News

ଆସିଲା କାଳିଆ ଟଙ୍କା, ଚାଷୀଙ୍କ ଆକାଉଣ୍ଟରେ ୮୦୦ କୋଟି

ରାଜ୍ୟର କୃଷକମାନଙ୍କ ପାଇଁ ଖୁସି ଖବର | ଅକ୍ଷୟ ତୃତୀୟା ଅବସରରେ ରାଜ୍ୟର କୃଷକ ମାନଙ୍କୁ ପୁଣି ଥରେ କାଳିଆ ଯୋଜନା ମାଧ୍ୟମରେ ସହାୟତା ପ୍ରଦାନ କରିଛନ୍ତି ରାଜ୍ୟ ସରକାର |

20 May, 2022 12:49 PM IST By: Sudesna Nayak

ରାଜ୍ୟର କୃଷକମାନଙ୍କ ପାଇଁ ଖୁସି ଖବର | ଅକ୍ଷୟ ତୃତୀୟା (Akshaya Tritiya 2022) ଅବସରରେ ରାଜ୍ୟର କୃଷକ ମାନଙ୍କୁ ପୁଣି ଥରେ କାଳିଆ ଯୋଜନା (Kalia Yojana)ମାଧ୍ୟମରେ ସହାୟତା ପ୍ରଦାନ କରିଛନ୍ତି ରାଜ୍ୟ ସରକାର (Odisha Goverment) |

ସୂଚନା ଅନୁଯାୟୀ, ଝାରସୁଗୁଡା ବ୍ୟତୀତ ରାଜ୍ୟର ଅନ୍ୟ ସମସ୍ତ ଜିଲ୍ଲାର 40 ଲକ୍ଷରୁ ଅଧିକ କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କ (Farmer) ବ୍ୟାଙ୍କ ଖାତାକୁ ପ୍ରାୟ ୮୦୦ କୋଟି ଟଙ୍କା ସିଧାସଳଖ ଚାଷୀଙ୍କ(Farmer)ବ୍ୟାଙ୍କ ଖାତାକୁ ପ୍ରଦାନ କରାଯାଇଛି | ଭିଡିଓ କନଫେରିସିଂ ଜରିଆରେ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ଏହି ଟଙ୍କା ପ୍ରଦାନ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ ଏବଂ ଏହି ଟଙ୍କାକୁ ଚାଷ କାମରେ ବିନିଯୋଗ କରି ଚାଷର ଅଗ୍ରଗତି ପାଇଁ ପରାମର୍ଶ ଦେଇଥିଲେ |

ମୁଖ୍ୟମନ୍ତ୍ରୀ ଏହା ମଧ୍ୟ କହିଥିଲେ ଯେ, ଚାଷ ଆମ ଅର୍ଥନୀତିର ମୁଖ୍ୟ ଆଧାର | ଆମର କୃଷକ ମାନେ କେବଳ ଓଡିଶା ନୁହେଁ , ସାରା ଭାରତ ବର୍ଷରେ ଖାଦ୍ୟ ସୁରକ୍ଷାରେ ଗୁରୁତ୍ୱ ପୁର୍ଣ ଭୂମିକା ଗ୍ରହଣ କରିଛନ୍ତି ଓ ଚାଷ କ୍ଷେତ୍ରରେ ଓଡିଶା ପାଇଁ ଗର୍ବ ଆଣିଛନ୍ତି | ଏଥିପାଇଁ ମୁଖ୍ୟମନ୍ତ୍ରୀ ଚାଷୀ ଭାଇ,ଭଉଣୀ ମାନଙ୍କୁ ଧନ୍ୟବାଦ ଜଣାଇଥିଲେ |

ମୁଖ୍ୟମନ୍ତ୍ରୀ (Odisha CM) ଆହୁରି ମଧ୍ୟ କହିଥିଲେ କି, କୃଷି ବିକାଶ ଓ କୃଷକ କଲ୍ୟାଣ ରାଜ୍ୟ ସରକାରଙ୍କ (Odisha Goverment) ସବୁଠାରୁ ଗୁରୁତ୍ୱପୁର୍ଣ କାର୍ଯ୍ୟକ୍ରମ | ଏବର୍ଷ କୃଷି ପାଇଁ 20 ହଜାର କୋଟିରୁ ଅଧିକ ଟଙ୍କାର ବଜେଟ (BUDGET) ରଖାଯାଇଛି | କୃଷି କ୍ଷେତ୍ରରେ ପୁଞ୍ଜି ବିନିଯୋଗ କ୍ଷେତ୍ରରେ ଆମେ ଅଧିକ ଗୁରୁତ୍ୱ ଦେଉଛୁ | କୃଷିକୁ ଏକ ଲାଭ ଜନକ ବୃତି ନଭାବରେ ବିକଶିତ କରିବା ପାଇଁ ଆମର ଉଦ୍ୟମ ଜାରି ରହିବ |

