ସ୍ମାର୍ଟ ସ୍ବାସ୍ଥ୍ୟସେବାରେ ସାମିଲ ହେଉଛି ଓଡିଶା । ସ୍ମାର୍ଟ କାର୍ଡ ସ୍ମାର୍ଟ ସହାୟତା ଲକ୍ଷ୍ୟ ନେଇ ଲୋକଙ୍କୁ ମାଗଣା ସ୍ବାସ୍ଥ୍ୟସେବା ଯୋଗାଇ ଦେବାକୁ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ଜାରି ରହିଛି ସ୍ମାର୍ଟ ହେଲଥ କାର୍ଡ ବଣ୍ଟନ କାର୍ଯ୍ୟକ୍ରମ ।
ସ୍ମାର୍ଟ ସେବାରେ ସାମିଲ୍ ହେବ ଯାଜପୁର ଓ କେନ୍ଦ୍ରାପଡା ଜିଲ୍ଲା । ଆଜି ଯାଜପୁର ଓ କେନ୍ଦ୍ରାପଡା ରେ ଲେଖା ହେବ ସେବା ଆଉ ବିକାଶର ନୂଆ କାହାଣୀ । ଜିଲ୍ଲାବାସୀଙ୍କୁ ବିକାଶର ଭେଟି ଦେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
କହିବାକୁ ଗଲେ, ଗତକାଲି ଜଗତସିଂହପୁର ଓ ନୟାଗଡ ଜିଲ୍ଲାରେ ଏହି କାର୍ଯ୍ୟକ୍ରମ ଶେଷ ହୋଇଥିବାବେଳେ ଆଜି (ବୁଧବାର) ଯାଜପୁର ଓ କେନ୍ଦ୍ରାପଡା ଜିଲ୍ଲାରେ ସ୍ମାର୍ଟ ହେଲଥ କାର୍ଡ ବାଣ୍ଟିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
ଲୋକଙ୍କୁ ମାଗଣା ସ୍ବାସ୍ଥ୍ୟସେବା ଯୋଗାଇ ଦେବାକୁ ଜାରି ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ଜାରି ରହିଛି ସ୍ମାର୍ଟ ହେଲଥ କାର୍ଡ ବଣ୍ଟନ କାର୍ଯ୍ୟକ୍ରମ ।
ଚଳିତ ବର୍ଷ ସେପ୍ଟେମ୍ବର ପହିଲାରୁ ଓଡିଶାରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା BSKY (Biju Swasthya Kalyan Yojana)ରେ ସ୍ମାର୍ଟ ହେଲଥ କାର୍ଡ ବିତରଣ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ଏହି ବ୍ୟବସ୍ଥାରେ ଓଡିଶାରେ ସ୍ବାସ୍ଥ୍ୟସେବା କ୍ଷେତ୍ରରେ ଏକ ନୂଆ ଯୁଗ ଆରମ୍ଭ ହୋଇଛି । ଏହି କାର୍ଡ ଦ୍ବାରା ଗରିବଙ୍କ ଚିକିତ୍ସା ସମସ୍ୟା ଦୂର ହେବ । ଏଥିରେ ରାଜ୍ୟରେ ମୋଟ ୯୬ ଲକ୍ଷ ପରିବାର ର ସାଢେ 3 କୋଟି ରୁ ଅଧିକ ଲୋକ ଉପକୃତ ହେବେ । ଆଜି (ବୁଧବାର) ଏହି ସ୍ମାର୍ଟ ସେବାରେ ଯୋଡି ହେବ ଯାଜପୁର ଓ କେନ୍ଦ୍ରାପଡା ।
ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ଏହି ସ୍ମାର୍ଟ ହେଲଥ କାର୍ଡ ପରିବାରର ସମସ୍ତ ସଦସ୍ୟଙ୍କ ପାଇଁ ବର୍ଷକୁ ୫ ଲକ୍ଷ ଟଙ୍କା ଓ ବିଶେଷ କରି ମହିଳାଙ୍କ ପାଇଁ ବର୍ଷକୁ ୧୦ ଲକ୍ଷ ଟଙ୍କାର ଚିକିତ୍ସା ସହାୟତା ଦେବ ।
ଏହା ପୂର୍ବରୁ ଜଗତସିଂହପୁର, ନୟାଗଡ, କଟକ, ଖୋର୍ଦ୍ଧା, ଗଞ୍ଜାମ, ବାଲେଶ୍ବର, ଭଦ୍ରକ, ବୌଦ୍ଧ, ଝାରସୁଗୁଡା, ମୟୂରଭଞ୍ଜ, ଗଜପତି, ସୁନ୍ଦରଗଡ, ମାଲକାନଗିରି, କଳାହାଣ୍ଡି, ନୂଆପଡା, ଦେବଗଡ ଓ ବରଗଡ ଜିଲ୍ଲାର ହିତାଧିକାରୀଙ୍କୁ ସ୍ମାର୍ଟ ହେଲଥ କାର୍ଡ ବିତରଣ ସରିଯାଇଛି ।
ନୟାଗଡରେ ଆଜି BSKY ସ୍ମାର୍ଟ ହେଲଥ କାର୍ଡ ବାଣ୍ଟିବେ ମୁଖ୍ୟମନ୍ତ୍ରୀ
କଟକ ଓ ଖୋର୍ଦ୍ଧାରେ ଆଜି BSKY ସ୍ମାର୍ଟ ହେଲଥ କାର୍ଡ ବାଣ୍ଟିବେ ମୁଖ୍ୟମନ୍ତ୍ରୀ
Share your comments