1. କୃଷି ଖବର

ଘରକୁ ଅର୍ଡର କରିବାକୁ ଚାହୁଞ୍ଚନ୍ତି କି ତାଜା ମାଛ ? FreshR ଦେଉଛି ଏହି ସୁବିଧା

ମାଂସର ଯୋଗାଣକୁ ବ୍ୟାପକ ସ୍ତରରେ ପହଞ୍ଚାଇବାକୁ ପ୍ରୟାସ କରୁଛି ଓଡିଶାର ଷ୍ଟାର୍ଟ ଅପ କମ୍ପାନୀ FreshR । ବହୁଳ କ୍ରୟ ପାଇଁ ମତ୍ସ୍ୟ ଓ ମାଂସ ଏହି କ୍ଷେତ୍ରରେ FreshR ଭାରତର ପ୍ରଥମ ଆପ୍ ଭାବରେ ସୁପରସେଣ୍ଟର ହେବାକୁ ଲକ୍ଷ ରଖିଛି ।

Shuvanshu Kar
Shuvanshu Kar
Odisha-based start-up FreshR comes up with India’s first app in fishery sector for bulk purchases

Odisha-based start-up FreshR comes up with India’s first app in fishery sector for bulk purchases

ଅନେକ ଭାରତୀୟ ଆମିଶ ପ୍ରିୟ । ବିଶେଷ କରି ଓଡିଶା, ଝାଡଖଣ୍ଡ, ପଶ୍ଚିମବଙ୍ଗ, ଓଡିଶା ଭଳି ପୂର୍ବ ଭାରତର ରାଜ୍ୟଗୁଡିକରେ ମାଛ ମାଂସର ଚାହିଦା ଅଧିକ ରହିଥାଏ । ତେବେ ମାଛ, ମାଂସର ଯୋଗାଣକୁ ବ୍ୟାପକ ସ୍ତରରେ ପହଞ୍ଚାଇବାକୁ ପ୍ରୟାସ କରୁଛି ଓଡିଶାର ଷ୍ଟାର୍ଟ ଅପ କମ୍ପାନୀ FreshR । ବହୁଳ କ୍ରୟ ପାଇଁ ମତ୍ସ୍ୟ ଓ ମାଂସ ଏହି କ୍ଷେତ୍ରରେ FreshR ଭାରତର ପ୍ରଥମ ଆପ୍ ଭାବରେ ସୁପରସେଣ୍ଟର ହେବାକୁ ଲକ୍ଷ ରଖିଛି ।

The Hindu BusinessLine ରିପୋର୍ଟ ଅନୁଯାୟୀ, FreshR ସହ ପ୍ରତିଷ୍ଠାତା(Co-founder) ଅମ୍ବିକା ଶତପଥି କହିଛନ୍ତି, ମାଛ ଏବଂ ମାଂସ ବ୍ୟବସାୟ ଏକ କଠିନ କ୍ଷେତ୍ର । ବହୁତ କମ୍ କମ୍ପାନୀ ଏଥିରେ ପ୍ରତିଦ୍ବନ୍ଦିତା କରୁଛନ୍ତି । ଆମେ ନିଜକୁ ଏକ ନୂତନ ଯୁଗର ମାଂସର ୱାଲମାର୍ଟ ଭାବରେ ସ୍ଥାନିତ କରୁଛୁ । ଏହାକୁ ଏକ ସଂଗଠିତ କ୍ଷେତ୍ର କରିବାକୁ ଚାହୁଁଛୁ ବୋଲି FreshR ସହ-ପ୍ରତିଷ୍ଠାତା ଅମ୍ବିକା ଶତପଥି କହିଛନ୍ତି।

ମାଛ ଏବଂ ମାଂସ ବ୍ୟବସାୟ ହେଉଛି ଯେଉଁଥିରେ ଅନେକ କାମ କରିବାକୁ ପସନ୍ଦ କରନ୍ତି ନାହିଁ । ତେଣୁ ଆମେ ଏହାକୁ ବଦଳାଇବାକୁ ଏବଂ ଏକ ନୂତନ ଯୁଗ ୱାଲମାର୍ଟ ଦ୍ୱାରା ଏହାକୁ ସଂଗଠିତ କରିବାକୁ ଚେଷ୍ଟା କରୁଥିବା କହିଛନ୍ତି ଅମ୍ବିକା ।

ଗୁଣାତ୍ମକ ଓ ଡେଲିଭରୀର ପ୍ରତିଶ୍ରୁତି ଦେଇ ଅମ୍ବିକା କହିଛନ୍ତି, FreshR ର ଆପ୍ ସଠିକ ମୂଲ୍ୟ ସହିତ ବିଭିନ୍ନ ପ୍ରଜାତି ମାଛର ବିବରଣୀ ପ୍ରଦାନ କରିପାରିବ । ଗ୍ରାହକମାନେ ସେମାନଙ୍କ ଅର୍ଡର ଦେବା ପୂର୍ବରୁ ଏହା ସର୍ବନିମ୍ନ ଅର୍ଡର ପାଇଁ ପରିବହନ ଖର୍ଚ୍ଚ ବିଷୟରେ ସୂଚନା ପ୍ରଦାନ କରିଥାଏ ।

FreshR ଆପରେ ଗ୍ରାହକଙ୍କ ପାଇଁ ଏକ ଡିଜିଟାଲ୍ ଯାଞ୍ଚ ପ୍ରକ୍ରିୟା ପ୍ରଦାନ କରାଯାଇଛି, ଯେଉଁଠାରେ ସେମାନେ ମାଛ ଧରିବାର ସମୟ, ଗ୍ରେଡିଂ ପ୍ରକ୍ରିୟା ଚିତ୍ର ଏବଂ ସେମାନଙ୍କର ଭିଡିଓଗୁଡିକର ସବିଶେଷ ତଥ୍ୟ ପାଇପାରିବେ ବୋଲି ଶତପଥୀ କହିଛନ୍ତି ।

ମାଛ ଚାଷ !

ମାଛ ଚାଷ ପାଇଁ ସରକାରଙ୍କ ଯୋଜନା, କମ ବ୍ୟୟରେ ଅଧିକ ଲାଭ

Like this article?

Hey! I am Shuvanshu Kar. Did you liked this article and have suggestions to improve this article? Mail me your suggestions and feedback.

Share your comments