ତେବେ ଏହି ଅବସରରେ କୃଷିର ବିକାଶ ପାଇଁ 8ଟି ନୂଆ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଥିଲା | ପଣସ ମିଶନ ଓ ରିବାର୍ଡ଼ କାର୍ଯ୍ୟକ୍ରମର ଶୁଭାରମ୍ଭ ସହିତ ମିଲେଟ ମିଶନ (Millet mission)ଓ ସମ୍ଵନିୟୁତ କୃଷି ପ୍ରୋତ୍ସାହନ ନିମନ୍ତେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ମଧ୍ୟ କରାଯାଇଛି | ତେବେ ପଣସ ମିସିନରେ 9ଟି ଜିଲ୍ଲାର ପଣସ ଚାଷୀଙ୍କ ପାଇଁ 97 କୋଟି ଟଙ୍କାର ପ୍ରୋତ୍ସାହନ ରଖାଯାଇଥିବା ବେଳେ ରିୱାର୍ଡ ଯୋଜନାରେ ବୈଜ୍ଞାନିକା ପ୍ରଣାଳୀରେ ଜଳଭିଜିକା କାର୍ଯ୍ୟକ୍ରମ ମାଧ୍ୟମରେ ଚାଷ ଜମିରେ ଉତ୍ପାଦନ ବୃଦ୍ଧି ପାଇଁ 500 କୋଟି ଟଙ୍କାର ଅର୍ଥ ବ୍ୟବସ୍ଥା କରାଯାଇଛି |

ସେହିପରି ଓଡିଶା ମିଲେଟ ମିଶନରେ 19ଟି ଜିଲ୍ଲାର 121 ବ୍ଲକର ଚାଷୀଙ୍କ ପାଇଁ 1808 କୋଟି ଟଙ୍କାର ବ୍ୟବସ୍ଥା କରାଯାଇଥିବା ବେଳେ ସମନ୍ୱିତ କୃଷିର ପ୍ରୋତ୍ସାହନ ନିମନ୍ତେ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ 8ଟି ଜିଲ୍ଲାର 1.8ଲକ୍ଷ କୃଷକ ପରିବାରକୁ ସାମିଲ କରିବା ପାଇଁ 139 କୋଟି ଟଙ୍କାର ଅର୍ଥ ବ୍ୟବସ୍ଥା ଜାରି କରାଯାଇଛି | ଏହି 4ଟି ଯୋଜନା ପାଇଁ 3644କୋଟି ଟଙ୍କା ଖର୍ଚ କରାଯିବ |

ଏହି ଅବସରରେ ମୁଖ୍ୟମନ୍ତ୍ରୀ (Odisha CM)ଚାଷୀ ମାନଙ୍କ ପାଇଁ ନୂଆ ଓଡ଼ିଆ ପୋର୍ଟାଲର ଲୋକାର୍ପିତ କରିଥିଲେ | ଏଥିରେ ଚାଷୀ ମାନେ ସେମାନଙ୍କ ତଥ୍ୟ ଅପଡେଟ କରିଲେ ଆବଶ୍ୟକ ସେବା ଓ ପରାମର୍ଶ ପାଇପାରିବେ | ଏହି ସମୟରେ କୃଷି ଓ କୃଷକ ଉଦ୍ୟଗୀ ମାନଙ୍କ ପାଇଁ 'ଗୋ -ସୁଗମ ' ପୋର୍ଟାଲର ମଧ୍ୟ ଶୁଭାରମ୍ଭ କରିଥିଲେ |

ଏହି ସମୟରେ କୃଷିମନ୍ତ୍ରୀ ଅରୁଣ ସାହୁ (Dr Arun Kumar Sahoo) କହିଥିଲେ ଯେ,ଅନେକ ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ ହେଲେ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ଦୁରଦୃଷ୍ଟି ଓ ଦୃଢ ନେତୃତ୍ୱ ପାଇଁ ଓଡିଶା ଆଜି ସବୁ କ୍ଷେତ୍ରରେ ଅଗ୍ରଣୀ | କୃଷି କ୍ଷେତ୍ରରେ ମହିଳା ମାନଙ୍କୁ ଆଗ୍ରାଧିକାର ଦିଆଯାଉଛି | ଏହା ସହ ରାଜ୍ୟସରକାରଙ୍କ ବିଭିହ୍ନ ଯୋଜନା ଉପରେ ସେ ଆଲୋକପାତ କରିଥିଲେ |

ଏହି କାର୍ଯ୍ୟକ୍ରମରେ ବିଭିହ୍ନ ଜିଲ୍ଲାର ଅନେକ ସଫଳ ଚାଷୀ ନିଜର ଅଭିଜ୍ଞାତା ବାଣ୍ଟିଥିଲେ |

ବଡ ଖୁସି ଖବର: ୪୦ ଲକ୍ଷରୁ ଉର୍ଦ୍ଧ୍ୱ ଚାଷୀଙ୍କ ଆକାଉଣ୍ଟକୁ ୨-୨ ହଜାର ଟଙ୍କା ପଠାଇଲେ ରାଜ୍ୟ ସରକାର

PM Awas Yojanaକୁ ନେଇ ସରକାରଙ୍କ ବଡ଼ ଘୋଷଣା,ଉପକୃତ ହେବେ ଲକ୍ଷ ଲକ୍ଷ ଗ୍ରାମବାସୀ