ସରକାରୀ ଓ ବେସରକାରୀ କାର୍ଯ୍ୟ ରହିଛି | ତେବେ ଏହି ଅଧିବେଶନ (Odisha assembly)କିଭଳି ସୁରୁଖୁରୁରେ ଚାଲିବ ସେଥିନେଇ ୨୯ରେ ବାଚସ୍ପତି ବିକ୍ରମ କେଶରୀ ଆରୁଖଙ୍କ ଅଧ୍ୟକ୍ଷତାରେ ସର୍ବଦଳୀୟ ବୈଠକ କରାଯାଇଥିଲା |

ଭୟଙ୍କର ଭୁସ୍ଖଳନ; 81 ମୃତ, ଅନେକ ଜଣଙ୍କର ମିଳୁନି ପତ୍ତା

ଫେରିଲା ମାସ୍କ ନିୟମ, ନ ମାନିଲେ ଜୋରିମାନା

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)