1. କୃଷି ଖବର

ଫେରିଲା ମାସ୍କ ନିୟମ, ନ ମାନିଲେ ଜୋରିମାନା

ରାଜଧାନୀ ଭୁବନେଶ୍ବରରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରିଛି ବିଏମସି । କୋଭିଡ ସଂକ୍ରମଣରେ ବୃଦ୍ଧି ଦେଖିବାକୁ ମିଳୁଥିବାରୁ ବିଏମସି ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି ।

Shuvanshu Kar
Shuvanshu Kar
Face masks made mandatory in Bhubaneswar

Face masks made mandatory in Bhubaneswar

ପୁଣିଥରେ ଫେରିଛି ମାସ୍କ ନିୟମ( Face masks rule) । ମାସ୍କ ନପିନ୍ଧିଲେ ହେବ କଡା କାର୍ଯ୍ୟାନୁଷ୍ଠାନ । ରାଜଧାନୀ ଭୁବନେଶ୍ବର(Bhubaneswar)ରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରିଛି ବିଏମସି(BMC, Bhubaneswar) । କୋଭିଡ ସଂକ୍ରମଣରେ ବୃଦ୍ଧି ଦେଖିବାକୁ ମିଳୁଥିବାରୁ ବିଏମସି(BMC) ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି ।

ଦେଶରେ ମୌସୁମୀ ସକ୍ରିୟ ଥିବାବେଳେ ଆରମ୍ଭ ହୋଇଯାଇଛି ପାର୍ବଣ । ଏହାରି ମଧ୍ୟରେ ଧିରେ ଧିରେ ବଢିବାକୁ ଲାଗିଛି କୋରୋନା ସଂକ୍ରମଣ । ଏହାକୁ ଦୃଷ୍ଟିରେ ରଖି ସଜାଗ ହୋଇପଡିଛନ୍ତି ରାଜ୍ୟ ସରକାର । ଭୁବନେଶ୍ୱର ମହାନଗର ନିଗମ ପକ୍ଷ(ବିଏମସି) ପକ୍ଷରୁ ଏନେଇ ନିର୍ଦ୍ଦେଶନାମା ଜାରି କରାଯାଇଛି । ବିଏମସିର ନିର୍ଦ୍ଦେଶ ଅନୁଯାୟୀ ଏବେ ରାଜଧାନୀରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି ।

ରାଜଧାନୀ ଭୁବନେଶ୍ୱରରେ ରହୁଥିବା ତଥା ଭୁବନେଶ୍ବର ଆସୁଥିବା ଲୋକଙ୍କ ପାଇଁ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ବୋଲି ନିର୍ଦ୍ଦେଶ ଦେଇଛି ବିଏମସି । ଏହା ବ୍ୟତୀତ 2 ମିଟର ସାମାଜିକ ଦୂରତା ପାଇଁ ମଧ୍ୟ ପରାମର୍ଶ ଦିଆଯାଇଛି ।

ମଲ୍ ଓ ଦୋକାନ ଆଗରେ କଟକଣାକୁ କଡାକଡି ପାଳନ କରିବାକୁ ନିର୍ଦେଶ ଦିଆଯାଇଛି। ସରକାରୀ ଏବଂ ଘରୋଇ ଅଫିସରେ ମଧ୍ୟ କଟକଣା ପାଳନ ହେବ । ନିୟମ ଉଲ୍ଲଂଘନ କଲେ ଜୋରିମାନା ଆଦାୟ ହେବ ।

ବଢୁଛି କୋରୋନା, ଚିଠି ଲେଖି ରାଜ୍ୟକୁ ସତର୍କ କରାଇଲା କେନ୍ଦ୍ର

କୋରୋନା ପରେ ଟେନସନ ବଢାଇଲା ଟମାଟୋ ଫ୍ଲୁ, ହାଇଆଲର୍ଟ ଜାରି

ଏପଟେ ଦେଶରେ ଉପରମୁହାଁ ରହିଛି କୋରୋନା ସଂକ୍ରମଣ । ଗତ ଦୁଇଦିନ ହେବ ୧୭ ହଜାର ଉପରେ ରହୁଛି ସଂକ୍ରମଣ ସଂଖ୍ୟା । ଗତ 24 ଘଣ୍ଟା ମଧ୍ୟରେ ସାରା ଦେଶରେ ମୋଟ୍ 17,092 ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଆଜି 29 ଜଣଙ୍କ କୋରୋନାରେ ପ୍ରାଣ ହରାଇଛନ୍ତି ।

ଦେଶରେ କୋରୋନା ଯୋଗୁଁ 5 ଲକ୍ଷ 25 ହଜାର 168 ଆକ୍ରାନ୍ତ ପ୍ରାଣ ହରାଇ ସାରିଛନ୍ତି । ନୂଆ ସଂକ୍ରମଣକୁ ମିଶାଇ ମୋଟ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା 109568କୁ ବୃଦ୍ଧି ପାଇଛି । ଦେଶର ଦୈନିକ ସଂକ୍ରମଣ ହାର 4.14%ରେ ପହଞ୍ଚିଛି । ସେପଟେ 4 କୋଟି 28 ଲକ୍ଷ 51ହଜାର 590 କୋରୋନାରୁ ସୁସ୍ଥ ହୋଇଛନ୍ତି ।

Like this article?

Hey! I am Shuvanshu Kar. Did you liked this article and have suggestions to improve this article? Mail me your suggestions and feedback.

Share your comments